• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Accident
ନିର୍ମାଣାଧୀନ ବ୍ରିଜ୍‌ରୁ ଖସିଲା ବୋଲେରୋ, ୨ ମୃତ

ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ। ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି ।

Accident
ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ଚାଲିଗଲା ୧୩ ଜୀବନ

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Puri Fire Tragedy
ପୁରୀ ବାଣ ଟ୍ରାଜେଡ଼ି ମୃତ୍ୟସଂଖ୍ୟାରେ ଲାଗୁନି ବ୍ରେକ୍

SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ। ସେପଟେ ଏହି ଘଟଣାରେ ଚାରି ଚାରି ଜଣଙ୍କୁ ହରାଇ ଉଜୁଡ଼ି ଯାଇଛି ଖଣ୍ଡିଆବନ୍ଧର ଗୋଟିଏ ପରିବାର ।

  • Sunday, 02 June 2024
Puri Fire Tragedy
ପୁରୀ ବାଣ ଟ୍ରାଜେଡି ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍, ୪ ଦିନରେ ଗଲାଣି ୧୩ ଜୀବନ

ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ।

Puri Blast
ପୁରୀ ବାଣ ବିସ୍ଫୋରଣ; ୧୧ ମୃତ, ୨୦ରୁ ଅଧିକ ଆହତ

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ସରକାରୀ ଭାବେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

Bahanaga Train Accident
ଛାତିଥରା ବାହାନଗା ରେଳ ଟ୍ରାଜେଡିକୁ ବର୍ଷେ 

ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଛି ।ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୃର୍ଘଟଣା। ସେହିଦିନର ଶୁକ୍ରବାର ସାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୃର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା।

Bahanaga Train Accident
ବାହାନଗା ରେଳ ଟ୍ରାଜେଡିକୁ ବର୍ଷେ, ଗୋଟିଏ ଝଟକାରେ ଚାଲି ଯାଇଥିଲା ୨୯୬ ଜୀବନ

ସେଦିନ ଥିଲା ୨ ଜୁନ୍, ୨୦୨୩ । ବାଲେଶ୍ୱର ଜିଲ୍ଲା ବାହାନଗା । ଘଟିଥିଲା ଛାତିଥରା ଟ୍ରେନ ଟ୍ରାଜେଡି । ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଛି । ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା ।

Fire breaks out
ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।

Puri Blast
ପୁରୀ ବାଣ ବିସ୍ଫୋରଣ ଘଟଣା; ଚିକିତ୍ସାଧୀନ ଆଉ ୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ୬କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Firecracker explosion
ପୁରୀରେ ବାଣ ଟ୍ରାଜେଡି: ଦାୟୀ କିଏ ?

ମହାପ୍ରଭୁଙ୍କ ଚାପଖେଳ ବେଳେ ବାଣ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଘର୍ଷ କରୁଛନ୍ତି ଅନେକ । ବାଣଫୁଟା ପାଇଁ କିଏ ଦେଇଥିଲା ଅନୁମତି ?

Firecracker explosion
ଚାପଖେଳ ବେଳେ ବାଣ ବିସ୍ଫୋରଣ; ଫୁଟାଇବା ପାଇଁ କିଏ ଦେଇଥିଲା ଅନୁମତି ?

ମହାପ୍ରଭୁଙ୍କ ଚାପଖେଳ ବେଳେ ବାଣ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଘର୍ଷ କରୁଛନ୍ତି ଅନେକ । ବାଣଫୁଟା ପାଇଁ କିଏ ଦେଇଥିଲା ଅନୁମତି ?

Bus Accident
ଘାଟିରୁ ୧୫୦ ଫୁଟ୍‌ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୨୧ ମୃତ

ଜମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ac blast
ଏସି ବ୍ଲାଷ୍ଟ ହୋଇ ଫ୍ଲାଟ୍‌ରେ ଭୟାବହ ଅଗ୍ନିକାଣ୍ଡ: ଆପଣଙ୍କ ପାଇଁ କିଛି ଟିପ୍ସ, ଜାଣନ୍ତୁ କେମିତି ଲାଗିବ ନାହିଁ ନିଆଁ....

ନୋଏଡାର ଏକ ସୋସାଇଟିରେ ଏସି ବ୍ଲାଷ୍ଟ ହୋଇ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁ କାରଣରୁ ଅନେକ ଫ୍ଲାଟରେ ନିଆଁ ଲାଗିଯାଇଥିଲା ।

Chapa khela
ଚାପ ଖେଳ ବେଳେ ବାଣ ବିସ୍ଫୋରଣ; ଚାଲିଗଲା ୩ଜୀବନ

ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି। କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା।

fire-crackers
ପୁରୀରେ ଚାପ ଖେଳ ବେଳେ ଅଘଟଣ; ବାଣ ଫୁଟି ଜଣେ ମୃତ, ୩୦ରୁ ଅଧିକ ଆହତ

ଗତକାଲି ରାତିରେ ମହାପ୍ରଭୁଙ୍କର ଚାପ ଖେଳ ଚାଲିଥିଲା। ହଠାତ୍ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ପଟେ ବାଣ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

fire
ପାର୍କିଂରେ ଛିଡ଼ା ହୋଇଥିଲା ସବୁ କାର, ଅଚାନକ ଜଳିଗଲା..!

ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୯ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ପରିଶ୍ରମ ପରେ ନିଆଁ ଲିଭିଥିଲା ।

 Rajkot game zone fire
ଲିଭିନି ମେହେନ୍ଦି ଲିଭିଗଲା ଜୀବନ ଦୀପ

ବାହାଘରକୁ ହୋଇଥିଲା ମାତ୍ର 10 ଦିନ। ହାତରୁ ମେହେନ୍ଦି ବି ଲିଭିନି। କାଳ ନିଆଁ ଜାଳି ପୋଡି ଛାରଖାର କରିଦେଲା, ଉଚ୍ଛନ୍ନ କରିଦେଲା ପରିବାର। ସାଂସାରିକ ଜୀବନ ଆରମ୍ଭ ପୂର୍ବରୁ ସରିଗଲା ସବୁକିଛି। ମନ୍ୟୁଷକୃତ ଏକ ଭୟାବହ ଅଗ୍ନିକାଣ୍ଡରେ ଆଖି ବୁଜିଲେ ନବ ବିବାହିତ ଦମ୍ପତି ।

Stone Quarry Collapse
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି..ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ

ମିଜୋରାମରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥରେ ୬ ରେ ମଧ୍ୟ ଭୂସ୍ଖଳନ ହେବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି।

Porsche Case
ପୁଣେ ହିଟ୍ ଆଣ୍ଡ ରନ୍ ମାମଲା: ରକ୍ତ ନମୂନା ହେରଫେର କରିଥିଲେ ଡାକ୍ତର

ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଡାକ୍ତରଙ୍କ ଚଞ୍ଚକତା ନେଇ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳର ରକ୍ତ ନମୂନା ପରୀକ୍ଷା ବେଳେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି ।

CCTV Footage
ଗେମିଂ ଜୋନ୍ ଫାୟାର୍; ୱେଲ୍ଡିଂରୁ ଲାଗିଲା ନିଆଁ, ଘଟିଗଲା ଏତେ ବଡ଼ ଅଘଟଣ

ସିସିଟିଭି ଫୁଟେଜରୁ ସାମନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡର କାରଣ । ଏକ୍ସଟେନସନ ଏରିଆରେ ବିଲଡିଂ କାରଣରୁ ନିଆଁ ଲାଗିଥିବା ସୂଚନା ।

Pregnant lady died
ଗାଁକୁ ଆସିପାରିଲାନି ଆମ୍ୱୁଲାନ୍ସ; ଖଟିଆରେ ଛୁଆକୁ ଜନ୍ମଦେଇ ଆଖିବୁଜିଲା ମା'

ରାସ୍ତାରେ ନବଜାତକକୁ ଜନ୍ମ ଦେଇଥିଲେ ସବିତା । ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ମାଆ ଏବଂ ଛୁଆକୁ ଭର୍ତ୍ତି କରାଯାଇଥିବା ବେଳେ ସବିତାଙ୍କ ମୃତ୍ୟୁ ହୋଇଥିଲା।

Rajkot Gaming Zone Fire
ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ; ଆରମ୍ଭ ହେଲା SIT ତଦନ୍ତ

ଗୁଜରାଟ ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ପରେ ଆରମ୍ଭ ହୋଇଛି SIT ତଦନ୍ତ। ନିଆଁ କେମିତି ଲାଗିଲା? ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ଏସମସ୍ତ ଘଟଣାର ଅନୁଧ୍ୟାନ କରିବାକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଅଗ୍ନିକାଣ୍ଡରେ ଏବେ ଯାଏଁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୧୨ ଜଣ ଶିଶୁ ଥିବା କୁହାଯାଉଛି। ଆହୁରି କିଛି ଜଣେ ଗୁରତର ଆହତ ହୋଇଛନ୍ତି। ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।

Huge Fire At Delhi Childrens Hospital
ଦିଲ୍ଲୀରେ ବଡ଼ ଅଘଟଣ: ଶିଶୁ ମେଡିକାଲରେ ନିଆଁ, ୭ ଶିଶୁ ମୃତ...

ଦିଲ୍ଲୀରେ ଘଟିଛି ଆଉ ଏକ ଅଘଟଣ। ଇଷ୍ଟ ଦିଲ୍ଲୀ ବିବେକ ବିହାରରେ ଥିବା ଏକ ଶିଶୁ ମେଡିକାଲରେ ନିଆଁ ଲାଗି ଏତେ ବଡ଼ ଅଘଟଣ ଘଟିଛି। ଗତକାଲି ମଧ୍ୟରାତିରେ ମେଡିକାଲରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ଅଗ୍ନିଶମବାହିନୀ ପହଞ୍ଚି ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

Huge Fire At Delhi Children's Hospital
ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୭ନବଜାତ ଜୀବନ୍ତ ଦଗ୍ଧ

ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।

Polling party bus hits truck
ଟ୍ରକକୁ ଧକ୍କା ଦେଲା ପୋଲିଂ ପାର୍ଟି ବସ୍‌; ୫ଆହତ ଡାକ୍ତରଖାନାରେ ଭର୍ତ୍ତି

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।