/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707272881.jpg)
Third Degree Torture
ବିଚ୍ ବଜାରରେ ପୋଲିସର ଥାର୍ଡ ଡିଗ୍ରୀ। ସର୍ବସମ୍ମୁଖରେ ଯୁବକଙ୍କୁ ପୋଲିସ ଅଧିକାରୀଙ୍କ ନିସ୍ତୁକ ମାଡ଼। ସିସିଟିଭି କ୍ୟାମେରାରେ କଏଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହା ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବୋଲି କୁହାଯାଉଛି।
Advertisment
ପ୍ରାଥମିକ ସୂଚନା ଅନୁସାରେ, କିଏ ଆଗ ଗାଡ଼ିରେ ତେଲ ପକାଇବ ତାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଜଣେ ଯୁବକ ପାଟିତୁଣ୍ଡ ଓ ହାତାହାତି ହୋଇଥିଲେ। ଥାନାରେ ଏହାର ସମାଧାନ ବି ହୋଇଥିଲା। ଯୁବକ ଜଣକ ହେଲେ ହସନପୁର ଗାଁର ନୃସିଂହ ପ୍ରଧାନ। ତେବେ କୌଣସି କାରଣରୁ ପୋଲିସ ଅଧିକାରୀ ଜଣକ ସୋମବାର ରାତି ପ୍ରାୟ ୧୦ଟା ବେଳେ ନୃସିଂହଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଆଉ ୨ ଜଣ ନୃସିଂହଙ୍କ ହାତକୁ ଧରି ରଖିଛନ୍ତି।
ପୋଲିସର ଏଭଳି ନୃଶଂସ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏନେଇ ସମ୍ପୃକ୍ତ ଯୁବକ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)