• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା ସଂକ୍ରମଣର ଧାରା ଜାରି ରହିବ । ଆସନ୍ତା ୨ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣ ରହିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ୪/୫ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ଅଧିକ ରହିଥିଲେ ମଧ୍ୟ ମୃତ୍ୟୁ, ମେଡିକାଲରେ ଭର୍ତ୍ତି କିମ୍ବା ଆଇସିୟୁର ଆବଶ୍ୟକତା କମ୍ ରହୁଛି । ଆଗକୁ ରୋଗୀ ସଂଖ୍ୟା ଦେଖି ହସ୍ପିଟାଲରେ ବେଡ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜୋରସୋରରେ ଚାଲିଛି ଟିକାକରଣ । ଏପରିକି ପ୍ରଥମ ଡୋଜ୍ ନେଇନଥିବା ବ୍ୟକ୍ତିକୁ ଘରକୁ ଘର ବୁଲି ଚିହ୍ନଟ କରାଯାଉଛି । ଏ ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ୍ ଦେବାର ଲକ୍ଷ୍ୟ ରଖାଯାଇଛି । ପ୍ରତି ବ୍ଲକରେ କରାଯାଇଛି ୧୦ଟି ମୋବାଇଲ ଭ୍ୟାକ୍ସିନେସନ କ୍ଲିନିକ । ଯେଉଁଠି ଟିକାକରଣ ହାର୍ କମ୍ ଅଛି, ସେଠାରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

୧୨,୧୩୩ ଜଣ ଫ୍ରଣ୍ଟ ଲାଇନ୍‌ ୱାର୍କର ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କର ୧୩,୮୬୪ ଜଣଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଛି । ଏହାକୁ ମିଶାଇ ଗତକାଲି ମୋଟ ୪୬ ହଜାର ୧୦୯ ଜଣଙ୍କୁ ପ୍ରିକସନ୍‌ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୯୬ ହଜାର ୬୮୪ ଜଣଙ୍କୁ ପ୍ରିକସନ୍‌ ଡୋଜ୍‌ ଦିଆଯାଇଥିବା ସେ କହିଛନ୍ତି।

ସେପଟେ ଆଜି ରାଜ୍ୟରେ ୮ ହଜାର ଟପିଲା ଦୈନିକ ସଂକ୍ରମଣ । ଦିନକରେ ୮ ହଜାର ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫ ହଜାର ୯୬ ଏବଂ ଲୋକାଲ୍ କେସ୍ ୩ ହଜାର ୬୮୨ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଅଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୧ ହଜାର ୨୫୨, କଟକରୁ ୭୬୬ ଏବଂ ସମ୍ବଲପୁରରୁ ୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୫୭୫ ବାହାରିଥିବା ବେଳେ ମୟୂରଭଞ୍ଜରୁ ୩୩୮ ଏବଂ ପୁରୀରୁ ୨୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।