bank
ବେଙ୍ଗାଲୁରୁ: ଋଣ ନମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇଲେ ଯୁବକ । କର୍ଣ୍ଣାଟକରେ ଜଣେ ବ୍ୟକ୍ତି ଅନେକ ଥର ଦୌଡ଼ା ଦୌଡ଼ି କଲା ପରେ ଋଣ ନପାଇବାରୁ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି । ହାଭେରୀ ଜିଲ୍ଲାରରେ ଏହି ଅଭାବନୀୟ ଘଟଣା ଘଟିଛି । ସଂପୃକ୍ତ ବ୍ୟକ୍ତି ଜଣକ ଋଣ ପାଇଁ ବ୍ୟାଙ୍କରେ ଅନେକ ଥର ଆବେଦନ କରିଥିଲେ, କିନ୍ତୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେବା ପରେ ହିତାହିତ ଜ୍ଞାନ ଭୁଲି ଯାଇଥିଲା । ବାରମ୍ବାର ବ୍ୟାଙ୍କରୁ ନିରାଶାବାଣୀ ଶୁଣିବା ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ। ନ୍ୟୁଜ୍ ଏଜେନ୍ସି ANI ଅନୁସାରେ ରବିବାର ଦିନ ଘଟଣା ଘଟିଛି । ତେବେ ଅଭିଯୋଗ ପରେ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି ।
କେଉଁ କେଉଁ ଧାରାରେ ମାମଲା ରୁଜୁ ହେଲା ?
ପୋଲିସ ସୂଚନା ଅନୁସାରେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୋଧରେ କାଗିନେଲି ପୋଲିସ ଷ୍ଟେସନରେ ଭାରତୀୟ ସଂହିତା ୪୩୬, ୪୭୭, ୪୩୫ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ରତିହାଲ୍ଲୀ ସହରର ବାସିନ୍ଦା ୱାସିମ ହଜରାଟସାବ ମୁଲ୍ଲା । ଅଭିଯୁକ୍ତ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ବ୍ୟାଙ୍କରେ ଅନେକ ଥର ଆବେଦନ ମଧ୍ୟ କରିଥିଲେ । ଋଣ ପାଇଁ ନିୟମିତ ବ୍ୟବଧାନରେ ବ୍ୟାଙ୍କ୍ ଆସୁଥିଲେ । ତେବେ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏତେ ଥର ଆସିବା ପରେ ଋଣ ନମିଳିବାରୁ ସେ ଉତକ୍ଷିପ୍ତ ହୋଇପଡ଼ିଥିଲେ ।
ରାଗରେ ବ୍ୟାଙ୍କର ଝରକା ଭାଙ୍ଗି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ବ୍ୟାଙ୍କରେ ନିଆଁ ଲାଗିଯିବା ପରେ ବ୍ୟାପକ କ୍ଷୟତି ଘଟିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲା । ପ୍ରାୟ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଠ ହୋଇଥିବା ପୁଲିସ କହିଛି । ବ୍ୟାଙ୍କରେ ୫ଟି କମ୍ପ୍ୟୁଟର, ଲାଇଟ୍, ପାସବୁକ ପ୍ରିଣ୍ଟର, କ୍ୟାସ ମେସିନ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସିସିଟିଭ ଏବଂ ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିବା ସହ ପଚରାଉଚରା କରୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)