• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର । ଶିକ୍ଷକଙ୍କୁ ବିଦାୟ ଦେବା ସମୟରେ ଲୁହରେ ଭିଜିଗଲା ସ୍କୁଲ ବାରଣ୍ଡା । ଶିକ୍ଷକଙ୍କ ବଦଳି ଆଦେଶ ଶୁଣିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ତାଙ୍କ ପାଠ ପଢାଇବାର ଶୈଳୀ, ଛାତ୍ର ବତ୍ସଳ ସ୍ୱଭାବ ତାଙ୍କୁ ସ୍ଥାନୀୟ ଅଂଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ କରାଇପାରିଥିଲା । ହେଲେ ଆଜି ସେହି ପ୍ରିୟ ସାରଙ୍କ ବଦଳି ପରି ସ୍କୁଲରେ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀ, ସହକାରୀ ଶିକ୍ଷକଙ୍କ ଠାରୁ ଅଭିଭାବକ ସମସ୍ତଙ୍କ ଆଖିରେ ଲୁହ । ଜଣେ ଛାତ୍ରବତ୍ସଳ ଶିକ୍ଷକଙ୍କ ବିଦାୟ ସମସ୍ତଙ୍କୁ କନ୍ଦାଇ ଦେଇଛି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓଟି କର୍ଣ୍ଣାଟକର ବୋଲି କୁହାଯାଉଛି ।

କର୍ଣ୍ଣାଟକର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ବିଦାୟ ସମାରୋହରେ ଛାତ୍ରଛାତ୍ରୀମାନେ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ଦେଖିଥିବା ସମସ୍ତ ଲୋକେ ଭାବପ୍ରବଣ ହୋଇଯାଉଛନ୍ତି । ନିଜର ଅତି ପ୍ରିୟ ଶିକ୍ଷକଙ୍କ ଅକସ୍ମାତ୍ ବଦଳି ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ଧରି ପାଠ ପଢ଼ାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଏକ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ହେଲେ ପ୍ରିୟ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପରେ ଭାବବିହ୍ୱଳ ହୋଇଯାଇଥିଲେ ।

ପ୍ରିୟ ଶିକ୍ଷକଙ୍କ ଅବସର ପରେ ଶିକ୍ଷକଙ୍କୁ ଜାବୁଡ଼ି ଧରି କାନ୍ଦିବା ଦୃଶ୍ୟ ସତରେ ବେଶ ଭାବପ୍ରବଣ କରୁଛି । ବିଦାୟ ସମୟରେ ଶିକ୍ଷକ ଜଣକ ବିଦ୍ୟାଳୟ ପରିସରକୁ ଯିବା ମାତ୍ରେ ଛାତ୍ରଛାତ୍ରୀମାନେ ଭୋ ଭୋ କନ୍ଦିବା ଦୃଶ୍ୟ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଅନେକ ଛାତ୍ରଛାତ୍ରୀ ଶିକ୍ଷକଙ୍କ ପାଦକୁ ସ୍ପର୍ଶ କରୁଥିବାବେଳେ ଶିକ୍ଷକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁସାରେ ସଂପୃକ୍ତ ଶିକ୍ଷକଙ୍କର ଅନ୍ୟ ଏକ ସ୍କୁଲକୁ ବଦଳି ହୋଇଯାଇଛି । ଆଉ ବିଦ୍ୟାଳୟରେ ତାଙ୍କ ପାଇଁ ବିଦାୟ ସମାରୋହର ଆୟୋଜନ କରାଯାଇଥିଲା । ତାଙ୍କୁ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ପୁଷ୍ପମାଲ୍ୟ ଏବଂ ସାଲ ପିନ୍ଧାଇ ସମ୍ମାନେ ବିଦାୟ ଦେଇଥିଲେ । ହେଲେ ପ୍ରିୟ ଶିକ୍ଷକଙ୍କ ବଦଳି ସମୟରେ ଛାତ୍ରଛାତ୍ରୀମାନେ ଆଖିର ଲୁହ ଅଟକାଇ ପାରିନଥିଲେ । ଶିକ୍ଷକଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ । ଶିକ୍ଷକ ଜଣକ ମଧ୍ୟ ନିଜର ଲୁହକୁ ଅଟକାଇ ପାରିନଥିଲେ । ପିଲାଙ୍କୁ କୋଳେଇ ଧରି କାନ୍ଦି ପକାଇଥିଲେ ।