/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729659370.jpg)
oxygen-cylinder-blast
ଉତ୍ତରପ୍ରଦେଶର ଲକ୍ଷ୍ନୌର ବୁଲନ୍ଦ ସହରରେ ବଡ ଅଘଟଣ। ଅକ୍ସିଜେନ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ଓ ଜଣେ ଶିଶୁ ରହିଛନ୍ତି । ବୁଲନ୍ଦ ସହରର ସିକନ୍ଦରାବାଦ ଥାନା ଆଶାପୁରୀ କଲୋନୀର ଏକ ଘରେ ଏହି ବିସ୍ଫୋରଣ ହୋଇଛି । ଘରେ ରଖାଯାଇଥିବା ଅକ୍ସିଜେନ୍ ସିଲିଣ୍ଡର ଫାଟିଯିବା ଫଳରେ ଦୁଇ ମହଲା କୋଠା ଭୁସୁଡି ଯିବା ସହ ୫୦୦ମିଟର ଯାଏ କମ୍ପନ ଅନୁଭୂତ ହୋଇଥିଲା ।
ସୂଚନାନୁସାରେ, ସୋମବାର ରାତିରେ ସିକନ୍ଦରାବାଦ ପୋଲିସ ଷ୍ଟେସନ ପରିସରରେ ଗୁଲାଭାଟୀ ରୋଡରେ ଥିବା ଆଶାପୁରୀ କଲୋନୀରେ ଏକ ଘରେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ରାତି ପ୍ରାୟ ସାଢେ ୮ଟାରୁ ରାତି ୯ ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ବିସ୍ଫୋରଣ ହୋଇଥିବା ଘରେ ରିୟାଜୁଦ୍ଦିନଙ୍କ ପରିବାର ର ୧୮ଜଣ ସଦସ୍ୟ ରହୁଥିଲେ। ଏଥିରେ ଜଣେ ଗର୍ଭବତୀ ମହିଳା ଓ ଶିଶୁଙ୍କ ସମେତ ମୋଟ୍ ୬ଜଣଙ୍କ ଜୀବନ ଯାଇଛି।
ମୃତକମାନେ ହେଲେ ମହମ୍ମଦ ରିୟାଜୁଦ୍ଦିନ, ତାଙ୍କ ପତ୍ନୀ ରୁକସାନା, ସେମାନଙ୍କର ଦୁଇ ପୁଅ ଆସ୍ ମହମ୍ମଦ ଏବଂ ସଲମାନ, ଝିଅ ତମନ୍ନା, ଓ ତାଙ୍କ ୩ ବର୍ଷର ଝିଅ ହିଫଜା । ରିୟାଜୁଦ୍ଦିନଙ୍କ ଅନ୍ୟ ଦୁଇ ପୁଅ ଶାହାରୁଖ ଏବଂ ସିରାଜ ଗୁରୁତର ହୋଇଥିବା ବେଳେ ଶାହାରୁଖଙ୍କୁ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦାଦ୍ରିରେ ରହୁଥିବା ତମନ୍ନାଙ୍କ ସ୍ୱାମୀ ମହମ୍ମଦ ରିଜୱାନ୍ କହିଛନ୍ତି: ସେ ନଅ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କ ଅସୁସ୍ଥ ମା'ଙ୍କୁ ଭେଟିବାକୁ ଆସିଥିଲେ।
ସ୍ଥାନୀୟ ବାସିନ୍ଦା ମହମ୍ମଦ ଅଦନନ୍ କହିଛନ୍ତି: ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୫୦୦ମିଟର ଦୂରରେ ଥିବା ଘର କମ୍ପି ଯାଇଥିଲା। ଆମେ ଘଟଣାସ୍ଥଳରେ ପହଞ୍ଚିବା ପରେ ଘର ମାଟିରେ ମିଶିଯାଇଥିଲା। ପୋଲିସ ଏବଂ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ପରେ ମୃତଦେହ ମିଳିଥିଲା। ଡିଏମ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସିଏମ କହିଛନ୍ତି। ସେ କହିଛନ୍ତି, ଘରର କେଉଁ ସିଲିଣ୍ଡରରେ ବିସ୍ଫୋରଣ କାହିଁକି ଓ କିପରି ଘଟିଲା ଅନୁସନ୍ଧାନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)