• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାହାଘରକୁ ୭ମାସ । ହେଲେ ଅସହ୍ୟ ହେଲା ଯୌତୁକ ନିର୍ଯାତନା । ଶାଶୁ-ନଣନ୍ଦଙ୍କ ମାଡ଼ରେ ଲହୁଲୁହାଣ ହେଲା ବୋହୂ । ବୋହୂକୁ ନିସ୍ତୁକ ମାଡ଼ ମାରି ଶାଶୁ-ନଣନ୍ଦ ଭାଙ୍ଗିଦେଲେ ହାତ । ଖାଲି ସେତିକି ନୁହେଁ ବାରମ୍ବାର ୧୦ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ ଦାବି ମଧ୍ୟ ହେଉଥିଲା । ଉଭୟ ଶାଶୁ ଓ ନଣନ୍ଦଙ୍କ ଏହି ଅତ୍ୟାଚାରକୁ ସ୍ୱାମୀ ମଧ୍ୟ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ।

ଯୌତୁକ ପାଇଁ ଶାଶୁ ଓ ନଣନ୍ଦଙ୍କ ମାଡ଼ରେ ବୋହୂର ହାତ ଭାଙ୍ଗିଲା । ଏମିତିକି ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ ହେଲା । ଏପରି ଏକ ଅଭିଯୋଗ ଆସିଛି ସୋର ଥାନା ପୋଡାଡିହା ଗାଁରୁ । ଆହତ ବୋହୂ ମେଘନା ପ୍ରଧାନଙ୍କର ସୋର ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ମେଘନାଙ୍କ ଅଭିଯୋଗ ଅନୁସାରେ- ୭ମାସ ତଳେ ତାଙ୍କର ବିବାହ ହୋଇଥିଲା । ବାହାନଗା ବ୍ଲକ ପୁରାଡ଼ିହା ଗାଁର ସୁବାସ ଜେନାଙ୍କ ପୁଅ ତ୍ରିଲୋକ୍ୟଙ୍କୁ ବାହା ହୋଇଥିଲେ ମେଘନା ।

ତେବେ ବିବାହ ପର ଠାରୁ ଶାଶୁ ଘରେ ଯୌତୁକକୁ ନେଇ ଦେଖାଦେଇଥିଲା ବିବାଦ । ଶାଶୁଘରର ଶାଶୁ ଓ ନଣନ୍ଦ ବାରମ୍ବାର ବାପଘରୁ ଟଙ୍କା ଆଣିବାକୁ ଦାବି କରିଆସୁଥିଲେ । ଆଉ ଏହାରି ଭିତରେ ବିତିଯାଇଥିଲା ୭ମାସ । ଦିନ ଗଡ଼ିଯାଇଥିଲା ସତ ହେଲେ ଅତ୍ୟାଚାର କମିନଥିଲା ।

ଶ୍ୱଶୁର ଘର ଲୋକେ ୧୦ ଲକ୍ଷ ଟଙ୍କା ଓ ଏକ ଗାଡ଼ି ପାଇଁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଗତକାଲି ସେ ବାପ ଘରୁ ଶାଶୁଘରକୁ ଯାଇଥିବା ବେଳେ ଶାଶୁ, ଶ୍ୱଶୁର ଓ ନଣନ୍ଦ ମିଶି ତାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଏହାକୁ ପ୍ରତିହତ କଲାବେଳେ ତାଙ୍କର ଏକ ହାତ ଭାଙ୍ଗି ଯାଇଛି ।

ତେବେ ମେଘନାଙ୍କ ଏଭଳି ଅଭିଯୋଗକୁ କିନ୍ତୁ କପୋଳକଳ୍ପିତ ଓ ମିଛ ବୋଲି କହିଛନ୍ତି ତାଙ୍କ ଶ୍ୱଶୁର । ସେ କହିଛନ୍ତି- ମେଘନାଙ୍କର ମାନସିକ ବିକୃତି ରହିଛି, ସେ ଏଥିପାଇଁ ଔଷଧ ମଧ୍ୟ ସେବନ କରୁଛନ୍ତି । ଯୌତୁକ ନିର୍ଯାତନା କଥା ସମ୍ପୂର୍ଣ୍ଣ ମିଥ୍ୟ ।

  • Reported by:
  • Niranjan Behera