/odishatv-khabar/media/post_attachments/uploadimage/library/16_9/16_9_0/EOW_1699010784.jpg)
EOW
ଭୁବନେଶ୍ୱର RBIରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ପ୍ରସଙ୍ଗ । କାହା ଟଙ୍କା କିଏ ବଦଳାଉଛି ସେ ନେଇ ଖବର ପ୍ରସାରଣ ପରେ EOW ନିଜ ତରଫରୁ ଚଳାଇଛି ତନାଘନା । ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଭୁବନେଶ୍ୱର RBIରୁ ସିସିଟିଭି ଫୁଟେଜ ଓ ତଥ୍ୟ ନେଇଥିବା ସୂଚନା ମିଳିଛି । RBI ଅଫିସରଙ୍କ ସହ ମଧ୍ୟ ଏନେଇ ଅର୍ଥନୈତିକ ଅପରାଧ ଶାଖା ଟିମ୍ ଆଲୋଚନା କରିଛି ।
ଭୁବନେଶ୍ୱର RBI ଆଗରେ ଦୁଇ ଦିନ ତଳେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ରହୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା । ଗରିବଙ୍କୁ ମୋହରା କରି କଳାଟଙ୍କା ଧଳା କରାଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା । ଏମିତି କି ଧାଡ଼ିରେ ଛିଡ଼ା ହୋଇଥିବା ଲୋକେ ୩ ଶହ ଟଙ୍କା ମଜୁରି ନେଇ ନୋଟ ବଦଳାଉଥିବା କହିଥିଲେ । ତେଣୁ ପ୍ରଶ୍ନ ଉଠିଥିଲା ଏତେ ୨ ହଜାର ଟଙ୍କିଆ ନୋଟ୍ ଆସୁଛି କେଉଁଠୁ । କିଏ ଗରିବଙ୍କୁ କରୁଛି ମୋହରା । ଇଓଡବ୍ଲୁ ତଦନ୍ତ କଳା ଟଙ୍କାର ମୂଳ ଯାଏଁ ପହଞ୍ଚି ପାରିବ ତ ? ତାକୁ ନେଇ ବି ପ୍ରଶ୍ନ ଉଠିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)