Advertisment

Mo bus Accident: ମୋ ବସ ସାଜିଛି ମଣିଷ ମରା ବସ

ଟ୍ବିନ୍ ସିଟିର ଲାଇଫଲାଇନ୍ ସାଜିଥିବା ଏହି ବସକୁ ଲୋକେ କହିଲେଣି ମଣିଷ ମରା ବସ୍। ଗତରାତିରେ ତମାଣ୍ଡୋରେ ଜଣେ ମହିଳାଙ୍କୁ ଯେଭଳି ଘୋଷାଡ଼ି ମାରିଲା ସମସ୍ତଙ୍କୁ ବିଚଳିତ କରିଛି। କେବଳ କାଲି ନୁହେଁ, ଗତ କିଛି ମାସ ହେଲା ଅନେକ ଲୋକଙ୍କ ଜୀବନ ନେଲାଣି।

author-image
Saroj Kumar Jena
Mo Bus

Mo Bus

‘ମୋ ବସ୍’ଟ୍ବିନ୍ ସିଟିର ଲାଇଫଲାଇନ୍ ସାଜିଥିବା ଏହି ବସକୁ ଲୋକେ କହିଲେଣି ମଣିଷ ମରା ବସ୍। ଗତରାତିରେ ତମାଣ୍ଡୋରେ ଜଣେ ମହିଳାଙ୍କୁ ଯେଭଳି ଘୋଷାଡ଼ି ମାରିଲା ସମସ୍ତଙ୍କୁ ବିଚଳିତ କରିଛି। କେବଳ କାଲି ନୁହେଁ, ଗତ କିଛି ମାସ ହେଲା ଅନେକ ଲୋକଙ୍କ ଜୀବନ ନେଲାଣି। ଏସବୁ ଭିତରେ ‘ମୋ ବସ୍’ ଡ୍ରାଇଭରଙ୍କୁ ଦୁର୍ଘଟଣା ଶୂନ୍ୟ ଗାଡ଼ି ଚାଳନା ପାଇଁ ଟ୍ରେନିଂ ବି ଦିଆଯାଇଥିଲା। ତଥାପି ସୁଧୁରିଲେନି ଡ୍ରାଇଭର୍। ଯାହାକୁ ନେଇ ଉଦବେଗ ବଢ଼ିଛି।

Advertisment

ଯମ ଭଳି ରାଜଧାନୀରେ ଘୁରିବୁଲୁଛି ‘ମୋ ବସ। କେବେ ମସୃଣ ଚକ ତଳେ ନିରୀହ କୁନି ପିଲାଙ୍କୁ ଦଳି ମାରୁଛି ତ ଆଉ କେବେ ଧକ୍କା ଦେଇ ଶୂନ୍ୟକୁ ଉଡ଼ାଇ ଦେଉଛି ମଣିଷଙ୍କ ପ୍ରାଣବାୟୁ। ଗତକାଲି ରାତିରେ ଘଟିଥିବା ଦୁର୍ଘଟଣାରେ ଚୁରମାର୍ ହୋଇଯାଇଛି ଦୁଇ ଦୁଇଟି ସ୍କୁଟର। ମାଂସ ପିଣ୍ଡୁଳା ହୋଇଯାଇଛି ଜଣେ ମହିଳାଙ୍କ ଶରୀର। ଯାହାଙ୍କ ନାଁ ନନ୍ଦିନୀ ପ୍ରଧାନ। ନିଜ ସଂପର୍କୀୟଙ୍କୁ ନାଇଟ୍ କୋଚ୍ ବସରେ ଛାଡ଼ିବା ପାଇଁ ଆସି ଛିଡ଼ା ହୋଇଥିଲେ ପାତ୍ରପଡ଼ା ଏନଏଚର ଏକ ସର୍ଭିସ ରୋଡ୍ ନିକଟରେ।

