ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ସେ ନିଆଁର ଆଁ ଭିତରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବଞ୍ଚାଇଛନ୍ତି । କିନ୍ତୁ ନିଜର ଦୁଇ ଯମଜ ଶିଶୁ କନ୍ୟାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କର ଏହି ବୀରତ୍ୱର କଥା ଯେତିକି ପ୍ରଶଂସାଯୋଗ୍ୟ ସେତିକି ହୃଦୟ ବିଦାରକ ମଧ୍ୟ।
ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।
କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ।
କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ।
କାର୍ଟି ଅନ୍ୟ ଏକ ଗାଡିକୁ ଓଭରଟେକ୍ କରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଦିଗ ବଦଳାଇ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି।
ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସରକାର। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତଦନ୍ତ ନିର୍ଦ୍ଦେଶ ।
ଭୋଗରାଇରେ ଘଟିଲା ଚକିତ କଲା ଭଳି ଘଟଣା । ଘର ବାହାରେ ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର ।
ଆମ୍ୱୁଲାନ୍ସରେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ଗାଡ଼ିଟି ଜଳିବା ଆରମ୍ଭ କଲା। ଏହାପରେ ଆମ୍ବୁଲାନ୍ସରେ ଥିବା ଅମ୍ଳଜାନ ଟ୍ୟାଙ୍କରେ ନିଆଁ ଲାଗି ଏକ ବଡ଼ ବିସ୍ଫୋରଣ ହୋଇଥିଲା।
ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗୋଟେ କାର୍ ଏକ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଛି ।
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୪ ସୈନିକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି।
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଚାନକ ଲାଗିଲା ନିଆଁ। ଜଳିଗଲା କପଡ଼ା ଗୋଦାମ। ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।
ଜୀବନ ଜୀଇବା ଆରମ୍ଭ ହେବା ବେଳକୁ ଶିବାନୀ ହୋଇଯାଇଛି ଅନାଥ। ବାପା ମା’ ବସ୍ ଦୁର୍ଘଟଣାରେ ଆଖିବୁଜିଦେଲେ। ଆଉ ସିଏ ଏବେ ବାପ-ମା ଛେଉଣ୍ଡ ହୋଇ ହସ୍ପିଟାଲ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛି। ବେଡ୍ରେ ମା’-ବାପା ଡାକିଲେ ବି ଆଉ ଶୁଣିବାକୁ କେହି ନାହିଁ।
ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ୨ ଗୁରୁତର ହୋଇଛନ୍ତି । ସେହିପରି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି।
ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।
ଉତ୍ତରାଖଣ୍ଡର ଅଲମୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁପି ଅଞ୍ଚଳରେ ଏକ ଖାଇକୁ ଯାତ୍ରୀ ବାହୀ ବସ୍ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ ।
୨୦୦ ଫୁଟ୍ ଖାଇକୁ ଖସିଲା ବସ୍ । ଚାଲିଗଲା ୩୬ରୁ ଅଧିକ ଲୋକଙ୍କ ଜୀବନ, ଅନେକ ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଘଟିଛି ଏଭଳି ମର୍ମନ୍ତୁଦ ଘଟଣା।
ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।
ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।
ବାପାଙ୍କ ମୃତ୍ୟୁର ଦିନ କେଇଟା ପରେ ଅଫେରା ରାଇଜକୁ ଚାଲିଗଲା ପୁଅ
ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ । ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ ।
ଏହି ଅଗ୍ନିକାଣ୍ଡରେ ୨ଟି ଶାଢୀ ଦୋକାନ ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦୁଇଟି ଅଗ୍ନିଶମ ଟିମ୍ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁ ଆୟତ୍ତ କରିଛନ୍ତି ।
ଭାବିଥିଲେ ସେଇ ପଟ୍ରିରେ ଆସୁନାହିଁ ଟ୍ରେନ୍ । ଆଉ ଆରମ୍ରେ ବସି କାନରେ ଇଅର ଫୋନ୍ ଲଗାଇ ମୋବାଇଲ ଦୁନିଆରେ ହଜିଯାଇଥିଲେ ।
କେରଳର ଏହି ମନ୍ଦିରରେ ଦୀପାବଳି ପୂର୍ବରୁ ମନ୍ଦିରରେ ପୂଜାର ଆୟୋଜନ କରାଯାଇଥିଲା। ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ଟାରେ ଭାରାକାଭୁ ମନ୍ଦିର ନିକଟରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ନିଆଁ ବ୍ୟାପିଯିବା ସହ ବଡ଼ ଧରଣର ବିସ୍ଫୋରଣ ଘଚିଛି।