• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକ ମଧୁପାଟଣା ଥାନା ଦରଖାପାଟଣା ମନ୍ଦିର ଲୁଟ ଘଟଣାର ପର୍ଦ୍ଦାଫାସ । ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ପିରୁ ଓ ତାଙ୍କ ଜ୍ୱାଇଁ ଶେଖ ହାରୁନ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଲୁଟ ପରେ ସାମଗ୍ରୀ ଗୁଡିକୁ ଜଣେ ସୁନା ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ପୋଲିସ ସୁନା ଦୋକାନୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଲୁଟରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଅଳଙ୍କାର ଜବତ କରିଛି ପୋଲିସ ।

ମନ୍ଦିର ଲୁଟୁଥିଲେ ଶ୍ୱଶୁର-ଜ୍ୱାଇଁ । ସୁନା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ଲୁଟ ଅଳଙ୍କାର । ଟାର୍ଗେଟରେ ଥିଲା କଟକ ସହରର ବିଭିନ୍ନ ମନ୍ଦିର । କଟକ ମଧୁପାଟଣା ଥାନା ଦରଖାପାଟଣା ମନ୍ଦିରରୁ ଲୁଟ କରିଥିଲେ ଶ୍ୱଶୁର-ଜ୍ୱାଇଁ । ମାମଲାର ତଦନ୍ତ କରି ଲୁଟେରା ଶ୍ୱଶୁର-ଜ୍ୱାଇଁଙ୍କୁ ଗିରଫ କରିଛି ପୋଲିସ । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଶେଖ୍ ପିରୁ ଓ ଜ୍ୱାଇଁ ଶେଖ ହାରୁନ ।

ସେମାନଙ୍କ ସହଯୋଗୀ ଓ ଅଳଙ୍କାର କିଣିଥିବା ସୁନା ବ୍ୟବସାୟୀଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ସୁନା, ଚାନ୍ଦି ଅଳଙ୍କାର, ଗୋଟିଏ ସ୍କୁଟି, ଦୁଇଟି ମୋବାଇଲ ସହ ଲୁଟରେ ବ୍ୟବହାର ହୋଇଥିବା ସାମଗ୍ରୀ ଜବତ କରିଛି ପୋଲିସ। ପୂର୍ବରୁ ଶେଖ ପିରୁ ନାଁରେ ୧୪ ଟି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

ଗତ ୨୮ ତାରିଖ ରାତିରେ ଦରଖାପାଟଣା ମନ୍ଦିରରୁ ଚୋରି ହୋଇଥିଲା । ମାଆଙ୍କ ସୁନା , ରୁପାର ଅଳଙ୍କାର ସବୁ ଚୋରି ହୋଇଥିଲା । ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଥିବା ବେଳେ, ଥାନାରେ ଏତଲା ଦେଇଥିଲା ପୂଜା କମିଟି ।

  • Reported by:
  • DEBASHISH MOHANTY