• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା ବଢ଼ୁଛି, ନୂଆ ଭାରିଆଣ୍ଟ୍ ବି ମାଡ଼ୁଛି । ରାଜ୍ୟରେ ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ILS ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଜାନୁୟାରୀ ୧୦ ତାରିଖରେ ରାଜ୍ୟରେ ୨୮ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେହିପରି ଆଜି ରାଜ୍ୟରେ ୮ ହଜାର ଟପିଲା ଦୈନିକ ସଂକ୍ରମଣ । ଦିନକରେ ୮ ହଜାର ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫ ହଜାର ୯୬ ଏବଂ ଲୋକାଲ୍ କେସ୍ ୩ ହଜାର ୬୮୨ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଅଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୧ ହଜାର ୨୫୨, କଟକରୁ ୭୬୬ ଏବଂ ସମ୍ବଲପୁରରୁ ୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୫୭୫ ବାହାରିଥିବା ବେଳେ ମୟୂରଭଞ୍ଜରୁ ୩୩୮ ଏବଂ ପୁରୀରୁ ୨୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଆସନ୍ତା ୨ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣ ରହିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ୪/୫ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ଅଧିକ ରହିଥିଲେ ମଧ୍ୟ ମୃତ୍ୟୁ, ମେଡିକାଲରେ ଭର୍ତ୍ତି କିମ୍ବା ଆଇସିୟୁର ଆବଶ୍ୟକତା କମ୍ ରହୁଛି । ଆଗକୁ ରୋଗୀ ସଂଖ୍ୟା ଦେଖି ହସ୍ପିଟାଲରେ ବେଡ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।