• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ସରକାରଙ୍କ ପ୍ରତି ଗତିବିଧି ଉପରେ ହ୍ୟାକର୍ସଙ୍କ ନଜର । ନିୟମିତ ବ୍ୟବଧାନରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବଡ଼ ବଡ଼ ନେତାଙ୍କ ଟ୍ୱିଟର୍‌ ଆକାଉଣ୍ଟ୍ ହ୍ୟାକ୍ ହେବାର ଖବର ଆସୁଛି । ଏହି କ୍ରମରେ ଆଜି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ହ୍ୟାକରମାନେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲ୍‌ର ନାମ ବଦଳାଇ 𝐄ߋߊn ᛖʋsƙ ରଖିବା ସହ ପ୍ରୋଫାଇଲ୍ ଫଟୋରେ ଏକ ମାଛର ଫଟୋ ଅପଲୋଡ୍ କରିଛନ୍ତି । ଏହା ସହିତ ଅନେକ ଟୁଇଟ୍ ମଧ୍ୟ କରାଯାଇଛି । ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ ହେବାର ଖବର ସାମ୍ନାକୁ ଆସିଥିଲା ।

ଅତୀତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଥିବା ହ୍ୟାକର୍ସମାନେ ହିଁ ଏହି କାମ କରିପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେତେବେଳେ ମୋଦିଙ୍କ ଆକାଉଣ୍ଟରେ ଲେଖା ହୋଇଥିବା ବିଷୟବସ୍ତୁ ଆଉ ଏବେର ବିଷୟବସ୍ତୁ ହ୍ୟାକ୍ କରାଯାଇଛି । ଏହାପୂର୍ବରୁ ICWA, IMA ଇତ୍ୟାଦିର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରାଯାଇଥିଲା ।

ସୂତ୍ର ଅନୁସାରେ ପାସୱାର୍ଡ ପରିବର୍ତ୍ତନ ହୋଇଛି କିମ୍ବା ହ୍ୟାକିଂ ସହ ଜଡିତ ଲିଙ୍କରେ କ୍ଲିକ୍ କରାଯାଇଥିବା କୁହାଯାଉଛି । ତେବେ ସେହି ଆକାଉଣ୍ଟକୁ ପରିଚାଳନା କରୁଥିବା କୌଣସି ବ୍ୟକ୍ତିଙ୍କ ଏପରି କରିପାରେ ବୋଲି ମଧ୍ୟ କୁହାଯାଉଛି । ପରେ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT) ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲକୁ ରିଷ୍ଟୋର କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ କିଛି ଦିନ ପୂର୍ବରୁ ହ୍ୟାକ କରାଯାଇଥିଲା । ଭାରତରେ ବର୍ତ୍ତମାନ ବିଟକଏନ୍ କିମ୍ବା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସିକୁ ସରକାର ଦ୍ୱାରା ସ୍ୱୀକୃତି ଦେଇନାହାନ୍ତି, ହେଲେ ଏପରି ସମୟରେ ହ୍ୟାକରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ (@narendramodi) କୁ ହ୍ୟାକ୍ କରି ବିଟ୍ କଏନ୍ ସମ୍ପର୍କରେ ଏପରି ଏକ ଟ୍ୱିଟ କରିଥିଲେ । ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଦେଇଥିଲା । ତେବେ ପିଏମଓ ପକ୍ଷରୁ ଅଭିଯୋଗ କରିବା ପରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ରିକଭର କରାଯାଇଥିଲା ।