Advertisment

ସୈତାନ ହେଲା ସାବତ ମା’; ଥରଥର ଓଠରେ ନିର୍ଯାତନାର କାହାଣୀ ବଖାଣିଲେ ଭାଇ-ଭଉଣୀ

ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି।

author-image
Manoranjan Behera
Stepmom Brands Minor

Stepmom Brands Minor

ଆଠଗଡ଼ର ଏମିତି ଏକ କାହାଣୀ ଘଟିଛି, ଯାହା ହୁଏତ ଆପଣଙ୍କୁ ବିଚଳିତ କରିପାରେ। କାରଣ ୟେ ଏମିତି ଏକ ଘଟଣା, ଯେଉଁଠି ସାବତ ମା’ଟିଏ ଭୁଲିଯାଇଛି ମାନବିକତା, ହିତାହିତ ଜ୍ଞାନ ଭୁଲିଯାଇଛି ବାପା। ବିସ୍କୁଟ୍ ଖଣ୍ଡିଏ ଖାଇଦେଲେ ବୋଲି ୨ ପିଲାଙ୍କୁ ଦରମରା କରି ମାଡ଼ ମାରିଛନ୍ତି ଉଭୟେ। ଦିନ ଦିନ ଧରି ବନ୍ଦ ଘରେ ରଖି ପାଦରୁ ମୁଣ୍ଡ ଯାଏଁ ପିଟିଛନ୍ତି। ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ୨ ପିଲା ଘରୁ ଲୁଚି ଆସି ଜଣାଇବା ପରେ ଲୋକେ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି। ବାପା, ମା’ଙ୍କୁ ଧରି ପୋଲିସ ଘଟଣାର ତଦନ୍ତ କରୁଛି।

Advertisment

ଯନ୍ତ୍ରଣା ଏତେ ଦର୍ଦନାକ, ଶୁଣିଲେ ବୁକୁ ଫାଟିଯାଉଛି। କଅଁଳ ଆଖିର ଲାଳ ଲୁହ ବଖାଣୁଛି ସବୁକିଛି। ବିସ୍କୁଟ ଦୁଇଖଣ୍ଡ ଖାଇଦେବାରୁ କେମିତି ନିସ୍ତୁକ ମାଡ଼ ମାରିଲା ସାବତ ମାଆ। ଟିକି ପିଲାଟିର ଥର ଥର ଓଠର ବୟାନରୁ ହିଁ ବାରି ହେଉଛି। ତା’ କୋମଳ ପିଠି କେତେ ସହିଛି ନିର୍ଯାତନା, ଶୁଣିଲେ ମନକୁ ଆନ୍ଦୋଳିତ କରୁଛି।

ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି। ଏହି ଦୁଇ ଭାଇ ଭଉଣୀ ହେଉଛନ୍ତି ବାଙ୍କି ପାର୍ଥପୁରର ସୁନୀଲ କୁମାର ନନ୍ଦଙ୍କର ପୁଅ ଝିଅ। ପତ୍ନୀଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କ ସହ କଟକ ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗରରେ ଭଡ଼ାରେ ରହୁଛନ୍ତି ସୁନୀଲ। ତେବେ ଦିନେ କି ଅଧେ ନୁହେଁ। ମାସ ମାସ ଧରି ବନ୍ଦ କୋଠରୀରେ ରଖି ବାପା ସୁନୀଲ ଏବଂ ସାବତ ମା’ ନିର୍ଯାତନା ଦେଇଆସିଥିବା ଦୁଇ ପିଲା ବୟାନ ଦେଇଛନ୍ତି।

Advertisment

ଶେଷରେ ନିର୍ଯାତନାକୁ ସହିନପାରି ଘରୁ ଲୁଚିଆସିଛନ୍ତି ଏହି ୧୩ ବର୍ଷର ପୁଅ ଏବଂ ୧୦ ବର୍ଷର ଝିଅ। ଆଉ ଲୋକଙ୍କୁ କହିବା ପରେ ଲୋକେ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ପିଲା ଦୁହିଁଙ୍କୁ ଉଦ୍ଧାର କରି ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଛି।

ବାପା ସୁନୀଲ କୁମାର ନନ୍ଦ ଆଉ ସାବତ ମା’ ପୁଷ୍ପଲତା ଏହି କାଣ୍ତ ଭିଆଇଛଥିବା ଅଭିଯୋଗ ହୋଇଛି। ପ୍ରଥମ ପତ୍ନୀ ଜୟଶ୍ରୀଙ୍କ ସହ କଳି ଝଗଡ଼ା ଏବଂ ନିର୍ଯାତନା ଦେବା ଯୋଗୁ ଖୋର୍ଦ୍ଧା ସ୍ଥିତ ବାପଘରେ ରହିଆସୁଛନ୍ତି ଜୟଶ୍ରୀ। ପାଖରେ ୩ ବର୍ଷ ବୟସର ଝିଅକୁ ଜୟଶ୍ରୀ ରଖିଥିବାବେଳେ ଅନ୍ୟ ୨ ଭାଇଉଭଣୀ ରହୁଛନ୍ତି ସୁନୀଲ ଏବଂ ପୁଷ୍ପଲତାଙ୍କ ପାଖରେ। ଯିଏ ମାସ ମାସ ଧରି ନିର୍ଯାତନାର ଶୀକାର ହୋଇଆସୁଥିଲେ।

ଏହି ଖବର ପାଇବା ପରେ ୨ ଛୁଆଙ୍କ ପାଖରେ ପହଞ୍ଚିଛନ୍ତି ମା’ ଜୟଶ୍ରୀ। ତେବେ ସଂପର୍କୀୟଙ୍କ କହିବା କଥା, ୨ ଛୁଆଙ୍କୁ ରାସ୍ତାରୁ ହଟାଇ ସୁନୀଲଙ୍କଠାରୁ ସମସ୍ତ ସମ୍ପତ୍ତି ହାତେଇବାକୁ ଏଭଳି କାଣ୍ଡ ଭିଆଉଥିଲେ ସାବତ ମା। ତେବେ ନିର୍ଯାତନାକୁ ବାପା ସୁନୀଲ ଏବଂ ସାବତ ମା’ ପୁଷ୍ପଲତା ଖଣ୍ଡନ କରୁଥିବାବେଳେ ସମ୍ପର୍କୀୟଙ୍କ ଏତଲା ଆଧାରରେ ଉଭୟଙ୍କୁ ଥାନାରେ ରଖି ତଦନ୍ତ କରୁଛି ପୋଲିସ।

2 Minor Children Stepmom Brands Minor
Advertisment
Advertisment