Advertisment

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା: ଗୁରୁତର ଯୁବତୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଯବାନଙ୍କ ଚିକିତ୍ସା ଭୁବନେଶ୍ୱର ଓ ଯୁବତୀଙ୍କ ଚିକିତ୍ସା କଟକରେ ଚାଲିଥିଲା। ଦାମୀ ରେଂଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Range Rover Accident

Range Rover Accident

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା । ଗୁରୁତର ଯୁବତୀଙ୍କ ମୃତ୍ୟୁ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗତ ୩୧ ତାରିଖରେ ପାୱାର ହାଉସ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍। ଏହି ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର ଆହତ ହୋଇଥିଲେ।

Advertisment

ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଯବାନଙ୍କ ଭୁବନେଶ୍ୱର ଓ ଯୁବତୀଙ୍କ ଚିକିତ୍ସା କଟକରେ ଚାଲିଥିଲା। ଦାମୀ ରେଂଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା। ଗାଡ଼ିଟି କାହାର ଏବଂ ସେଥିରେ କିଏ ଥିଲେ, ଉଠିଥିଲା ପ୍ରଶ୍ନ। ତେବେ ମିଳିଥିବା ସୂଚନା ଅନୁସାରେ ଗାଡ଼ିଟି ଏକ ଘରୋଇ କଂପାନୀ ନାଁରେ ରେଜିଷ୍ଟ୍ରୀ ହୋଇଥିଲା। ସଂପୃକ୍ତ ଘରୋଇ କଂପାନୀର ନିର୍ଦ୍ଦେଶକ ଥିଲେ ବିଶାଳ ଦାସ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଉକ୍ତ କଂପାନୀର ନିର୍ଦ୍ଦେଶକ ଅଛନ୍ତି।

Advertisment
Bhubaneswar Accident Odisha
Advertisment
Advertisment