Advertisment

Fire Mishap: ଏମିତି ଆସେ ମୃତ୍ୟୁ; ଟ୍ରେନରେ ଯୁବକ ଜୀବନ୍ତ ଦଗ୍ଧ

ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ଯୁବକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

କୋଇଲା ବୋଝେଇ ଟ୍ରେନରେ ଜଳିଗଲେ ଯୁବକ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଜଣଙ୍କ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି। କଟକ ଜିଲ୍ଲା ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯୁବକ ଜଣଙ୍କର ପରିଚୟ ମିଳି ନାହିଁ। ମୃତ ଯୁବକ ଜଣଙ୍କ ଷ୍ଟେସନ ନିକଟରେ ଥିବା ଗାଁର ବୋଲି ସନ୍ଦେହ କରାଯାଉଛି।

Advertisment

ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ଯୁବକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ। କୋଇଲା ବୋଝେଇ ଟ୍ରେନରେ ଢଙ୍କା ଯାଇଥିବା ପାଲକୁ କାଢ଼ୁଥିଲେ। ଏହି ସମୟରେ ସେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।

ଟ୍ରେନରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ଯୁବକ ଜଣଙ୍କ କାହିଁକି ଟ୍ରେନରେ ଉପରେ ଚଢ଼ିଥିଲେ, କାହିଁକି ପାଲକୁ ଟାଣୁଥିଲେ ତାହା ଜଣାପଡ଼ି ନାହିଁ। କୋଇଲା ଚୋରି ପାଇଁ ଯୁବକ ଜଣଙ୍କ ଚଢ଼ିଥିଲେ ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ।  ଅନ୍ୟପକ୍ଷରେ ଯୁବକଙ୍କ ମଧ୍ୟ ପରିଚୟ ମିଳିନାହିଁ।

Advertisment

ଖବର ଲେଖାଯିବା ସୁଦ୍ଧା ଜିଆରପି ଘଟଣାସ୍ଥଳରେ ପହଞ୍ଚି ନାହିଁ। ଜିଆରପି ଘଟଣାର ତଦନ୍ତ କରିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ। 

ଅଧିକ ପଢ଼ନ୍ତୁ: ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ନିଆଁ, ୧୦ ଶିଶୁ ଜଳିଗଲେ।

Cuttack Fire Breaks Out
Advertisment
Advertisment