• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଦଳିଛି ଗଞ୍ଜେଇ ଚୋରା ଚାଲାଣର ତରିକା । କୋର୍ଟ ସୁଟ ପିନ୍ଧି ଏୟାର ବ୍ୟାଗ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ଯୁବକ। ଏଭଳି ଭାବେ କନ୍ଧମାଳରୁ ବସରେ ଆସି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ବ୍ୟାପକ ପରିମାଣର ଗଞ୍ଜେଇ ଧରି ପହଞ୍ଚିଥିଲେ ୫ ବିହାରୀ ଯୁବକ । ଯେଉଁମାନେ ବସରୁ ଓହ୍ଲାଇ ଟ୍ରେନ ଯୋଗେ ବିହାର ଯିବା ପାଇଁ ଟିକେଟ କରିଥିଲେ । ବିହାରରେ ଏବେ ମଦ ନିଷେଦ୍ଧ ଥିବା ବେଳେ ଗଞ୍ଜେଇର ଚାହିଦା ଅଧିକ ରହିଛି । ତେଣୁ ଓଡ଼ିଶାରୁ ଏବେ ବିଭିନ୍ନ ରୁଟ ଦେଇ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି । ୫ ଜଣଙ୍କୁ ବ୍ୟାପକ ଗଞ୍ଜେଇ ସହ ଅବକାରୀ ବିଭାଗ ଗିରଫ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ଏସଂପର୍କରେ ଅଧିକା ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଚନ୍ଦନ ପାଇକରାୟ।

OTV is now on Whatsapp

Join and get latest news update delivered to you via whatsapp

Join Now