Advertisment

ଗୁପ୍ତଧନ ପାଇଁ ନାବାଳକ ବଳି ! ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ

ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ଓ ମୃତକ ନାବାଳକ ସଂଜିତ ବିଶ୍ୱାଳଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି । ଟୁସର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Angul Minor Death Case

Police arrest four after minor boy dies under mysterious circumstances in Angul

ଗୁପ୍ତଧନ ପାଇଁ ଅନୁଗୁଳ କିଆକଟା ନାବାଳକ ବଳି ସନ୍ଦେହ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ଟୁସର ଗାଁ ମଙ୍ଗଳା କୋଠିର ପୂଜାରିଣୀ ରୀତାଞ୍ଜଳି ବାଘ ଓ ତାଙ୍କ ତିନି ପୁଅ ଦିବ୍ୟରଂଜନ, ଜ୍ୟୋତିରଂଜନ ଓ ସୌମ୍ୟରଂଜନ । ରୀତାଞ୍ଜଳିଙ୍କ ତିନି ପୁଅ ସମସ୍ତେ ସାବାଳକ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଏସପି ।

Advertisment

ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ଓ ମୃତକ ନାବାଳକ ସଂଜିତ ବିଶ୍ୱାଳଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି । ଟୁସର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି । ମଙ୍ଗଳା କୋଠି, ଏହାର ଦାନବାକ୍ସ, ଟ୍ରଙ୍କ୍ ଆଦିକୁ ସିଲ୍ କରିଛି ପ୍ରଶାସନ । ଦେହ ଭଲ ରହୁନଥିବାରୁ କିଆକଟା ଥାନା ସୁବର୍ଣ୍ଣପୁରର ବାସନ୍ତୀ ବିଶ୍ୱାଳ ନିଜ ପୁଅ ସଂଜିତକୁ ନେଇ ଗତ ୨୨ ତାରିଖରେ ନିକଟସ୍ଥ ଟୁସର ଗାଁର ମଙ୍ଗଳା କୋଠିକୁ ଯାଇଥିଲେ । ଏହି ମଙ୍ଗଳା କୋଠି ଚଳାନ୍ତି ରୀତାଞ୍ଜଳି ବାଘ ।

ଅଧିକ ପଢ଼ନ୍ତୁ: କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?

Advertisment

ରାତିରେ ମାଆ ବାସନ୍ତୀଙ୍କୁ ବାରଣ୍ଡାରେ ଶୋଇବାକୁ କହି ସଂଜୀବଙ୍କୁ ମଙ୍ଗଳା କୋଠି ଭିତରକୁ ନେଇଯାଇଥିଲା ରୀତାଞ୍ଜଳି। ହେଲେ ସକାଳ ବେଳକୁ ସଂଜୀବ ନିଖୋଜ ହୋଇଯାଇଥିଲେ । ୨୪ ତାରିଖରେ ପୁଅ ନିଖୋଜ ଥିବା ସଂପର୍କରେ କିଆକଟା ଥାନାରେ ଏତଲା ଦେଇଥଲେ ମାଆ । ୨୮ ତାରିଖରେ ବୀଭତ୍ସ ଅବସ୍ଥାରେ ବାରେଣି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ସଂଜୀବଙ୍କ ମୃତଦେହ ମିଳିଥିଲା।

ସନ୍ଦେହ କରାଯାଉଛି- ହୁଏତ ତାଙ୍କୁ ବଳି ଦିଆଯାଇଛି । ପରିବାର ଲୋକେ ଏହା ବି ଅଭିଯୋଗ କରିଛନ୍ତି ଯେ, ପୋଲିସ ମୃତଦେହ ହସ୍ତାନ୍ତର କରିବା ବେଳେ ଆଖି, କିଡନି ଓ କେତେକ ଅଙ୍ଗ ପ୍ରତ୍ୟଙ୍ଗ ନ ଥିଲା । ଏହା ପଛରେ ଅଙ୍ଗ ଚାଲାଣ ରାକେଟ ଥିବାର ସନ୍ଦେହ ହେଉଛି ।

Minor Boy Death Minor Death
Advertisment
Advertisment