/odishatv-khabar/media/post_attachments/uploadimage/library/16_9/16_9_0/ARABINADA-KEJRIWAL_1627296952.jpg)
ARABINADA-KEJRIWAL
ଆପ୍ ଫୋକସରେ ମହିଳା । ୫ ରାଜ୍ୟରେ ନିର୍ବାଚନୀ ତାରିଖ ଘୋଷଣା ହେବା ପରେ ରାଜନୀତି ସରଗରମ । ଆରମ୍ଭ ହୋଇଛି ପ୍ରତିଶ୍ରୁତିର ପର୍ବ । ଏହିକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅମୃତସରରେ ବଡ଼ ଘୋଷଣା କରିଛନ୍ତି । ଆପ୍ କ୍ଷମତାକୁ ଆସିଲେ, ରାଜ୍ୟର ସମସ୍ତ ୧୮ ବର୍ଷରୁ ଅଧିକ ଯୁବତୀଙ୍କୁ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପଞ୍ଜାବରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନ ସମୟରେ ପଞ୍ଜାବ ଛାଡ଼ି ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଁ କାନାଡ଼ା ଯାଉଛନ୍ତି । ତେଣୁ ପଞ୍ଜାବରେ କିଭଳି ଯୁବ ପୀଢ଼ିଙ୍କୁ କାମ ମିଳିବ ସେ ଦିଗରେ ଦଳ କାମ କରିବ । କାନାଡ଼ା ନୁହେଁ ପଞ୍ଜାବରେ ହିଁ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ମିଳିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରାଯିବ । ସେହିପରି ପଞ୍ଜାବରେ ରାଜଧାନୀ ଦିଲ୍ଲୀ ପରି ବିଳାସପୂର୍ଣ୍ଣ ମୋହଲା କ୍ଲିନିକ୍ ନିର୍ମାଣ କରାଯିବ । ପଞ୍ଜାବର ତିନି କୋଟି ଜନତାଙ୍କୁ ଗ୍ୟାରେଣ୍ଟି ଦେଇ କହିଛନ୍ତି, ରୋଗ ଯାହା ହେଉନା କାହିଁକି, ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ପ୍ରଦାନ କରାଯିବ ।
ପଞ୍ଜାବରେ ନିଶା କାରବାରକୁ ବନ୍ଦ କରିବା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବ ଆପ୍ । ଚାରି-ପାଞ୍ଚ ମାସ ମଧ୍ୟରେ ଅନେକ ଅପରାଧିକ ମାମଲା ଆସିଛି । ପଞ୍ଜାବରେ ବିଶୃଙ୍ଖଳା, ବିସ୍ଫୋରଣ ସହ ନିକଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ କରାଯାଇଥିଲା । ଯେଉଁଠି ପ୍ରଧାନମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ସେଠାରେ ସାଧାରଣ ଲୋକ କ’ଣ ସୁରକ୍ଷିତ ରହିବେ । ଏପରି ଅନେକ ପ୍ରତିଶ୍ରୁତି ଦେଇ ଭୋଟ୍ ମାଗିଛି ଆମ୍ ଆଦମୀ ପାର୍ଟି ।
ଏହାସହ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆପ୍, ଟିକେଟ ବିକ୍ରି କରେନି କି କିଣେନି । ସତ୍ୟର ପଥ ଅସୁବିଧାରେ ପରିପୂର୍ଣ୍ଣ । କାହା ପାଖରେ ଟିକେଟ୍ କିଣାବିକାର ପ୍ରମାଣ ଥିଲେ ୨୪ ଘଣ୍ଟା ମଧ୍ୟରେ ଦଳରୁ ବାହାର କରିଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)