• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ବଡ ଦୁର୍ଘଟଣା । ଲ୍ୟାଣ୍ଡିଂ ବେଳେ ରନୱେରେ ଓଲଟିଲା ବିମାନ । ଦୁର୍ଘଟଣାରେ ୧୮ ଯାତ୍ରୀ ଆହତ ହୋଇଛନ୍ତି । ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡେଲ୍ଟା ଏୟାରଲାଇନ୍ସ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ଅବତରଣ ସମୟରେ ରନୱେରେ ଖସି ଓଲଟି ପଡ଼ିଛି । ବିମାନରେ ମୋଟ ୭୬ ଜଣ ଯାତ୍ରୀଙ୍କ ସହିତ ୪ ଜଣ ପ୍ଲାଇଲଟ ଥିଲେ । ବିମାନଟି ମିନିୟାପୋଲିସରୁ ଟରୋଣ୍ଟୋ ଆସୁଥିଲା ।

ଅଧିକ ପଢ଼ନ୍ତୁ: ନିଖୋଜ ବିମାନ ଦୁର୍ଘଟଣାର ଶିକାର; ସମସ୍ତ ୧୦ ଯାତ୍ରୀ ମୃତ

ଦୁର୍ଘଟଣାଗ୍ରସ୍ତ ବିମାନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଭିଡିଓରେ ଦେଖିବାକୁ ମିଳିଛି ବରଫ ଆଚ୍ଛାଦିତ ରନୱେ ଉପରେ ବିମାନଟି ଖସିଯାଇ ଓଲଟି ପଡ଼ିଛି । ବିମାନବନ୍ଦର କର୍ମଚାରୀ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପାଣିରେ ବିମାନଟିକୁ ଧୋଉଥିବାର ଦେଖିବାକୁ ମିଳିଛି । ଅଧିକାରୀଙ୍କ କହିବା ଅନୁସାରେ, ବରଫ ଝଡ଼ ପରେ ପ୍ରବଳ ବେଗରେ ପବନ ବହୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଆହତ ଯାତ୍ରୀମାନଙ୍କ ମଧ୍ୟରେ ଜଣେ ଶିଶୁ ବି ରହିଛି ।

ଏନେଇ ଟରୋଣ୍ଟୋ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ସୋମବାର ମିନିୟାପୋଲିସରୁ ଆସୁଥିବା ଡେଲ୍ଟା ଏୟାରଲାଇନ୍ସର ବିମାନ ଦୁର୍ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ । ବିମାନ ବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଏହା ଓଲଟି ପଡିଛି । ଜରୁରୀକାଳୀନ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଏହି କାରଣରୁ ବିମାନ ବନ୍ଦରରେ ୪୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି । 

ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ସେୟାର କରି କହିଛନ୍ତି, ''ଆମେ ଏବେ ଟରୋଣ୍ଟୋରେ । ଏବେ ଅବତରଣ କଲୁ । ଆମର ବିମାନ କ୍ରାସ ହୋଇଯାଇଛି । ବିମାନ ରନୱେରେ ଓଲଟି ପଡିଛି । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଅଧିକାଂଶ ଯାତ୍ରୀ ଠିକ୍ ଥିବା ଜଣାପଡୁଛନ୍ତି ।''

ଅଧିକ ପଢ଼ନ୍ତୁ: ଜଳି ପାଉଁଶ ହୋଇଗଲା ବାୟୁସେନାର ଫାଇଟର୍ ବିମାନ

OTV is now on Whatsapp

Join and get latest news update delivered to you via whatsapp

Join Now