ନଦୀରେ ବୁଡ଼ି ଯାଉଥିଲେ ଉଦ୍ଧାର କରିବ ଓଡ଼ିଆ ଡ୍ରୋନ୍। ବନ୍ୟାରେ ଭାସିଯାଉଥିଲେ ଉଦ୍ଧାର କରିବ । କେବେଳ ସେତିକି ନୁହେଁ ଦୁର୍ଗମ ହିମାଳୟରେ ବି ସେନାକୁ ସହାୟତା କରୁଛି ଏହି ଉନ୍ନତ ଡ୍ରୋନ୍।
ବିଶ୍ୱର ପ୍ରସିଦ୍ଧ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଚଳାଉଥିବା କମ୍ପାନୀ ମେଟାର ସମସ୍ୟା ପୁଣି ଥରେ ବଢିପାରେ। ସୋମବାର ଦିନ ମେଟା ୟୁରୋପୀୟ ୟୁନିଅନ ନିୟାମକର ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍ବୁକ୍ର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।
ସାମସଙ୍ଗଠୁ ଆରମ୍ଭ କରି ଆପଲ ଫୋନ୍ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ଦାମୀ ମୋବାଇଲରେ ବି ଆଉ କାମ କରିବନି ହ୍ୱାଟ୍ସଆପ୍। ତେବେ କେଉଁ କେଉଁ ମୋବାଇଲରେ ହ୍ୱାଟ୍ସଆପ୍ କାମ କରିବନି ସେନେଇ କମ୍ପାନୀ ପକ୍ଷରୁ ତାଲିକା ପ୍ରକାଶ ପାଇଛି।
ବର୍ତ୍ତମାନ ଗୋଟିଏ ଆଇଡିରେ ଅତି ବେଶିରେ ୯ ଟି ସିମ୍ କାର୍ଡ ନିଆଯାଇପାରିବ | ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୬ଟି ସିମ୍ ନିଆଯାଇପାରିବ ।
ଏଣ୍ଟେରୋବ୍ୟାକ୍ଟର ବଗାଣ୍ଡେନସିସ୍ ନାମକ ଏହି ବ୍ୟାକ୍ଟେରିଆ ଉପରେ ଅନେକ ଆଣ୍ଟିବାୟୋଟିକ ପ୍ରଭାବ ଦେଖାଉନଥିବାରୁ, ଏହାକୁ ସୁପରବଗ୍ ବୋଲି କୁହାଯାଉଛି। ଶ୍ବାସତନ୍ତ୍ରକୁ ସଂକ୍ରମିତ କରୁଥିବା ଏହି ବ୍ୟାକ୍ଟେରିଆ ସ୍ପେଶ ଷ୍ଟେସନର ଆବଦ୍ଧ ପରିବେଶରେ ଆହୁରି ଶକ୍ତିଶାଳୀ ହୋଇଥିବା ସୂଚନା ମିଳିଛି।
ବୟସ ମାତ୍ର ୨୬, କଲେଜର ମାଟି ମାଡି ନାହାନ୍ତି କିନ୍ତୁ ସେ ଆଜି କୋଟିପତି। କମ୍ ବୟସରେ ବଡ଼ ସଫଳତା। ସେ ଯାହା କେବେ କଳ୍ପନା କରିନଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି। ଆପଣଙ୍କୁ ଏପରି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ ଅଧିକ ପଢିନାହାନ୍ତି ସତ କିନ୍ତୁ ନିଜ ଦକ୍ଷତା ଦ୍ୱାରା ସେ ଆଜି କୋଟିପତି ହୋଇଛନ୍ତି ।
ଏହି ଯାନ ପୃଥିବୀଠାରୁ ଅନେକ ଦୂରରେ ଥିବା ସ୍ଥାନରୁ ମାଟି ଓ ପଥର ସଂଗ୍ରହ କରି ଏହାକୁ ପୃଥିବୀକୁ ଆଣିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏପରି ସ୍ଥାନରୁ ପୂର୍ବରୁ ନମୂନା ସଂଗ୍ରହ କରାଯାଇନି। ଏହା ଗବେଷଣା କ୍ଷେତ୍ରରେ ସହାୟକ ହେବ।
କାର୍ ଚଳେଇବା ବେଳେ ବ୍ରେକ୍ ଫେଲ୍ ହେବା ଅସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଚାଳକ ବିଚଳିତ ହୋଇଯାଆନ୍ତି। କ’ଣ କରିବେ, କ’ଣ ନ କରିବେ କିଛି ବୁଦ୍ଧି ବାଟ ଦିଶେନି। ଯଦି ଆପଣ କେବେ ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ବିଚଳିତ ହେବା ଦରକାର ନାହିଁ। ଏଭଳି ସମୟରେ କ’ଣ କରିବା ଦରକାର ସେ ବିଷୟରେ ଆସନ୍ତୁ ଜାଣିନେବା।
