ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।
ଏ ନୋଟ୍ ଦେଖିଲେ ହୋସ୍ ଉଡିଯିବ । ଥାକ ମରାଯାଇଛି ଖାଲି ୫ ଶହ ଟଙ୍କିଆ ନୋଟ୍...ଅସଲି ଦେଖାଯାଉଛି ସତ ହେଲେ ଏହା ପୂରା ନକଲି
ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର । ଗତକାଲି ସୋନପୁରରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ୫ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି କ୍ରାଇମବ୍ରାଂଚ STF ।
ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପ୍ରକୃତରେ ଘଟଣା ଥିଲା କଣ?
ଗତକାଲି ଜାଲ୍ ନୋଟ୍ ଜବତ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ STF । ଜାଲ୍ ନୋଟ୍ ଜବତ ସହ ଉଲୁଣ୍ଡାର ଦୀପକ ମେହେର ଗିରଫ । ପଡ଼ୋଶୀ ଛତିଶଗଡ଼ରୁ ଫେକ୍ ନୋଟ୍ ଆସିଥିବା ସନ୍ଦେହ ।
OSSC ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଆଇଜି ରାଙ୍କର ପୋଲିସ୍ ଅଧିକାରୀ କରିବେ ତଦନ୍ତ ।
ବାଲେଶ୍ୱର OSSC ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତର ମୁଖ୍ୟ ଦିଗ ରହିବ କିଏ ସେହି ଗୃହ ଶତ୍ରୁ? ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା... ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି ।
୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।
ସତରେ କ୍ରୋଧ ମଣିଷର ହିତାହିତ ଜ୍ଞାନ ହରଣ କରେ..ସାମୟିକ ସମୟର ଉତ୍ତେଜନା ପାଇଁ କେତେ ବଡ଼ ବଡ଼ ଭୁଲ କରିଦିଏ..ଏପରି ଏକ ଘଟଣା ଘଟିଛି ଆସାମର ସିଲଚର ସହରରେ..
ମଣିପୁର ଭଳି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏହି ଘଟଣା । ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ ।
ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡାଙ୍କୁ ବିବାହ କରିଥିଲେ ଇତିଶ୍ରୀ । ତାଙ୍କର ଦୁଇ ଦୁଇ ଥର ଗର୍ଭ ନଷ୍ଟ ହେବାପରେ ତାଙ୍କ ଯାଆ ଅକଥନୀୟ ମାନସିକ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ବାପଘର ଲୋକେ ।
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । ହାତରେ ମାରଣାସ୍ତ୍ର ଧରି ସର୍ବସାଧାରଣରେ ଆତଙ୍କ ଖେଳାଇଲେ । ତେବେ ଯବାନ ଜଣକ କାହାକୁ ଆକ୍ରମଣ କରିନଥିଲେ ବରଂ ଅଭିଯୋଗର ଲମ୍ବା ତାଲିକା ଦେଖାଇ ପୋଲିସ ଓ ପ୍ରଶାସନ ଉପରେ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ । ହେଲେ କାହିଁକି ଏମିତି କରୁଥିଲେ ସେ, ଜାଣିବା ଆସନ୍ତୁ ।
