Advertisment

ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା; ୯ଯାତ୍ରୀ ଆହତ

ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା। ଭୀଷଣ ଦଳାଚକଟାରେ ଆହତ ହେଲେ ୯ ଯାତ୍ରୀ, ୨ ଜଣ ଗୁରୁତର। ଉତ୍ତରପ୍ରଦେଶ ଗୋରଖପୁର ଅଭିମୁଖେ ଯାଉଥିବା ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସରେ ଚଢ଼ିବା ବେଳେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
Stampede

Stampede

ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା। ଭୀଷଣ ଦଳାଚକଟାରେ ଆହତ ହେଲେ ୯ ଯାତ୍ରୀ, ୨ ଜଣ ଗୁରୁତର। ଉତ୍ତରପ୍ରଦେଶ ଗୋରଖପୁର ଅଭିମୁଖେ ଯାଉଥିବା ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସରେ ଚଢ଼ିବା ବେଳେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା । ଆଜି ଭୋର୍ ପ୍ରାୟ ୬ ଟାବେଳେ ଏହି ଅଘଟଣ ଘଟିଛି।

Advertisment

ବାନ୍ଦ୍ରା ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ଠେଲାପେଲା ଓ ଦଳାଚକଟା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଆହତ ଯାତ୍ରୀଙ୍କୁ RPF ଯବାନ ମାନେ କାନ୍ଧରେ ଓ ଷ୍ଟ୍ରେଚରରେ ସୁରକ୍ଷିତ ସ୍ଥାନକୁ ବୋହିନେଇଥିଲେ । ପରେ ସେମାନଙ୍କୁ ଭାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନେ ଶବବୀର ଅବଦୁଲ ରେହମାନ, ପରମେଶ୍ୱର ସୁଖଦାର ଗୁପ୍ତା, ରବିନ୍ଦ୍ର ହରିହର ଚୁମା, ରବିନ୍ଦ୍ର ପ୍ରସାଦ ପ୍ରଜାପତି, ସଞ୍ଜୟ ତିଲକ୍ରମ କାଙ୍ଗେ, ଦିବ୍ୟଶୂ ଯାଦବ , ମହମ୍ମଦ ସରିଫ ଶେଖ ।

Advertisment

ଇନ୍ଦରଜିତ୍ ସାହନି ଏବଂ ନୁର ମହମ୍ମଦ ଶେଖଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୀପାବଳି ଭିଡ଼ ଯୋଗୁଁ ଏଭଳି ଦଳାଚକଟା ସ୍ଥିତି ଉପୁଜିଥିବା କହିଛି ବ୍ରିହନମୁମ୍ବାଇ ମହାନଗର ନିଗମ। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି।

Train Stampede
Advertisment
Advertisment