• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତେଜକ ଗୀତ ବଜାଇବା କାଳ ହେଲା । ବିବାହ ପରେ ପରେ ଭାଙ୍ଗିଗଲା ବାହାଘର । ବିବାହର ଖୁସି କ୍ଷଣିକରେ ପାଣିରେ ମିଶିଗଲା । ବାଗଦାଦରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହ ପରେ ହିଁ କନ୍ୟାକୁ ଛାଡ଼ପତ୍ର ଦେବା ପରି ଚରମ ନିଷ୍ପତ୍ତି ନେଇଛନ୍ତି ବର । କନ୍ୟା ବିବାହ ପାର୍ଟିରେ ଏକ ଗୀତ ବଜାଇଥିଲେ, ଯାହା ବରକୁ ପସନ୍ଦ ଆସିନଥିଲା । ଆଉ ସେଥିପାଇଁ ସେ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଇରାକର ବାଗଦାଦରେ ଏପରି ଘଟଣା ଘଟିଛି ।' ଗଲ୍ଫ ନ୍ୟୁଜ୍'ର ଏକ ରିପୋର୍ଟ ଅନୁସାରେ ସେଠାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ବର ଏବଂ ବରର ଅନେକ ସମ୍ପର୍କୀୟ ସେଠାରେ ଉପସ୍ଥିତ ଥିଲେ । ଡିଜେ ଗୀତରେ ସମସ୍ତେ ଖୁସିରେ ନାଚୁଥିଲେ । ହେଲେ କିଛି ସମୟ ପରେ ସେଠାରେ ପହଞ୍ଚି ଯାଇଥିଲେ ନବବିବାହିତା । ଖୁସିର ମାହୋଲରେ ତାଙ୍କର ଏକ ମନପସନ୍ଦର ଗୀତ ଲଗାଇଥିଲେ । ତେବେ ଗୀତଟି ବହୁତ ଉତ୍ତେଜକ ବୋଲି କୁହାଯାଇଛି ।

ଗୀତ ଶୁଣିବା ମାତ୍ରେ ବର ପକ୍ଷ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର ମଧ୍ୟ ସେହି ଗୀତକୁ ପସନ୍ଦ କରିନଥିଲେ । ହେଲେ ସେପଟେ ଗୀତର ତାଳେ ତାଳେ ନାଚୁଥିଲେ ନବବିବାହିତା । ପ୍ରଥମେ ସେଠାରେ ଉପସ୍ଥିତ ଥିବା କିଛି କନ୍ୟାକୁ ସର୍ବସମ୍ମୁଖରେ ନାଚିବାକୁ ବାରଣ କରିଥିଲେ । ହେଲେ ସେ ମାନିନଥିଲେ । ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଅଟକାଇ ଥିଲେ, ତଥାପି ସେ ମାନିନଥିଲେ । ଫଳରେ ଘଟଣାସ୍ଥଳରେ ବରକନ୍ୟାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା ଏତେ ଦୂର ପର୍ଯ୍ୟନ୍ତ ପହଞ୍ଚିଗଲା ଯେ ରାଗିଯାଇ ବର କନ୍ୟାକୁ ଛାଡ଼ପତ୍ର ଦେଇଦେଇଥିଲେ ।

ଏହା ଏକ ସିରିଆଇ ଗୀତ ଯାହା 'ମେସାୟତାର' ଭାବରେ ଜଣାଶୁଣା । ଏହି ଗୀତର ଅର୍ଥ ହେଉଛି 'ମୁଁ ଡୋମିନାଣ୍ଟ' । ଏହି ଗୀତ ବରକୁ ବହୁତ କଷ୍ଟ ଦେଇଥିଲା । ଆଉ ସେ ନିଜେ ବିବାହ ହଲରେ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଏହି ଛାଡପତ୍ର ବିଷୟରେ ଚର୍ଚ୍ଚା ଚାଲିଛି । ଏହାକୁ ୨୦୨୦ର ସବୁଠାରୁ ଦ୍ରୁତତମ ଛାଡ଼ପତ୍ର କୁହାଯାଉଛି ।