Advertisment

Odisha Mo Bus Accident: ମୋ ବସ୍ ଦୁର୍ଘଟଣା, ଝିଅ ପରେ ପ୍ରାଣ ହରାଇଲା ମା’

ଭୁବନେଶ୍ବର ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ ପ୍ରଥମେ ଝିଅର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଥିବା ମା’ଙ୍କ ସୋମବାର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା। ମୋ ବସ୍ ଧକ୍କାରେ ପ୍ରଥମେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Bhubaneswar Mo Bus Accident Victim Dies During Treatment at Bhubaneswar AIIMS

mo bus

ଭୁବନେଶ୍ବର ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ୧୪ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ ପ୍ରଥମେ ଝିଅର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଥିବା ମା’ଙ୍କ ସୋମବାର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା। ମୋ ବସ୍ ଧକ୍କାରେ ପ୍ରଥମେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମା'ଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଫୁଲବାଣୀ ଜିଲ୍ଲାରେ ଓ ସେମାନେ ଭୁବନେଶ୍ବରରେ ରହୁଥିଲେ।

Advertisment

ଅଧିକ ପଢ଼ନ୍ତୁ: ପ୍ରଶିକ୍ଷଣ ପରେ ବି ସୁଧୁରୁନି ମୋ ବସ ଚାଳନା, ବେପରୁଆ ଦୁର୍ଘଟଣା ନେଉଛି ଜୀବନ

ମୋ ବସ୍ ଡ୍ରାଇଭରଙ୍କ ଏହି ଗାଡ଼ି ଚାଳନା ଆପଣଙ୍କ ଛାତି ଥରାଇପାରେ। ପାତ୍ରପଡ଼ା ଅଞ୍ଚଳରେ ୨ଟି ସ୍କୁଟି ସହ ୪ ଜଣଙ୍କୁ ଧକ୍କା ଦେଇ ଜଣେ ମହିଳାଙ୍କ ପ୍ରାଣ ନେଇଥିଲା ମଣିଷ ମରା ‘ମୋ ବସ୍। ଦୁର୍ଘଟଣା ଭିଆଇ ଖସି ପଳାଉଥିଲା ।

Advertisment

ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରେ ଦୁର୍ଘଟଣା ଭିଆଇଥିଲା ମୋ ବସ୍। ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ଘାତକ ‘ମୋ ବସ’ର ଭୟଙ୍କର ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ। ମୋ ବସ୍ ଡ୍ରାଇଭରଙ୍କ ଏହି ଗାଡ଼ି ଚାଳନା ଆପଣଙ୍କ ଛାତି ଥରାଇପାରେ। ପାତ୍ରପଡ଼ା ଅଞ୍ଚଳରେ ୨ଟି ସ୍କୁଟି ସହ ୪ ଜଣଙ୍କୁ ଧକ୍କା ଦେଇ ଜଣେ ମହିଳାଙ୍କ ପ୍ରାଣ ନେଇଥିଲା ମଣିଷ ମରା ‘ମୋ ବସ୍। ଦୁର୍ଘଟଣା ଭିଆଇ ଖସି ପଳାଉଥିଲା । ଏପଟେ ଦୁର୍ଘଟଣାକୁ ରୋକିବା ପାଇଁ ମୋ ବସରେ Advance driver assistance system-ADAS ଲଗାଇବା ସହ ୪୦ କିଲୋମିଟର ସ୍ପିଡ୍ ଗଭର୍ଣ୍ଣର୍ ପାଇଁ ପଦକ୍ଷେପ ନେଇଛି ପରିବହନ ବିଭାଗ। ସେହିପରି ନଗର ଉନ୍ନୟନ ବିଭାଗ ଆକ୍ସନ ମୋଡକୁ ଆସି ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ବେଆଇନ ସୁନାଖଣିରେ ଅଘଟଣ, ୪୮ରୁ ଅଧିକ ମୃତ ଆଶଙ୍କା

Bhubaneswar Road Accident Accident Mo Bus
Advertisment
Advertisment