ଗୋଟିଏ ହାତରେ ଖଣ୍ଡା, ଅନ୍ୟ ହାତରେ ହାତୁଡି । ବିଚ୍ ରାସ୍ତାରେ ଘଂଟା ଘଂଟା ଧରି ଆତଙ୍କ ଖେଳାଇ ଚାଲିଲେ ଜଣେ ଅବସରପ୍ରାପ୍ତ ଯବାନ । ବାଙ୍କୀ କଲେଜ ଛକରୁ କଚେରୀ ଛକ ଯାଏଁ, ମାରଣାସ୍ତ୍ର ଧରିଥିବା ଅବସରପ୍ରାପ୍ତ ଯବାନଙ୍କୁ ଯିଏ ଦେଖୁଥିଲା, ଆତଙ୍କିତ ହୋଇପଡୁଥିଲା ।
କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ବାସଭବନରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ପୋଲିସ୍ ଜବତ କରିଛି।
ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ। ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି।
ଫିଲ୍ମରେ ଦେଖାଯାଇଥିବା ଟାଇମ୍ ବମ ଭଳି ଦେଖାଯାଉଛି ଏହି ବୋମା । ତେବେ କେଉଁ ପରିସ୍ଥିତିରେ ଏହି ବୋମା ଏଠାକୁ ଆସିଲା ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।
ମୁମ୍ବାଇ ସହର ଭିତରେ ପଶି ୨ ଜଣ ପାକିସ୍ତାନ ନାଗରିକ ସହରର ଲ୍ୟାଣ୍ଡ୍ମାର୍କ ହୋଟେଲ କୁହାଯାଉଥିବା ତାଜ୍ ହୋଟେଲ ଉଡ଼ାଇ ଦେବେ। ଏଭଳି ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି।
ପ୍ୟାଣ୍ଟସାର୍ଟରେ ଭର୍ତ୍ତି ଘର । ପୂରା ଛିନଛତର ଭାବରେ ଖେଳାଇ ହୋଇ ପଡିଛି ଡ୍ରେସ୍...ଅସଲ ବ୍ରାଣ୍ଡ୍ ନାଁରେ ଚାଲିଥିଲା ନକଲି ଡ୍ରେସ୍ ବେପାର
ଘର ଭର୍ତ୍ତି ପ୍ୟାଣ୍ଟ୍ ସାର୍ଟ । ପୁଳାପୁଳା ରେଡିମେଡ୍ ଗାର୍ମେଣ୍ଟ । ସବୁ ଛିନଛତ୍ର ଅବସ୍ଥାରେ ଖେଳେଇ ହୋଇପଡ଼ିଛି । ଏହା କୌଣସି ସୋରୁମ୍ ନୁହେଁ କି କପଡା ଦୋକାନ ନୁହେଁ । ଅସଲି ନାଁରେ ନକଲି ମାଲ୍ ବିକୁଥିବା କପଡା ଶୋରୁମର ଚୋରା ଗୋଦାମ ।
ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ ଯୁବତୀ । ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ।
ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।
ରାୟଗଡ଼ାରୁ ଉଠାଇନେଲେ ବ୍ରହ୍ମପୁର ଘରେ ଆଣି ଛାଡ଼ିଲେ । ହାତ ମୁହଁ ବାନ୍ଧି ହୋଟେଲ ରୁମରେ ଟେକି ନେଇଗଲେ । ପ୍ରଫୁଲ୍ଲ ସାମନ୍ତରାଙ୍କୁ କିଏ ଓ କାହିଁକି ପ୍ରାୟ ୬ ଘଣ୍ଟା ଗାୟବ କଲେ..?
ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ । ସିପି ମାଗିଲେ CCTV ଲିଙ୍କ୍ । ଆଇପି ଆଡ୍ରେସ୍ ପୋଲିସକୁ ଦେବାପାଇଁ କମିଶନରଙ୍କ ଅନୁରୋଧ..
ସବୁ ଘଟଣା, ଦୁର୍ଘଟଣା, ଅପରାଧ ରେକର୍ଡ ହୋଇ ରହୁଛି କ୍ୟାମେରାରେ, ଅଭିଯୁକ୍ତର ଅଜାଣତରେ । ପୋଲିସ ତଦନ୍ତ ବେଳେ ଏଥିରୁ ମିଳୁଛି ଠୋସ୍ ପ୍ରମାଣ । ଅପରାଧ ରୋକିବାକୁ, ଅପରାଧୀଙ୍କୁ ଚିହ୍ନଟ କରିବାକୁ ବେଶ୍ କାମରେ ଆସୁଛି ସିସିଟିଭି ସର୍ଭେଲାନ୍ସ ।