Advertisment

ରେଭ୍‌ ପାର୍ଟିରେ ସାପ ବିଷ ମାମଲା, ଗିରଫ ହୋଇପାରନ୍ତି ବିଗ୍ ବସ୍‌ ବିଜେତା ଏଲ୍‌ଭିସ୍‌ ଯାଦବ

ମେନକା ଗାନ୍ଧୀଙ୍କ ସହ ଜଡିତ ଏକ ସଂଗଠନ PFA (ପିପୁଲ୍ ଫର୍ ଆନିମଲ୍) ସୂଚନା ପାଇଥିଲା ଯେ ଏଲ୍‌ଭିସ୍‌ ଯାଦବ NCRରେ ଥିବା ଫାର୍ମ ହାଉସର ରେଭ୍‌ ପାର୍ଟିରେ ଜୀବନ୍ତ ସାପଙ୍କ ସହ ଭିଡିଓ ସୁଟିଂ କରୁଛନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏଲଭିସ୍‌ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Elvis Yadav

Elvis Yadav

ରେଭ୍ ପାର୍ଟିରେ ସାପ ବିଷ ଯୋଗାଇ ଫସିଲେ ରିୟଲିଟି ଟିଭି ଶୋ ବିଗ୍ ବସ୍ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବ । ଉତ୍ତର ପ୍ରଦେଶ ନୋଏଡାରେ ଚାଲିଥିବା ଏକ ରେଭ ପାର୍ଟିରେ ସାପ ସହ ବିଷ ଯୋଗାଇବା ଅଭିଯୋଗରେ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉତ୍ତରପ୍ରଦେଶ ନୋଏଡାର ସ୍କେଟର-୪୯ରେ ଚାଲିଥିବା ଏକ ରେଭ ପାର୍ଟି ଚାଲିଥିବା ବେଳେ ସେଥିଲାଗି ୯ ଟି ସାପ ଯୋଗାଯାଇଥିଲା । ଯେଉଁଥିରେ ୫ଟି ନାଗ ସାପ, ଗୋଟିଏ ଅଜଗର, ଗୋଟିଏ ଦୁଇ ମୁଣ୍ଡିଆ ସାପ ସହ ଅନ୍ୟ ପ୍ରଜାତିର ସାପ ରହିଥିଲା। ଆଉ ଏଥିଲାଗି ଅର୍ଡର ଦେଇଥିଲେ ବିଗ୍ ବସ୍‌ ଓ୍ୱିନର ଏଲଭିସ୍‌ ଯାଦବ । ଏନେଇ ଏକ ଏନଜିଓ ଷ୍ଟିଙ୍ଗ୍ ଅପରେସନ୍ କରି ନୋଏଡା ପୋଲିସ୍‌ ନିକଟରେ ଏଲ୍‌ଭିସ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାର ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ନୋଏଡା ପୋଲିସ୍।

Advertisment

ସୂଚନା ଅନୁସାରେ, ନୋଏଡା ପୋଲିସ୍ ସେକ୍ଟର ୪୯ରେ ରେଡ୍‌ କରି ୫ ଜଣଙ୍କୁ ଗିରଫ କରିଛି। ରେଡ୍‌ ସମୟରେ ସେହି ସ୍ଥାନରୁ ୫ଟି ନାଗସାପ ସହ ବିଷ ମଧ୍ୟ ଜବତ କରିଛି ପୋଲିସ୍। ଗିରଫ ପରେ ଯେତେବେଳେ ଉକ୍ତ ବ୍ୟକ୍ତିଙ୍କୁ ପଚରା ଉଚରା କରିଥିଲା ପୋଲିସ୍ ସେ ସମୟରେ ଆସିଥିଲା ବିଗ୍‌ ବସ୍‌ ବିଜେତା ଏଲ୍‌ଭିସ୍‌ ଯାଦବଙ୍କ ନାଁ। ଯାହାପରେ ଏଲ୍‌ଭିସ୍‌ ଯାଦବଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ନୋଏଡା ପୋଲିସ୍‌।

ମେନକା ଗାନ୍ଧୀଙ୍କ ସହ ଜଡିତ ଏକ ସଂଗଠନ PFA (ପିପୁଲ୍ ଫର୍ ଆନିମଲ୍) ସୂଚନା ପାଇଥିଲା ଯେ ଏଲ୍‌ଭିସ୍‌ ଯାଦବ NCRରେ ଥିବା ଫାର୍ମ ହାଉସର ରେଭ୍‌ ପାର୍ଟିରେ ଜୀବନ୍ତ ସାପଙ୍କ ସହ ଭିଡିଓ ସୁଟିଂ କରୁଛନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏଲଭିସ୍‌ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

Advertisment

ଏନେଇ PFA ପୋଲିସକୁ କହିଛନ୍ତି ଯେ, ଜଣେ ଅଜ୍ଞାତ ବ୍ୟକ୍ତି ଏଲ୍‌ଭିସ୍‌ଙ୍କ ସହ ଯୋଗାଯୋଗ କରି ପାର୍ଟି ବାବଦରେ ପଚାରିଥିଲେ। ଏହାପରେ ଏଲ୍‌ଭିସ୍‌ ରାହୁଲ ନାମକ ଜଣେ ଏଜେଣ୍ଟଙ୍କ ନମ୍ବରରେ ଯୋଗାଯୋଗ କରିବାକୁ କହିଥିଲେ। ପରେ ଉକ୍ତ ବ୍ୟକ୍ତି ରାହୁଲଙ୍କ ସହ ଯୋଗାଯୋଗ କରି ପାର୍ଟି କରିବାକୁ ଅଫର କରିଥିଲେ। ଏହାସହ ସେହି ବ୍ୟକ୍ତି ଜଣଙ୍କ ଏନେଇ ବନ ବିଭାଗ ଓ ପୋଲିସଙ୍କୁ ସୂଚନା ଦେଇଥିଲେ। ଯାହାଫଳରେ ପୋଲିସ୍ ଓ ବନ ବିଭାଗ ଟିମ୍‌ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

India News Noida Police
Advertisment
Advertisment