Advertisment

ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା

ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍‌ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ ଦେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Cyber Fraud

Cyber Fraud

ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍‌ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ ଦେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ। ନହେଲେ ଆପଣ ବି ହୋଇପାରନ୍ତି ଠକାମିର ଶିକାର। ଏମିତି ଏକ ଠକାମିର ଶିକାର ହୋଇଛନ୍ତି ମନୋଜ ନାୟକ। ଠକେଇର ଶିକାର ହେବା ପରେ ପୋଲିସ ପାଖରେ ଅଭିଯୋଗ କରିଥିଲେ ମନୋଜ। ତାଙ୍କ ଅଭିଯୋଗ ଭିତ୍ତିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍।

Advertisment

୧୦ ଅକ୍ଟୋବର ୨୦୨୩ । ପର୍ସନାଲ ଲୋନ୍‌ କରାଇ ଦେବାକୁ କହି ମନୋଜ ନାୟକଙ୍କୁ ଯୋଗାଯୋଗ କରିଥିଲେ ଦୁଇ ଅଭିଯୁକ୍ତ । ମନୋଜଙ୍କ ମନରେ ଲୋନ୍‌ର ଲୋଭ୍ ଦେଖାଇ ତାଙ୍କଠୁ ନେଇଥିଲେ ପାନ୍ କାର୍ଡ ଓ ଆଧାର କାର୍ଡ ।  ତେବେ ସିଭିଲ୍‌ ସ୍କୋର୍‌ ଖରାପ ଥିବାରୁ ମାତ୍ର ୨୨ ହଜାର ଟଙ୍କା ଲୋନ୍ ହେବ ଏବଂ ୩୦ ହଜାର ଟଙ୍କା ଶୁଝିବାକୁ ହେବ ବୋଲି କହିଥିଲେ ଦୁଇ ଅଭିଯୁକ୍ତ।

ଏହାପରେ ମନୋଜଙ୍କୁ ଏକ ମୋବାଇଲ ସୋରୁମ୍‌କୁ ନେଇ ଏକ ମୋବାଇଲ ଧରାଇ ଫଟୋ ଉଠାଇଥିଲେ। ପରେ ସେହି ମୋବାଇଲକୁ OLXରେ ବିକ୍ରି କରି ଟଙ୍କା ହଡ଼ପ କରିନେଇଥିଲେ ଦୁଇ ଅଭିଯୁକ୍ତ। ତେବେ ମନୋଜ ଲୋନ୍‌ ବାବଦରେ ଅଭିଯୁକ୍ତଙ୍କୁ ପଚାରିବାରୁ ଲୋନ୍‌ ହୋଇପାରିବନି ବୋଲି କହିଥିଲେ ଉଭୟ ଅଭିଯୁକ୍ତ।  ତେବେ ୨୮ ଅକ୍ଟୋବରରେ ମନୋଜଙ୍କ ଫୋନ୍‌କୁ ବାଜାଜ୍ ଫାଇନାନ୍ସ ପକ୍ଷରୁ ଆସିଥିଲା ଏକ ମେସେଜ୍। ୨ ନଭେମ୍ବରରେ ୧୮୭୫ ଟଙ୍କା କିସ୍ତି ଦେବା ଲାଗି ଏହି ମେସେଜରେ ଉଲ୍ଲେଖ ଥିଲା। 

Advertisment

ଏହି ମେସେଜ ପରେ ମନୋଜ ବାଜାଜ୍ ଫାଇନାନ୍ସ ଅଫିସ ଯାଇ ଜାଣିବାକୁ ପାଇଥିଲେ କି ତାଙ୍କ ନାଁରେ ୨୯ ହଜାର ୯୯୯ ଟଙ୍କା ମୋବାଇଲ ଲୋନ୍ ଚାଲିଛି। ଠକାମିର ଶିକାର ଜାଣିବା ପରେ ମନୋଜ ଖାରବେଳ ନଗର ଥାନାରେ କରିଥିଲେ ଅଭିଯୋଗ। ଘଟଣାର ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ୍। ପୋଲିସ୍ ସାମ୍ନାରେ ଉଭୟ ନିଜର ଅପରାଧ ସ୍ୱୀକାର ମଧ୍ୟ କରିଥିଲେ। ତେବେ ଏକା ମନୋଜ ନୁହଁନ୍ତି ଏକାଧିକ ଲୋକ ଏହି ଠକାମିର ଶିକାର ହୋଇଛନ୍ତି ବୋଲି ତଦନ୍ତ ସମୟରେ ଜାଣିବାକୁ ପାଇଛି ପୋଲିସ୍।

Bhubaneswar Odisha Cyber Fraud
Advertisment
Advertisment