Advertisment

Kannappa First Glimpse: ‘କନ୍ନପ୍ପା’ର ପ୍ରଥମ ଝଲକ: ଭୋଳା ବାବାଙ୍କ ଅବତାରରେ ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କନ୍ନପ୍ପା’ର ପ୍ରଥମ ଝଲକକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Kannappa First Glimpse of Akshay Kumar

Kannappa First Glimpse of Akshay Kumar

ଅକ୍ଷୟ କୁମାରଙ୍କ‘ସ୍କାଇ ଫୋର୍ସ’ ୨୪ ଜାନୁୟାରୀ ୨୦୨୫ରେ ରିଜିଜ୍ ହେବ। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଥିବା ବେଳେ ଅଭିନେତା ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କନ୍ନପ୍ପା’ର ପ୍ରଥମ ଝଲକକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି।

Advertisment

ପୋଷ୍ଟରରେ ଖିଲାଡି କୁମାର ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି। ସେ ଗୋଟିଏ ହାତରେ ଡମ୍ବରୁ ଏବଂ ଅନ୍ୟ ହାତରେ ତ୍ରିଶୁଳ ଧରିଥିବା ନଜର ଆସିଛନ୍ତି। ଅକ୍ଷୟଙ୍କୁ ଏମିତି ରୂପରେ ଦେଖି ପ୍ରଶଂସକମାନେ କମେଣ୍ଟ୍ ସେକ୍ସନରେ ଫିଲ୍ମ ଦେଖିବାର ଉତ୍ସାହକୁ ଶେୟାର କରୁଥିବାର ନଜର ଆସିଛନ୍ତି।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ପୋଷ୍ଟର୍‌ ସହିତ ଅକ୍ଷୟ କୁମାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, # କନ୍ନପ୍ପା ପାଇଁ ମହାଦେବଙ୍କ ପବିତ୍ର ଆଭାରେ ପାଦ ଦେଇ ଏହି ମହାକାବ୍ୟର କଥାକୁ ଜୀବନ୍ତ କରିବାର ଗୌରବ ପ୍ରାପ୍ତ ହୋଇଛି। ଭଗବାନ ଶିବ ଆମକୁ ଏହି ଦିବ୍ୟ ଯାତ୍ରାରେ ମାର୍ଗଦର୍ଶନ କରନ୍ତୁ। ଓମ୍ ନମଃ ଶିବାୟ! ଏହାପରେ ଅଭିନେତା ହ୍ୟାଶ୍‌ଟାଗ୍‌ରେ ଭବବାନ ଶିବ ଓଁ ଏବଂ ହର ହର ମହାଦେବ ଓଁ ଯୋଡିଛନ୍ତି।

ଏହି ପୋଷ୍ଟର୍‌ ଶେୟାର କରିବା ପରେ ଲୋକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଜଣେ ଲେଖିଛନ୍ତି - ସମସ୍ତଙ୍କ ଡଙ୍ଗା ପାର ହେବ, ଯଦି ଏହି ସଂସାର ମହାଦେବଙ୍କ ଭକ୍ତିରେ ବୁଡିଯିବ, ହର ହର ମହାଦେବ।

ଆଉ ଜଣେ ଲେଖିଛନ୍ତି, ରିୟଲ୍ ହିରୋ ଅକ୍ଷୟ କୁମାର। ଅନ୍ୟ ଜଣେ ଲେଖିଛନ୍ତି - ସାର୍ ଏହି ଫିଲ୍ମକୁ ନେଇ ମୁଁ ଉତ୍ସାହିତ। ଆଉ ଜଣେ ଲେଖିଛନ୍ତି - ୨୦୨୫ ଆପଣଙ୍କ ପାଇଁ ବହୁତ ଭଲରେ କଟୁ। ଆପଣଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ରହୁ।

ତେବେ ଏପ୍ରିଲ୍ ୨୦୨୫ରେ ସନ୍ନି ଦେଓଲଙ୍କ ‘ଜାଟ୍’ ରିଲିଜ୍ ହେବାର ଅଛି। ସେହି ମାସରେ ମଧ୍ୟ ଅକ୍ଷୟଙ୍କ ‘କନ୍ନପ୍ପା’ ମୁକ୍ତିଲାଭ କରିବ ବୋଲି ଖବର ରହିଛି। ଯଦି ଏହି ଦୁଇଟି ଫିଲ୍ମ ମଧ୍ୟରେ ସଂଘର୍ଷ ହୁଏ ତେବେ ବକ୍ସ ଅଫିସରେ କିଏ ଜିତିବ, ଏହା ଦେଖିବା ଖୁବ ଇଣ୍ଟେରେଷ୍ଟିଙ୍ଗ୍ ହେବ।

ଅଧିକ ପଢ଼ନ୍ତୁ: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

Bollywood Akshay Kumar
Advertisment
Advertisment