/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707446017.jpg)
Abhisekh Ghosalkar
ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼। ପ୍ରାଣ ହରାଇଲେ ଶିବସେନା ୟୁବିଟି ନେତା ଅଭିଷେକ ଘୋସାଲକର। ମୁମ୍ବାଇ ବୋରିଭାଲି ୱେଷ୍ଟର ଆଇସି କଲୋନୀରେ ଏହି ଗୁଳିମାଡ଼ ହୋଇଛି। ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଯୁବନେତା ଅଭିଷେକ ଜଣେ ପୂର୍ବତନ କର୍ପୋରେଟର। ସେ ଜଣେ ବ୍ୟବସାୟୀ ମୋରିସ୍ ନୋରହ୍ନାଙ୍କ ଘରେ ତାଙ୍କ ସହ ବସି ଫେସବୁକ ଲାଇଭ କରୁଥିଲେ।
ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅଧାରୁ ମୋରିସ୍ ଉଠି ପଳାଉଛନ୍ତି ଏବଂ ଅଭିଷେକ ନିଜ ବକ୍ତବ୍ୟ ଶେଷ କରି ସୋଫାରୁ ଉଠିବା ବେଳକୁ ତାଙ୍କ ଉପରକୁ ଗୁଳିମାଡ଼ ହେଉଛି। ତାଙ୍କୁ ଲକ୍ଷ୍ୟ କରି ୨ରୁ ଅଧିକ ଗୁଳିମାଡ଼ ହୋଇଥିବା ଦେଖିବାକୁ ମିଳୁଛି । ଏହି ଆକ୍ରମଣ ପରେ ଅଭିଷେକଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା ।
ସେପଟେ ମୋରିସର ମଧ୍ୟ ମୃତଦେହ ଉଦ୍ଧାର ହୋଇଛି ଏବଂ ସେ ଏହି ଆକ୍ରମଣ ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ପ୍ରାଥମିକ ସୂଚନା ଅନୁସାରେ, ମୋରିସ ଏଥର କର୍ପୋରେଟର ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ଅଭିଷେକଙ୍କ ସହ ତାଙ୍କର ପୂର୍ବରୁ ଶତ୍ରୁତା ରହିଥିଲା। ତେବେ ଉଭୟ ବୋରିଭାଲି-ଦହିସର ଅଞ୍ଚଳରେ ମିଳିତ ଭାବେ ଶାଢ଼ି ଓ ଖାଦ୍ୟ ଗରିବଙ୍କୁ ବାଣ୍ଟିବେ ବୋଲି ଶପଥ ନେବାକୁ ଫେସବୁକ ଲାଇଭ କରୁଥିଲେ।ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)