ଭରା ମିଟିଂ ଚାଲିଥିବା ସମୟରେ ସମସ୍ତଙ୍କ ଉପସ୍ଥିତିରେ ବିଧାୟିକାଙ୍କ ସମର୍ଥକ ମାନେ ବ୍ଲକ ଅଧ୍ୟକ୍ଷଙ୍କୁ ଗାଳି କରିବା ସହିତ ଆସିବା ବେଳେ ଗାଡ଼ିକୁ ଅଟକାଇ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହିତ ଗାଡିର କାଚ ଏବଂ ବନେଟ ଉପରେ ପିଟାପିଟି କରୁଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗୀତ ପାଇଁ ଭାଙ୍ଗିଲା ବାହାଘର । ଉତ୍ତେଜକ ଗୀତ ବଜାଇବାରୁ କନ୍ୟାକୁ ଛାଡ଼ପତ୍ର ଦେଇଦେଲେ ବର ।
ପଞ୍ଜାବରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନ ସମୟରେ ପଞ୍ଜାବ ଛାଡ଼ି ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଁ କାନାଡ଼ା ଯାଉଛନ୍ତି । ତେଣୁ ପଞ୍ଜାବରେ କିଭଳି ଯୁବ ପୀଢ଼ିଙ୍କୁ କାମ ମିଳିବ ସେ ଦିଗରେ ଦଳ କାମ କରିବ । କାନାଡ଼ା ନୁହେଁ...
ଆଇନର ଉଦ୍ଦେଶ୍ୟ ପୂରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ ବୋଲି କହିଛନ୍ତି ।
ରାଜ୍ୟରେ ଆହୁରି ଦୁଇ ମାସ ଯାଏଁ କରୋନା ବଢ଼ିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି।
ପିତୃତୁଲ୍ୟ ଶିଷକଙ୍କ ବଦଳି ପରେ ଶିକ୍ଷକଙ୍କୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ଛାତ୍ରଛାତ୍ରୀ ।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭଣ୍ଡ ବାବାଙ୍କ କଳା କାରନାମା । ମହିଳାଙ୍କୁ ପକ୍ଷାଘାତ ରୋଗରୁ ଭଲ କରିଦେବ କହି ଧୋକା ଦେଲା । ପିଲାମାନେ ନିକଟସ୍ଥ କୋଠରୀରେ ଶୋଇଥିବା ସମୟରେ ଦୁଷ୍କର୍ମ କଲା ।
୨୪ ଘଣ୍ଟାରେ ରାଜ୍ୟରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ହ୍ୟାକରମାନେ ଏହାର ନାମ ପରିବର୍ତ୍ତନ କରି ଏକ ମାଛର ଚିତ୍ର ରଖିଥିଲେ ।
ନିୟମ ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଦୌ ଟିକା ନେଇନଥିବା ଲୋକଙ୍କ ଟିକାକରଣ ଜୋରଦାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସଚେତନତା କାର୍ଯ୍ୟରେ ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ବୟସର ଅପରାହ୍ନରେ ନିଜର ବୋଲି କେହି ନାହିଁ । ହେଲେ ପଛୁଆ ଅଞ୍ଚଳର ପିଲାଙ୍କ ଦୁଃଖ ବୁଝି କଲେଜ ନିର୍ମାଣ କରୁଛନ୍ତି ବୃଦ୍ଧ ଦମ୍ପତି । ଏଥିପାଇଁ ୨୦ ଲକ୍ଷ ଦାନ କରିଛନ୍ତି ।
ଆମେରିକାର ଏକ ଡାକ୍ତରୀ ଟିମ୍ ଏପରି ଚମତ୍କାର କରିଛନ୍ତି । ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ସଫଳତାର ସହ ଘୁଷୁରୀ ହୃଦୟକୁ ପ୍ରତିରୋପଣ କରିଛନ୍ତି ।
ପିଲାଟି ବେଳୁ ପୁରୁଣା ବାଦ୍ୟ ଯନ୍ତ୍ର ପ୍ରତି ଆକୃଷ୍ଟ ଥିବା ସଂଗ୍ରାମଙ୍କୁ ଏଥିପାଇଁ ଅଜାଙ୍କ ଠାରୁ ଅଧିକ ପ୍ରେରଣା ମିଳିଥିଲା । ଠକରା ବାଦ୍ୟ ଯନ୍ତ୍ରଙ୍କୁ ତିଆରି କରିବା ପାଇଁ ୭ ବର୍ଷ ବୟସରୁ ଅଜାଙ୍କ ଠାରୁ ଶିକ୍ଷା ନେଇଥିଲେ । ସଂଗ୍ରାମ ଅତି ସହଜରେ ଏହି ବାଦ୍ୟଯନ୍ତ୍ର ମାଧ୍ୟମରେ ପାଟି...
ଲୋକଙ୍କ ଠାରୁ ପ୍ରଶାସନ ପକ୍ଷରୁ ଜୋରକରି ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ବାସୁଦେବପୁର ସହରର କେତେକ ଦୋକାନୀ ପୌର କାର୍ଯ୍ୟାଳୟ ସହ ଥାନା, ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଘେରି ହୋ ହଲ୍ଲା କରିବା ସହ ପ୍ରତିବାଦ କରିଛନ୍ତି ।
ପାନ ଖାଇବାକୁ କିଏ ବା ପସନ୍ଦ ନ କରେ l ଆଜିକାଲି ସମସ୍ତେ ପାନ ର ଦିୱାନା l କିନ୍ତୁ ବିଳମ୍ବିତ ରାତିରେ ବନ୍ଦ ହୋଇଯାଏ ପାନ ଦୋକାନ l ରାତିରେ ଯଦି ଜଣକୁ ପାନ ଦରକାର ହୁଏ ସେ ପାଇବ କେଉଁଠୁ l କିନ୍ତୁ ରାତିରେ ମଧ୍ୟ...
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମକର ସଂକ୍ରାନ୍ତି ପାଇଁ କଟକଣା ଜାରି କରାଯାଇଛି ।
ଗରିବ କୁଲି ଶ୍ରୀନାଥ ଆଜି ଆଇଏଏସ୍ । ଷ୍ଟେସନରେ ମାଗଣାରେ ମିଳୁଥିବା ୱାଇଫାଇ ତାଙ୍କ ପାଇଁ ସୁଯୋଗ ଆଣିଥିଲା ।
ରାଜଧାନୀ ଦିଲ୍ଲୀରେ ହୋମ୍ ଆଇସୋଲେସନ୍ରେ ଥିବା ସଂକ୍ରମିତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଋଣ ପାଇଁ ଆବେଦନ କରି କରି ଥକିଯାଇଥିଲେ, ବ୍ୟାଙ୍କରୁ ନିରାଶା ମିଳିବା ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି ଯୁବକ । ଫଳରେ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜନପତ୍ର ନଷ୍ଠ ହୋଇ ଯାଇଛି।