• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କୁଲ ଭିତରେ ବମ୍‌ । ସଙ୍ଗେ ସଙ୍ଗେ ଖାଲି ହୋଇଗଲା ସ୍କୁଲ । ବମ୍‌ ସ୍କ୍ୱାଡ୍‌ ସହ ପହଞ୍ଚିଲା ପୋଲିସ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚେନ୍ନାଇରୁ । ଚେନ୍ନାଇର ବିଭିନ୍ନ ସ୍କୁଲକୁ ହଠାତ୍‌ ଆସିଲା ଏକ ମେଲ୍‌ । ସେଥିରେ ଲେଖାଥିଲା ଯେ ସ୍କୁଲ ଭିତରେ ରହିଛି ବୋମା । ତୁରନ୍ତ ଏହି ଖବର ପୋଲିସ ପାଖରେ ପହଞ୍ଚିଥିଲା।

ଆଉ ତାପରେ ପୋଲିସ ବମ୍‌ ସ୍କ୍ୱାଡ୍‌ ଟିମ୍‌ ସହ ସ୍କୁଲ୍‌ରେ ପହଞ୍ଚି ପୁରା ସ୍କୁଲକୁ ଖାଲି କରିଥିଲା । ପିଲାମାନଙ୍କ ବାପା-ମାଆ ଆସି ପିଲାଙ୍କୁ ଘରକୁ ଫେରାଇ ନେଇଥିଲେ । ଏହି ସମୟରେ ପ୍ରତ୍ୟେକ ପିଲାଙ୍କୁ ବି ଯାଞ୍ଚ କରି ଛାଡ଼ିଥିଲା ପୋଲିସ । ଲୋକମାନଙ୍କୁ ସାନ୍ତ୍ୱନା ଦେବା ସହ ଭୟଭୀତ ନହେବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ କିଏ ଓ କାହିଁକି ଏଭଳି ମେଲ୍‌ ପଠାଇଥିଲା ସେନେଇ ତଦନ୍ତ ଚାଲିଛି ବୋଲି କହିଛି ପୋଲିସ । ପୁରା ଘଟଣା ଉପରେ ତଦନ୍ତ ଚାଲଛି । ଖୁବ୍‌ଶୀଘ୍ର ଦୋଷୀକୁ ଗିରଫ କରାଯିବ ।

ସବୁଠାରୁ ବଡ଼ କଥା ହେଲା, ଗୋଟିଏ ନୁହେଁ ବରଂ ଏକାଧିକ ସ୍କୁଲକୁ ଏଭଳି ମେଲ୍‌ ପଠାଯାଇଛି । ଏଭଳି ଡରାଇବାର ମୂଳ ଉଦେଶ୍ୟ କ’ଣ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।