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

Advertisment

ଏହି ସମୟରେ ଖଣ୍ଡଗିରିରୁ କଳିଙ୍ଗନଗର ମୁହାଁ ହୋଇ ଦ୍ରୁତଗତିରେ ମାଡ଼ିଆସିଥିଲା ଏହି ବସ୍। ଆଉ ଏକାସଙ୍ଗେ ୨ଟି ସ୍କୁଟର ସହ ୪ ଜଣଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ଶହେ ମିଟର। ଫଳରେ ଘଟଣାସ୍ଥଳରେ ନନ୍ଦିନୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ଅବସ୍ଥା ଏବେ ଗୁରୁତର। ଦୁର୍ଘଟଣା ପରେ ଖସି ପଳାଉଥିଲା ବସଟି। କିନ୍ତୁ କିଛି ଲୋକ ଗାଡ଼ିରେ ପିଛା କରିଥିଲେ। ଡ୍ରାଇଭର ନା ବ୍ରେକ୍ ମାରୁଥିଲେ ନା ସାଇଡ୍ ଦେଉଥିଲେ। ଏଭଳି ଦୀର୍ଘ ସମୟ ଧରି ଛକାପଞ୍ଝା ପରେ ୧ କିଲୋମିଟର ଦୂରରେ ରହିଥିଲା ବସ୍। ତା’ପରେ ପୋଲିସ ପହଞ୍ଚି ଡ୍ରାଇଭରଙ୍କୁ ହେପାଜତକୁ ନେଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, OD02 BJ9410 ନମ୍ବର ବିଶିଷ୍ଟ ଏହି ‘ମୋ ବସ’ର ରୁଟ୍ ନମ୍ବର ହେଉଛି ୩୩। ଅର୍ଥାତ ମାଷ୍ଟର କ୍ୟାଣ୍ଟିନ୍ ଛକରୁ କଳ୍ପନା ଦେଇ ପିପିଲି ଯିବା ଆସିବା କରିବା କଥା। କିନ୍ତୁ, କେଉଁ ସ୍ଥିତିରେ ରୁଟ୍ ବଦଳାଇ କଳିଙ୍ଗନଗର ମୁହାଁ ହୋଇଥିଲା? କାହିଁକି ଦ୍ରୁତଗତିରେ ଯାଉଥିଲା ବସଟି ? ଏଭଳି ନାନା ପ୍ରଶ୍ନ ଭିତରେ ବସରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତ କରୁଛି କ୍ରୁଟ। ତେବେ କ୍ରୁଟ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ପ୍ରଶ୍ନ ଉଠୁଛି, ଅନ୍ୟ ବସ୍ ଅପେକ୍ଷା କାହିଁକି ମୃତ୍ୟୁର ଦୂତ ସାଜିଛି ‘ମୋ ବସ୍। କାହିଁକି ବାରମ୍ବାର ଭିଆଉଛି ଦୁର୍ଘଟଣା। ୨୯ ଅକ୍ଟୋବର। କଟକ ନେତାଜୀ ବସ୍ ଟର୍ମିନାଲରେ ନେଇଥିଲା ଜଣେ ବୃଦ୍ଧାଙ୍କ ଜୀବନ। ୨୫ ସେପଟେମ୍ବର। ଭୁବନେଶ୍ବର ରଘୁନାଥପୁରରେ ମୋ ବସ୍ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ୬ ଏପ୍ରିଲ ୨୦୨୪। ଖୋର୍ଦ୍ଧା ୧୬ ନମ୍ବର ଏନଏଚରେ ଭାରସାମ୍ୟ ହରାଇ ନାଳକୁ ଖସିପଡିବାରୁ ୨୦ ଯାତ୍ରୀ ଆହତ ହୋଇଥିଲେ। ୪ ଫେବୃୟାରୀ, ୨୦୨୫ ରଘୁନାଥପୁରରେ କୁନି ଝିଅ ମୁନୀର ପ୍ରାଣ ନେଇଥିଲା। ଏଭଳି ବାରମ୍ବାର ଦୁର୍ଘଟଣା ପରେ ଗତ ୮ ତାରିଖରେ ଦୁର୍ଘଟଣାଶୂନ୍ୟ ଗାଡ଼ି ଚାଳିନା ସଂପର୍କରେ ରାଜଧାନୀର ‘ମୋ ବସ’ ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। କିନ୍ତୁ ଯେଉଁ ଅବସ୍ଥାକୁ ସେହି ଅବସ୍ଥା। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ମୋ ବସ୍ ଯାତ୍ରୀ ଏବଂ ସଡ଼କ ସୁରକ୍ଷା ବିଶେଷଜ୍ଞ।

ଟ୍ବିନସିଟି ସହ ୬ ସହରରେ ୫୨୦ଟି ‘ମୋ ବସ୍’ ଚାଲୁଛି। ଗତ ୩ ମାସରେ ୬ ସହରରେ ପ୍ରାୟ ୭୦ଟି ଦୁର୍ଘଟଣା ବି ଘଟାଇଲାଣି ‘ମୋ ବସ୍’। ଗତ ନଭେମ୍ବରରେ ବେପରୁଆ ଚାଳନା ପ୍ରସଙ୍ଗରେ କ୍ରୁଟର ସତ୍ୟପାଠକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ହାଇକୋର୍ଟ। ତଥାପି ଯଥା ପୂର୍ବଂ ତଥା ପରଂ ସ୍ଥିତି।

ଅଧିକ ପଢନ୍ତୁ: ଘର ୱାପସୀ କଲେ ସୁର ରାଉତରାୟ

Accident Mo Bus
Advertisment
Advertisment