ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ପଡ଼ୁଛନ୍ତି ସନ୍ଦିଗ୍ଧ ପାରା । ଗୋଡ଼ରେ ବିଭିନ୍ନ ଭାଷାରେ କିଛି ଲେଖା ହୋଇଛି । ଆଉ ସବୁ ଠାରୁ ବଡ଼ କଥା ହେଲେ ସେମାନେ ଆପେ ଆପେ ଧରା ଦେଉଛନ୍ତି ।
ହଲିଉଡରେ ଧମାକା କରିଛନ୍ତି ଓଡ଼ିଆ ଝିଅ । ନିକଟରେ ସିନେମା ହଲକୁ ଆସିଥିବା ସ୍ପାଇଡର ମ୍ୟାନ ନୋ- ୱେ -ହୋମ ସିନେମାର ସେଟ୍ ଡିଜାଇନ କରିଛନ୍ତି ।
ଭୋଗରାଇ ବ୍ଲକ ପଲସିଆ ଗ୍ରାମର ବୃଦ୍ଧ ଦମ୍ପତି ଅମୂଲ୍ୟ ଜେନା ଓ ସ୍ତ୍ରୀ ପାର୍ବତୀ ଜେନା । ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ ଓ ଭତ୍ତା । ଘର ଖଣ୍ଡିଏ ନଥିବାରୁ ୨୫ ବର୍ଷ ହେବ ରାସ୍ତା କଡ଼ରେ ଜୀବନ ବିତାଉଥିଲେ । ଏବେ...
୨୦ ବର୍ଷ ପରେ ସୀମାରୁ ଫେରିଲା ଗାଁର ପୁଅ । ସ୍ୱାଗତ କରିବାକୁ ସାରା ଗାଁରେ ଉତ୍ସବ ।
ଦୁଇ ଭାଇଙ୍କୁ ଭୁଲ ଭ୍ୟାକ୍ସିନ୍ ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ । ଚିନ୍ତାରେ ପରିବାର ଲୋକ ।
ଆମେରିକାରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ସର୍ବାଧିକ ୧୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଛାତିକୁ ପଥର କରି ପିଲା ପାଇଁ ମଥାର ସିନ୍ଦୂରକୁ ପର କରିଛନ୍ତି ଜଣେ ମହିଳା । ପୁଅକୁ ଜୀବନ ଦେବାକୁ ଠାକୁରଙ୍କ ପାଖରେ ହାତର ଶଙ୍ଖାକୁ ବନ୍ଧା ପକାଇଛନ୍ତି ।
ଗୋଆରେ ପହଞ୍ଚିଥିବା କାର୍ଡେଲିଆ କ୍ରୁଜରେ କରୋନା ବିସ୍ଫୋରଣ । ଏକସଙ୍ଗରେ ସେଠାରେ ୬୬ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏକାଥରକେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଚିହ୍ନଟ ହେଲେ ୩୧ ଜଣ କରୋନା ଆକ୍ରାନ୍ତ ।
ପିଅନ, ଡ୍ରାଇଭର୍, ମାଳି ଏବଂ ଚୌକିଦାର ଭଳି ପଦବୀ ପାଇଁ ବେକାର ଯୁବକ ଗହଳି । ମାତ୍ର ୧୦ରୁ ୧୨ ପଦବୀ ପାଇଁ ହଜାର ହଜାର ଯୁବକ ଅପେକ୍ଷାରତ ।
ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା...
ନକଲି ସହର ପାଲଟିଗଲାଣି କଟକ ! ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ରାକେଟର ପର୍ଦ୍ଦାଫାସ ହେଉଛି । ଏବେ ତ ସିମେଣ୍ଟ ବି ନକଲି ବାହାରିଲା । କଟକ ଜଗତପୁର ପୀରବଜାର ସ୍ଥିତ ନକଲି ସିମେଣ୍ଟ କାରଖାନା ସିଲ୍ କରିଛି ପୋଲିସ ।
୮ ବର୍ଷ ବୟସରୁ ଟେନିସର ABCD ଶିଖିଥିବା ସୋହିନୀଙ୍କ ପାଇଁ ବର୍ଷ ୨୦୨୧ ଥିଲା ସଂଘର୍ଷ ଆଉ ସଫଳତାର ବର୍ଷ । ଚଳିତ ବର୍ଷ ସେ ୧୪ ବର୍ଷରୁ କମ ବୟସ ବର୍ଗର ଏସିଆନ ଚାମ୍ପିୟାନସିପରେ ଟାଇଟଲ ଜିଣିଥିବା ବେଳେ ଅନେକ AITA ସୁପର ସିରିଜ, ଚାମ୍ପିୟାନସିପ ସିରିଜ...
ଦୀର୍ଘ ବର୍ଷ ପରେ ପୁଅ ମୁହଁକୁ ଦେଖି ମା ଆଖିରୁ ଲୁହ ଶୁଖୁନି । ୩୩ ବର୍ଷ ପୂର୍ବରୁ ପୁଅର ଅପହରଣ ହୋଇଯାଇଥିଲେ । ନୂଆବର୍ଷ ଦିନ ଉପହାର ହୋଇ ଆସିଲା ପୁଅ ।
ବ୍ଲାକମେଲିଂ ପାଇଁ ଜୀବନ ହାରିଦେଲେ ପ୍ରେମୀଯୁଗଳ । ସମସ୍ତଙ୍କୁ ପ୍ରେମ ସମ୍ପର୍କ ବିଷୟରେ କହିଦେବାକୁ ଭୟ ଦେଖାଉଥିଲା ଜଣେ ଥାର୍ଡ ପର୍ସନ ପିଣ୍ଟୁଆ । ପ୍ରେମିକ ପ୍ରେମିକା ପରସ୍ପରକୁ ନିବିଡ ଭାବେ ଭଲ ପାଉଥିଲେ । ତେଣୁ ବାଛିନେଲେ ଏମିତି ରାସ୍ତା ।
ବୈଷ୍ଣୋ ଦେବୀଙ୍କ ଦର୍ଶନ ମସୟରେ ଦଳାଚକଟା ପରେ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏବେ ଦେବୀଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ ।
ନିର୍ବାଚନ ପାଖେଇ ଆସିଲେ ପୋଲ ତିଆରି କରାଇଦେବାକୁ କହି ଲୋକଙ୍କୁ ସ୍ୱପ୍ନ ଦେଖାନ୍ତି ନେତା । ହେଲେ ଜିତିଗଲା ପରେ କଥା ଶେଷ । ଆଉ ଗାଁରେ ନେତାଙ୍କ ପାଦ ପଡ଼େନି । ହେଲେ ଏଥର ପୋଲ ନହେଲ ଭୋଟ୍ ବି ନାହିଁ ବୋଲି କହିଛନ୍ତି ଲୋକେ ।
ନୂଆବର୍ଷ ପାଇଁ କରୋନାର ଭୟାବହତାକୁ ଭୁଲିଗଲେ ଲୋକେ । ଗୋଆ ସମୁଦ୍ରକୂଳରେ ଜମଛି ଅସମ୍ଭାଳ ଭିଡ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହିଜାବ୍ ପିନ୍ଧି କଲେଜ୍ ଗଲେ ଶ୍ରେଣୀ ଗୃହରେ ପ୍ରବେଶ କରାଇ ଦେଉନାହାନ୍ତି କଲେଜ୍ କର୍ତ୍ତୃପକ୍ଷ । ତିନି ଦିନ ହେଲା ଉପସ୍ଥାନ ମଧ୍ୟ ରେକର୍ଡ କରାଯାଉ ନାହିଁ ।
ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଭେଟିଥିଲେ। ତେବେ ଏହି ସମୟରେ ମୋଦିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।