• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇନ୍ଦୋର : ବିଶ୍ୱାସରେ ବିଷ । ଚିକିତ୍ସା ଆଳରେ ମହିଳାଙ୍କୁ ଦୁଷ୍କର୍ମ କଲା ତାନ୍ତ୍ରିକ । ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ପକ୍ଷାଘାତ ରୋଗୀ ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ଯାଇଥିଲେ । ହେଲେ ତାନ୍ତ୍ରିକ ବାହାନା କରି ମହିଳାଙ୍କ ସ୍ୱାମୀଙ୍କୁ ୧୦ କିଲୋମିଟର ଦୂରକୁ ପଠାଇ ଦେଇଥିଲା । ପରେ ପକ୍ଷାଘାତ ରୋଗଗ୍ରସ୍ତ ମହିଳାଙ୍କୁ ଏକୁଟିଆ ପାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଯେତେ ଚିତ୍କାର କଲେ ବି ପାଷାଣ ତାନ୍ତ୍ରିକ କାନକୁ ତାଙ୍କ ବିକଳ କାନ୍ଦଣା ଶୁଭୁନଥିଲା । ତେବେ ସ୍ୱାମୀ ଫେରିବା ପରେ ପୀଡିତା ତାଙ୍କୁ ତାନ୍ତ୍ରିକର ଏହି କୁକାର୍ଯ୍ୟ ସମ୍ପର୍କରେ କହିଥିଲେ । ଏହା ପରେ ସ୍ୱାମୀ-ସ୍ତ୍ରୀ ପରେ ପୋଲିସ ଷ୍ଟେସନରେ ପହଞ୍ଚି ତାନ୍ତ୍ରିକ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଏବେ ପୋଲିସ ଅଭିଯୁକ୍ତକୁ ଖୋଜୁଛି  । ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳିନାହିଁ।

ଇନ୍ଦୋରଠାରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁରେ ରହୁଥିବା ମହିଳା ଗତ ଦୁଇ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ ସମୟ ଧରି ବିଭିନ୍ନ ଆଡ଼େ ଚିକିତ୍ସା କରାଉଥିଲେ । ହେଲେ ସମସ୍ତ ପ୍ରକାର ଚିକିତ୍ସାରୁ କୌଣସି ସୁଫଳ ନମିଳିବାରୁ ଜଣେ ଗ୍ରାମବାସୀ ତାଙ୍କୁ ସଂପୃକ୍ତ ତାନ୍ତ୍ରିକ ସମ୍ପର୍କରେ କହିଥିଲେ । ତାନ୍ତ୍ରିକର ଚିକିତ୍ସାର ମହତ୍ତ୍ୱ ସମ୍ପର୍କରେ କହିଥିଲେ । ଔଷଧ କାମ କରୁନଥିବାରୁ ସେ ତାନ୍ତ୍ରିକ ସହ ଯୋଗାଯୋଗ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।

ପୀଡିତାଙ୍କ ସ୍ୱାମୀ ୧୦ କିଲୋମିଟର ଦୂରରେ ପଠାଇଥିଲେ

ଗାଁର ଜଣେ ଲୋକଙ୍କ ପରାମର୍ଶ କ୍ରମେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହ ଇନ୍ଦୋରର ଆଜାଦ ନାଗର ପୋଲିସ ଷ୍ଟେସନରେ ରହୁଥିବା ଆସିଫ ବାବାଙ୍କ ଘରେ ପହଞ୍ଚିଥିଲେ । ତେବେ ଭଣ୍ଡ ବାବା ମଧ୍ୟ ମହିଳାଙ୍କ ପରିବାରକୁ ଭୁଲେଇ ତନ୍ତ୍ରର ଶିକାର ହୋଇଥିବା କହିଥିଲା । ଆଉ ସରଳ ବିଶ୍ୱାସୀ ଲୋକେ ତାଙ୍କ କଥାରେ ଫସିଯାଥିଲେ । ଏହା ପରେ ଆସିଫ ବାପା ତାଙ୍କ ଚିକିତ୍ସା ପାଇଁ ପ୍ରତିଶୃତି ଦେଇଥିଲା। ତେବେ ତାନ୍ତ୍ରିକ ଜଣକ ସମସ୍ତ ରୀତିନୀତି ପରେ ଏକ ପୋଟଳି ତିଆରି କରି ପୀଡିତାଙ୍କ ସ୍ୱାମୀଙ୍କୁ ଦେଇଥିଲା ଓ ପ୍ରାୟ ଦଶ କିଲୋମିଟର ଦୂରରେ ଫିଙ୍ଗିବା ପାଇଁ ପରାମର୍ଶ ଦେଇଥିଲେ ।

ପୀଡିତାଙ୍କ ପିଲାମାନେ ନିକଟ କୋଠରୀରେ ଶୋଇଥିଲେ

ବାବାଙ୍କ କହିବା ଅନୁଯାୟୀ ମହିଳାଙ୍କ ସ୍ୱାମୀ ପୋଟଳିରେ ରଖାଯାଇଥିବା ଜିନିଷ ଫିଙ୍ଗିବା ପାଇଁ ୧୦ କିମି ଦୂର ଏକ ସ୍ଥାନକୁ ଯାଇଥିଲା । ହେଲେ ସେ ଯିବା ପରେ ଛଳନାକାରୀ ତାନ୍ତ୍ରିକ ବାବା ଏହାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ସେହି ସମୟରେ ମହିଳାଙ୍କ ଦୁଇ ସନ୍ତାନ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ଦୁଷ୍କର୍ମ କରିବା ପରେ ଏସମ୍ପର୍କରେ ସ୍ୱାମୀଙ୍କୁ ନଜଣାଇବାକୁ ଧମକ ଦେଇଥିଲା ଭଣ୍ଡ ବାବା । କାହାକୁ କହିଲେ ସଂସାରକୁ ନଷ୍ଟ କରିଦେବେ ବୋଲି ମଧ୍ୟ କହିଥିଲା ।

ପୋଲିସ ଅଭିଯୋଗ ପରେ ଫେରାର ମାରିଲା ବାବା

ଏହି ଘଟଣା ପରେ ପୀଡିତାଙ୍କୁ ବହୁତ ଭୟଭୀତ ହୋଇପଡ଼ିଥିଲେ । କିଛି ସମୟ ପରେ ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚିଥିଲେ । ଆଉ ସେ ସାହସର ସହିତ ତାଙ୍କୁ ପୂରା ଘଟଣା ଜଣାଇଲେ । ଏହା ପରେ ପୀଡିତା ତାଙ୍କ ସ୍ୱାମୀଙ୍କ ସହ ପୋଲିସ ଷ୍ଟେସନରେ ପହଞ୍ଚି ତାନ୍ତ୍ରିକ ବିରୋଧରେ ଅଭିଯୋଗ କରିଥିଲେ। ମାମଲା ପୋଲିସ ପାଖରେ ପହଞ୍ଚିବା ମାତ୍ରେ ତାନ୍ତ୍ରିକ ଆଶିଫ ବାବା ଘଟଣାସ୍ଥଳରୁ ଫେରାର ହୋଇସାରିଥିଲା । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ଭଣ୍ଡ ବାବାଙ୍କୁ ଖୋଜୁଛି ।