/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690819334.jpg)
OSSC Question Paper Leak
ବାଲେଶ୍ୱର ପରେ ଭଦ୍ରକ। ଜେଇ ସିଭିଲ ପରେ ଅର୍ବାନ ଆକାଉଣ୍ଟାଣ୍ଟ ପରୀକ୍ଷା। ସମାନ ଅଭିଯୋଗ, ସମାନ ତ୍ରୁଟି। ପ୍ରଶ୍ନପତ୍ର ଲିକ୍। କାହିଁକି ରିପିଟ୍ ହେଉଛି ଏଭଳି ଘଟଣା? କେଉଁଠି ରହୁଛି ଭୁଲ? ଏଥି ପାଇଁ ଦାୟୀ କିଏ? ସରକାର ନିରବ କାହିଁକି? ଯାହାକୁ ନେଇ ତେଜିଲାଣି ଅସନ୍ତୋଷ।
ଆଜି ବାଲେଶ୍ୱରରେ ଶହ ଶହ ପରୀକ୍ଷାର୍ଥୀ ଦୁର୍ନୀତି ମୁକ୍ତ ନିଯୁକ୍ତି ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲେ। ଷ୍ଟେସନ ଛକଠାରେ ଘଣ୍ଟାଏ ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସେମାନଙ୍କର ଅଭିଯୋଗ ଜେଇ ସିଭିଲ ହେଉ କି ଆକାଉଣ୍ଟାଣ୍ଟ ପରୀକ୍ଷା ଓଡିଶା ଷ୍ଟାଫ୍ ସିଲେକ୍ସନ କର୍ତ୍ତୃପକ୍ଷଙ୍କ ସଂପୃକ୍ତି ରହିଛି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ପୋଲିସ OSSCକୁ ଖସାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ମାମଲାରେ ତଦନ୍ତ ଦାୟିତ୍ୱ ସରକାର ସିବିଆଇକୁ ଦିଅନ୍ତୁ ବୋଲି ଦାବି କରିଛନ୍ତି।
ଅନ୍ୟପଟେ OPSC ଦ୍ୱାରା ପରିଚାଳିତ ASO ଚୟନରେ ଅନିୟମିତତା ଅଭିଯୋଗ ମାମଲାରେ ରିଭ୍ୟୁ ପିଟିସନର ଶୁଣାଣି କରି ପୂର୍ବ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। OPSC ଦ୍ୱାରା ପ୍ରକାଶ ପାଇଥିବା ମେରିଟ ଲିଷ୍ଟକୁ ବାତିଲ କରି ପୁନଃ ମେରିଟ ଲିଷ୍ଟ ବାହାର କରିବାକୁ ପୂର୍ବ ରାୟରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ୨୦୨୨ ଅଗଷ୍ଟ ୨୭ରେ ୭୯୬ ASO ପଦବି ପୂରଣ ପାଇଁ ୧ ଲକ୍ଷ ୪୮ ହଜାର ୮୮୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମେରିଟ୍ ଲିଷ୍ଟରେ ୧୧ଶହ ୪ ଜଣଙ୍କର ନାଁ ପ୍ରକାଶ ପାଇଥିଲା।
ତେବେ ଚୟନରେ ଅନିୟମିତତା ଅର୍ଥାତ ନୀତି ନିୟମ ବାହାରେ ଚୟନ ହୋଇଥିବା ଅଭିଯୋଗ କରି ହାଇକୋର୍ଟ ଯାଇଥିଲେ ପରୀକ୍ଷାର୍ଥୀମାନେ। ଏହାର ଶୁଣାଣି କରି ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ରାୟ ଦେଇଥିଲେ ହାଇକୋର୍ଟ। ପରେ ତାକୁ ଚାଲେଞ୍ଜ କରି ଏକ ରିଭ୍ୟୁ ପିଟିସନ ଏବଂ ରିଟ୍ ପିଟିସନର ଶୁଣାଣି କରି ଆଜି ଏହି ରାୟ ଦେଇଛନ୍ତି ହାଇକୋର୍ଟ।
ପ୍ରଶ୍ନ ହେଉଛି ବ୍ୟବସ୍ଥାରେ ତ୍ରୁଟି ପାଇଁ କାହିଁକି ହଇରାଣ ହେବେ ପରୀକ୍ଷାର୍ଥୀ?ଏମିତି ବ୍ୟବସ୍ଥା ପାଇଁ ଦାୟୀ କିଏ, ଆଉ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ଏମିତି ସ୍ଥିତିରେ ସ୍ୱଚ୍ଛ ନିଯୁକ୍ତି ଦାବି କରି ମଙ୍ଗଳବାର ଲୋୟର ପିଏମଜିରେ ପରୀକ୍ଷାର୍ଥୀମାନେ ବିଶାଳ ପ୍ରତିବାଦ କରିବାକୁ ଯାଉଛନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)