ଆମେ ଯଦି ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍କୁ ଭୁଲ୍ ଚାର୍ଜ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବିବେ ଥଟ୍ଟା କରୁଛନ୍ତି। ଆପଣ କହିବେ ‘ମୁଁ ଏତେ ବର୍ଷ ଧରି ମୋବାଇଲ୍ ବ୍ୟବହାର କରୁଛି ଏବଂ ଆପଣ ମୋତେ କହିବେ ଫୋନ୍ କିପରି ଚାର୍ଜ କରିଯାଏ? ତେବେ ସମସ୍ୟା ଏପରି ଯେ ଅଧିକାଂଶ ଲୋକ ଏହା ବିଷୟରେ ଅବଗତ ନୁହଁନ୍ତି।
ଅଦରକାରୀ ବାଇକର ପାର୍ଟସ ଓ ଲୁହା ରଡରେ ତିଆରି ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଷ୍ଟାଚ୍ୟୁ। ତା' ସହ ସିଟ ମେଟାଲରେ ଝଲସୁଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଦ୍ଧା ମୂର୍ତ୍ତି। ବେଷ୍ଟ ଫ୍ରମ ୱେଷ୍ଟ ମିଶନରେ ଏଭଳି କମାଲ କରିଛନ୍ତି ଢେଙ୍କାନାଳ ସରକାରୀ ଆଇଟିଆଇର ଛାତ୍ର।
୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ରୁ ଜୁଲାଇ ୩ ଯାଏଁ ଚାଲିବାକୁ ଥିବା ବେଳେ, ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଅଗଷ୍ଟ ୯ ଯାଏଁ ଚାଲିପାରେ ।
ମାଉଣ୍ଟ ଏଭରେଷ୍ଟର ୫କିଲୋମିଟରରୁ ଅଧିକ ଉଚ୍ଚରେ ଡେଲିଭରି କରାଯାଇଛି। ଯେଉଁଥିରେ ସିଜେଆଇ ଫ୍ଲାଇକାର୍ଟ-୩୦ ଡ୍ରୋନ୍ ଏଭରେଷ୍ଟର ବେସ୍ କ୍ୟାମ୍ପରୁ ୩ଟି ଅକ୍ସିଜେନ୍ ସିଲିଣ୍ଡର ସପ୍ଲାଏ କରିଛି।
ବେଳେବେଳେ ଫିଙ୍ଗର ପ୍ରିଣ୍ଟ ସେନ୍ସରଗୁଡ଼ିକ ପୂର୍ବପରି କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଅନେକ ସମସ୍ୟା ଉପୁଜେ। ଆଜି ଆମେ ଆପଣଙ୍କୁ ପାଞ୍ଚଟି ଟିପ୍ସ ବିଷୟରେ କହୁଛୁ ଯାହା ସାହାଯ୍ୟରେ ଆପଣ ଘରେ ଫିଙ୍ଗର ପ୍ରିଣ୍ଟ ସ୍କାନରକୁ ଠିକ୍ କରିପାରିବେ।
ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା ।
ଦେଶରେ ଚାଲିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ । ନିକଟରେ ଦିଲ୍ଲୀରେ ତାପମାତ୍ରା ୫୩ ଡିଗ୍ରୀ ଛୁଇଁଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷୁଛି ନିଆଁ । ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ସ ଫାଟିବାର ମଧ୍ୟ ଖବର ଆସୁଛି ।
X-କ୍ଲାସ୍ ସୌରଝଡ଼ ସବୁଠୁ ଅଧିକ ଶକ୍ତିଶାଳୀ। ଯାହାକୁ ନାସା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ବିଶାଳ ବିସ୍ଫୋରଣ ରୂପରେ ବର୍ଣ୍ଣନା କରିଛି, ଯାହାକି ଆଲୋକ ଓ ଉଚ୍ଚ ଗତି ସଂପନ୍ନ କଣିକାଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇଥାଏ। ପୃଥିବୀରେ ପୂର୍ବରୁ ସୌରