• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କୁ ଯୋଗ ଶିକ୍ଷା । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତ ରୋଗୀଙ୍କୁ ସ୍ୱତନ୍ତ୍ର ଯୋଗ ଏବଂ ପ୍ରାଣାୟାମ ଶିକ୍ଷା ଦିଆଯିବ । ଏଥିପାଇଁ ସମସ୍ତ ରୋଗୀମାନଙ୍କୁ ଏକ ଲିଙ୍କ୍ ପଠାଯିବ, ଯେଉଁଥିରେ ସେମାନେ ନିଜର ସମୟ ସୁବିଧା ଅନୁସାରେ ପଞ୍ଜୀକରଣ କରିପାରିବେ । କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ ଏପରି ଘୋଷଣା କରିଛନ୍ତି । ଯୋଗ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି ସେ କହିଛନ୍ତି । ଯେଉଁମାନେ କରୋନା ସଂକ୍ରମିତ ହେବା ପରେ ଘରେ ଆଇସୋଲେସନ୍‌ରେ ଅଛନ୍ତି, ସେମାନଙ୍କ ପାଇଁ ସରକାର ପ୍ରାଣାୟାମ ଏବଂ ଯୋଗର କ୍ଲାସ୍ ଆରମ୍ଭ କରିବା ପାଇଁ ଯାଉଛନ୍ତି ।

ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ଆଶା କରାଯାଇଛି । ଧୀରେ ଧୀରେ କରୋନାର ଗତି ଥମିବା ଆରମ୍ଭ କରିବ । ତେବେ ଏହାରି ଭିତରେ ସରକାର ଏକ ଚମତ୍କାର କାର୍ଯ୍ୟକ୍ରମ ଆଣିବା ପାଉଁ ଯାଉଛନ୍ତି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଯେଉଁମାନେ କରୋନା ସଂକ୍ରମିତ ହୋଇ ଘରେ ଆଇସୋଲେସନ୍‌ରେ ଅଛନ୍ତି, ସେମାନଙ୍କ ପାଇଁ ଯୋଗ-ପ୍ରାଣାୟାମ କ୍ଲାସ୍ ଆରମ୍ଭ ହେବ । ଯୋଗ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବହୁଗୁଣିତ ହୁଏ । ଯୋଗ କରୋନାକୁ କାଟିବ ବୋଲି କୁହାଯାଉ ନାହିଁ କିନ୍ତୁ ସଂକ୍ରମଣ ସହ ଲଢ଼ିବାର କ୍ଷମତା ପ୍ରଦାନ କରିଥାଏ । ଯେଉଁମାନେ ଘରେ ଆଇସୋଲେସନ୍‌ରେ ଅଛନ୍ତି, ସେମାନଙ୍କ ପାଇଁ ଅନଲାଇନ୍ ଯୋଗ କ୍ଲାସ୍ ଆରମ୍ଭ କରାଯିବ ।

ଯୋଗ କ୍ଲାସ ପାଇଁ କିପରି କରିବେ ରେଜିଷ୍ଟ୍ରେସନ୍‌ ?

ଆଇସୋଲେସନ୍‌ରେ ଥିବା ଲୋକ ଯୋଗ ପ୍ରଶିକ୍ଷକଙ୍କ ସହ ଘରେ ବସି ଯୋଗାଯୋଗ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଏଥିପାଇଁ ଯୋଗ ପ୍ରଶିକ୍ଷକଙ୍କ ଏକ ବିଶାଳ ଦଳ ପ୍ରସ୍ତୁତ ହୋଇଛି ।  ସେମାନଙ୍କୁ କରୋନା ସମ୍ମନ୍ଧିତ ସମସ୍ତ ଯୋଗ, ପ୍ରାଣାୟାମ ବିଷୟରେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଯେଉଁମାନେଆଇସୋଲେସନ୍‌ରେ ଅଛନ୍ତି, ସେମାନଙ୍କୁ ପଞ୍ଜୀକରଣ ପାଇଁ ଏକ ଲିଙ୍କ୍ ପଠାଯିବ । ଲିଙ୍କ୍ ଉପରେ କ୍ଲିକ୍ କରି, ସେମାନେ କେଉଁ ସମୟରେ ଯୋଗ କରିବାକୁ ଚାହୁଁଛନ୍ତି ତାହା କହିପାରିବେ ।

ସକାଳ ୬ଟାରୁ ୧୧ ଟା ପର୍ଯ୍ୟନ୍ତ ଏକ ଏକ ଘଣ୍ଟାର ୫ ଟି ଯୋଗ କ୍ଲାସ୍ ହେବ । ତା’ପରେ ସନ୍ଧ୍ୟା ୪ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୩ଟି ଯୋଗ କ୍ଲାସ୍ ହେବ । ଗୋଟିଏ ଦିନରେ ସମୁଦାୟ ୮ଟି ଯୋଗ କ୍ଲାସର ଆୟୋଜନ କରାଯିବ । ନିଜ ସୁବିଧା ଅନୁଯାୟୀ ପଞ୍ଜୀକରଣ କରିପାରିବେ ସଂକ୍ରମିତ । ୪୦ ହଜାର ଲୋକ ଏକତ୍ର ଯୋଗ କ୍ଲାସ ନେଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିନକୁ ଦିନ କରୋନା କଟକଣାକୁ କଠୋର କରାଯାଉଛି । ବର୍ତ୍ତମାନ ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି । ସମସ୍ତ କର୍ମଚାରୀ ଘରୁ ରହି କାମ କରିବେ ଅର୍ଥାତ୍ ୱର୍କ ଫ୍ରମ୍‌ ହୋମ୍‌ (WFH) କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ବେସରକାରୀ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କ୍ଷମତାରେ ଚାଲୁଥିବା ବେଳେ ୫୦ ପ୍ରତିଶତ କର୍ମଚାରୀରେ କାମ ଚାଲୁଥିଲା ।