• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଲକତା ହାଇକୋର୍ଟରେ ଏକ ଅଜବ କେସ୍‌ ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଯିଏ କେହି ଆଶ୍ଚର୍ଯ୍ୟ ହେଉଛନ୍ତି । ଜେଲ୍‌ରେ ଥିବା ମହିଳା କଲଦୀମାନେ ଗର୍ଭବତୀ ହେଉଛନ୍ତି । ଏମିତିକି ଛୁଆକୁ ଜନ୍ମ ବି ଦେଉଛନ୍ତି । ହେଲେ ସେମାନଙ୍କର ବାପା କିଏ ତାହା ଜଣାପଡ଼ି ନାହିଁ । ପ୍ରଧାନ ବିଚାରପତିଙ୍କ ନିକଟକୁ ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେଥିରେ କୁହାଯାଇଛି ପଶ୍ଚିମବଙ୍ଗର ବିଭିନ୍ନ ଜେଲ୍‌ରେ ପ୍ରାୟ ୧୯୬ ଜଣ ଶିଶୁ ଜନ୍ମ ହୋଇଛନ୍ତି, ଯେଉଁମାନଙ୍କର ବାପା କିଏ ଜଣାନାହିଁ । ଅନେକ କହୁଛନ୍ତି ଏହି ପୂରା ଘଟଣା ପଶ୍ଚିମବଙ୍ଗର ବିଭିନ୍ନ ଜେଲ୍‌ରେ ଥିବା ମହଳାଙ୍କୁ ଜୌନ ଶୋଷଣ ମାମଲା ସହ ଜଡ଼ିତ ।

ପଶ୍ଚିମବଙ୍ଗରେ ଜେଲ ସୁଧାର ଏବଂ ସୁଧାର ଗୃହ ସହ ଜଡ଼ିତ ଏକ ମାମଲାର ଉଲ୍ଲେଖ କରିବା ସମୟରେ ଆମିକସ୍‌କ୍ୟୁରିଙ୍କ ଦ୍ୱାରା ଏଭଳି କିଛି ତଥ୍ୟ ରଖାଯାଇଥିଲା । ପ୍ରଧାନ ବିଚାରପତି ଟି.ଏସ୍ ସିଭଗଣନାମ୍ ଏବଂ ଜଷ୍ଟିସ୍ ସୁପ୍ରତିମ୍ ଭଟ୍ଟାଚାର୍ଯ୍ୟଙ୍କ ଏକ ଖଣ୍ଡପୀଠ ଏହି ମାମାଲାକୁ ଗୁରୁତ୍ୱର ସହ ନେଇ ଆସନ୍ତା ସୋମବାର ଅପରାଧିକ ମାମଲାର ଶୁଣାଣି କରୁଥିବା ବେଞ୍ଚ ନିକଟରେ ଏହା ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ସେଠାରେ ଏହି ବିଷୟ ଉପରେ ନିୟମିତ ଶୁଣାଣି ହେବ ବୋଲି ସେ କହିଛନ୍ତି ।

ମହିଳା କଏଦୀ ଗର୍ଭବତୀ ହେଉଛନ୍ତି

ତେବେ ଆମିକସ୍ କ୍ୟୁରି ଏହି ସମସ୍ୟାର ସମାଧାନ ପାଇଁ ଅନେକ ପରାମର୍ଶ ମଧ୍ୟ ଖଣ୍ଡପୀଠଙ୍କ ନିକଟରେ ରଖିଛନ୍ତି । ମହିଳା କଏଦୀମାନେ ବନ୍ଦ ଥିବା ସୁଧାରଗୃହ ଓ ଜେଲରେ ପୁରୁଷ କର୍ମଚାରୀମାନେ କାର୍ଯ୍ୟରତ ଅଛନ୍ତି । ମହିଳା କଏଦୀମାନଙ୍କୁ ରଖାଯାଇଥିବା ଏନକ୍ଲୋଜରରେ ପୁରୁଷ କର୍ମଚାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ କୋର୍ଟଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ।

ଆମିକସ କ୍ୟୁରୀଙ୍କ ଦ୍ୱାରା କୋର୍ଟଙ୍କୁ ଅବଗତ କରାଯାଇଥିବା ଅନ୍ୟ ପରାମର୍ଶ ଗୁଡ଼ିକ ହେଲା, ସମସ୍ତ ଜିଲ୍ଲା ଜଜ୍ ସେମାନଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଆସୁଥିବା ସୁଧାରଗୃହ ଗୁଡିକରେ କେତେ ମହିଳା କଏଦୀ ରହୁଛନ୍ତି ତାହା ଜାଣିବା ସହ ସେମାନଙ୍କର ସ୍ଥିତି ଓ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ଆବଶ୍ୟକ । ଏଥିସହ ସମସ୍ତ ମହିଳା କଏଦୀଙ୍କ ପ୍ରେଗ୍ନେନ୍‌ସି ଟେଷ୍ଟ କରାଯିବା ଓ ସୁଧାରଗୃହରେ ସେମାନଙ୍କୁ ଯୌନଶୋଷଣରୁ ରକ୍ଷା କରିବା ପାଇଁ ଜିଲ୍ଲାର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ସେ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । ଏହି ପ୍ରକ୍ରିୟା ପଶ୍ଚିମବଙ୍ଗର ସମସ୍ତ ପୋଲିସ ଷ୍ଟେସନ ଦ୍ୱାରା କରାଯିବା ଉଚିତ ବୋଲି ଆମିକସ କ୍ୟୁରୀ କହିଛନ୍ତି ।