/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690950020.jpg)
Haryana's Nuh violence
ହରିୟାଣାରେ ହିଂସାର ନିଆଁ । ଗତକାଲି ଘଟିଥିବା ହିଂସାକୁ ନେଇ ଏବେବି ନୁହ ଜିଲ୍ଲାରେ ଚାପା ଉତ୍ତେଜନା । ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ବେଳେ, ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାୟ ୪୪ଟି ଏଫ୍ଆଇଆର୍ ରୁଜୁ ହେବା ସହିତ, ୭୦ ଜଣଙ୍କୁ ଅଟକ ରଖିଛି ପୋଲିସ । ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...
ରାସ୍ତା କଡ଼ରେ ପଡ଼ିରହିଛି କଙ୍କାଳସାର ଦଗ୍ଧ ଯାନବାହନ। ବାତାବରଣରେ ଏବେବି ବାରି ହେଉଛି ପୋଡ଼ାଗନ୍ଧ । ଗୁରୁଗ୍ରାମ-ଅଲୱର ଜାତୀୟ ରାଜପଥର ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ମିଳିଛି । କାର୍, ବାଇକ୍, ଟ୍ରକ୍, କିଛି ବି ବାଦ୍ ପଡ଼ିନି ହିଂସାର ନିଆଁ କବଳରୁ। ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଯୋଗୁଁ, ସାରା ଦେଶରେ ଚର୍ଚ୍ଚିତ ହୋଇଛି ହରିୟାଣାର ନୁହ୍ ଜିଲ୍ଲା । ଖାଲି ଗାଡ଼ିରେ ନିଆଁ ଲାଗିନି, ମରଣାନ୍ତକ ଆକ୍ରମଣ ହୋଇଛି, ଗୁଳି ବି ଫୁଟିଛି।
ପ୍ରାୟ ୪୪ଟି ଏଫ୍ଆଇଆର୍ ରୁଜୁ ହେବା ସହିତ, ୭୦ ଜଣଙ୍କୁ ଅଟକ ରଖିଛି ପୋଲିସ । ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକ ପୋଲିସ ଛାଉଣୀ ପାଲଟିଥିବା ବେଳେ, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ପକ୍ଷରୁ ୨୦ କଂପାନୀ ପାରାମିଲିଟାରୀ ଫୋର୍ସ ଯୋଗାଇ ଦିଆଯାଇଛି ।
ମଙ୍ଗଳବାର ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଆଦି ବନ୍ଦ ରଖାଯାଇଥିବା ବେଳେ, ଗୁଜବକୁ ବ୍ୟାପିବାରୁ ରୋକିବା ପାଇଁ ଆଜି ଯାଏଁ ନୁହ୍ ଓ ଫରିଦାବାଦ ଜିଲ୍ଲାରେ ଇଣ୍ଟରନେଟା ସେବା ବନ୍ଦ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)