Advertisment

Goldmine Collapse: ବେଆଇନ ସୁନାଖଣିରେ ଅଘଟଣ, ୪୮ରୁ ଅଧିକ ମୃତ ଆଶଙ୍କା

ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଲିରେ ଏକ ବେଆଇନ ସୁନା ଖଣିରେ କାମ ଚାଲିଥିବା ବେଳେ ଶନିବାର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଖଣିରେ ୧୮୦୦ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ। ଖଣି ଭୁଶୁଡି ପଡିଥିବା ବେଳେ ପାଣି ମଧ୍ୟକୁ ଖସି ପଡି ଅନେକଙ୍କ ପ୍ରାଣ ହାନି ଘଟିଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Gold mine

Gold mine

ବେଆଇନ ଭାବେ ସୁନା ଖୋଳା ଚାଲିଥିଲା। ଅଚାନକ ଭୁଶୁଡି ପଡିଲା ଖଣି। ଆଉ ଖଣି ତଳେ ଚାପି ହୋଇ ଚାଲିଗଲା ୪୮ ଜୀବନ। ଆହୁରି ଅଧିକ ଲୋକ ଖଣି ତଳେ ଫସି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି।

Advertisment

ସୁନା ଏପରି ଏକ ଧାତୁ ଯାହାର ଚାହିଦା ସମଗ୍ର ବିଶ୍ବରେ ଅଧିକ। ସମଗ୍ର ବିଶ୍ବରେ ଏହି ମୂଲ୍ୟବାନ ଧାତୁର ଚାହିଦା ଦେଖିବାକୁ ମିଳିଥାଏ। ଏହି ଧାତୁର ଚାହିଦା ଗହଣା ପାଇଁ ସମଗ୍ର ବିଶ୍ବରେ ରହିଥିବା ବେଳେ କେବଳ ଆଫ୍ରିକା ମହାଦେଶରେ ଏହା ସବୁଠୁ ଅଧିକ ଉତ୍ତୋଳିତ ହୋଇଥାଏ। କେବଳ ଉତ୍ତୋଳିତ ହୋଇଥାଏ ତାହା ନୁହେଁ ଆଫ୍ରିକାରେ ସୁନା ଖଣି ସମ୍ପର୍କିତ ଦୁର୍ଘଟଣା ସଂଖ୍ୟା ମଧ୍ୟ ବେଶ ଅଧିକ। ଭୂସ୍ଖଳନ କାରଣରୁ ଏହି ଅଞ୍ଚଳ ଗୁଡିକରେ ଅଧିକ ଦୁର୍ଘଟଣା ଘଟିଥାଏ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଚାଷୀଙ୍କ ନୂଆ କୌଶଳ...ଗୋଟିଏ ଗଛରେ ଫଳୁଛି ଟମାଟୋ ଓ ଆଳୁ !

Advertisment

ଏମିତି ଏକ ଦୁର୍ଘଟଣା ଆଫ୍ରିକାର ମାଲିରେ ଘଟିଯାଇଛି। ମାଲି ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ସୁନା ଉତ୍ପାଦନ କରୁଥିବା ଇଲାକା। ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଲିରେ ଏକ ବେଆଇନ ସୁନା ଖଣିରେ କାମ ଚାଲିଥିବା ବେଳେ ଶନିବାର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଖଣିରେ ୧୮୦୦ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ। ଖଣି ଭୁଶୁଡି ପଡିଥିବା ବେଳେ ପାଣି ମଧ୍ୟକୁ ଖସି ପଡି ଅନେକଙ୍କ ପ୍ରାଣ ହାନି ଘଟିଥିଲା।

ମୃତକଙ୍କ ମଧ୍ୟରେ ଜଣେ ମା ଓ ଶିଶୁ ମଧ୍ୟ ରହିଛନ୍ତି। କାମ କରିବା ସମୟରେ ମହିଳା ଜଣଙ୍କ ନିଜ ଶିଶୁକୁ ପିଠିରେ ରଖିଥିଲେ। ଅଚାନକ ଖଣି ଭୁଶୁଡିବା କାରଣରୁ ମହିଳା ଜଣଙ୍କ ପାଣି ମଧ୍ୟକୁ ଖସି ପଡି ପ୍ରାଣ ହରାଇଥିଲେ। ଶତାଧିକ ଶ୍ରମିକ ପାଣି ମଧ୍ୟରେ ନିଖୋଜ ରହିଥିବା ବେଳେ ସେମାନଙ୍କ ସନ୍ଧାନ ଜାରି ରହିଛି। ଏହି ସୁନା ଖଣିଟି ବେଆଇନ ଭାବରେ ଚାଲୁଥିଲା। ପୂର୍ବରୁ ଏକ ଚାଇନିଜ କମ୍ପାନୀ ଏଠାରେ ଖନନ କରୁଥିଲା। ଲିଜ ଶେଷ ହେବା ପରେ ମଧ୍ୟ ଖନନ ଜାରି ରହିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଚଳିତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମାଲିର ଏକ ଖଣି ଭୁଶୁଡି ୧୦ ଜଣଙ୍କ ପ୍ରାଣହାନି ଘଟିଥିଲା। ସେହିପରି ବର୍ଷେ ତଳେ ସମାନ ଧରଣର ଦୁର୍ଘଟଣାରେ ୭୦ ଜଣଙ୍କ ପ୍ରାଣହାନି ଘଟିଥିଲା।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

Accident
Advertisment
Advertisment