/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707464009.jpg)
Kills Grlfriend With Axe
ଭାଲେଣ୍ଟାଇନ ସପ୍ତାହରେ ପ୍ରେମରେ ଅନ୍ଧ ଜଣେ ପ୍ରେମିକଙ୍କ ନାରକୀୟ କାଣ୍ଡ । ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କରିବାକୁ କହିବାରୁ କୁରାଢିରେ ହାଣି ହତ୍ୟା କରିଛି ପ୍ରେମିକ । ତେଲେଙ୍ଗାନା ନିର୍ମଳ ଜିଲ୍ଲାର ଖାନାପୁରରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ତ। ତେବେ ଏହି ଆକ୍ରମଣରେ ମୃତ ଯୁବତୀଙ୍କ ୩ବର୍ଷର ପୁତୁରା ଓ ଭାଉଜ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଦୀର୍ଘଦିନ ଧରି ଅଭିଯୁକ୍ତ ଯୁକାନ୍ତି ଶ୍ରୀକାନ୍ତ ଓ ଯୁବତୀ ଆଲେଖ୍ୟା ରିଲେସନସିପରେ ଥିଲେ। ପରିବାର ଲୋକ ଆଲେଖ୍ୟାଙ୍କ ବିବାହ ଅନ୍ୟତ୍ର ଠିକ କରିଦେଇଥିଲେ। ଏହାପରେ ଆଲେଖ୍ୟା ସେହି ଶ୍ରୀକାନ୍ତଙ୍କୁ ଅଣଦେଖା କରିଥିଲେ। ତାଙ୍କ ସହ ବିଶେଷ କଥା ନହେବା ସହ ଅନ୍ୟ ଜାଗାରେ ବାହା ହେବେ ବୋଲି କହିଥିଲେ। ଯାହାକୁ ନେଇ ଶ୍ରୀକାନ୍ତ ଗ୍ରହଣ କରିପାରିଲେନି।
ଗତକାଲି ଆଲେଖ୍ୟା ନିଜ ଭାଉଜଙ୍କ ସହ ଅପରାହ୍ନ ପ୍ରାୟ ୧.୩୦ରେ ବାହାଘର ସପିଂ କରିବାକୁ ଯାଇଥିଲେ। ଠିକ ଏହି ସମୟରେ ଶ୍ରୀକାନ୍ତ ଏକ କୁରାଢି ଆଣି ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସାଙ୍ଗରେ ଥିବା ଭାଉଜ ଓ ୩ବର୍ଷର ପୁତୁରା ମଧ୍ୟ ଗୁରୁତର ହୋଇଥିଲେ। ଶିଶୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାକୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।
ତେବେ ଏହି ଘଟଣା ଘଟାଇ ଅଭିଯୁକ୍ତ ଶ୍ରୀକାନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏବେବେ ସେ ଫେରାର ଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)