/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739556060.jpg)
Mo Bus Accident
ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ । ମୋ ବସ୍ ଚକତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ତମାଣ୍ଡୋ ଥାନା ଅଞ୍ଚଳର ଏକ ଏକ ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଛି । ସଂପୃକ୍ତ ବସଟି ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତେବେ ଏହି ଘଟଣା ପରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । କଳିଙ୍ଗ ନଗର ଡିପୋକୁ ବସ୍ଟି ଯିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତମାଣ୍ଡୋ ଥାନା ଡି.ଏନ. ରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଛି ମୋ ବସ୍ ।
ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା । ମୋ ବସ୍ ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା । ନାଇଟ୍ କୋଚ୍କୁ କିଛି ଲୋକ ଅପେକ୍ଷାରତ ଥିଲେ । ତାଙ୍କୁ ସ୍କୁଟିରେ ଛାଡିବାକୁ ଆସିଥିବା ୪ ଜଣ ଲୋକ ସର୍ଭିସ ରୋଡ଼୍ ଦେଇ ଫେରୁଥିଲେ । ସେହି ସମୟରେ NH ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।
ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦ୍ବେଗ । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜୀବନ ନେଇଥିଲା ମୋ ବସ୍ । ଦୁର୍ଘଟଣା ପରେ ଡ୍ରାଇଭର ଦ୍ରୁତ ଗତିରେ ବସ ଚଳାଇ ସିଧା ନନ୍ଦନକାନନ ଥାନା ଭିତରେ ଶରଣ ପଶିଥିଲା । ପରେ ସେହି ବାଟ ଦେଇ ଯାଉଥିବା ଅନ୍ୟ ମୋ’ ବସ ଗୁଡ଼ିକୁ ଅଟଲାଇଥିଲେ ଲୋକେ । ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ସକାଳ ସାଢ଼େ ୮ଟାରୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)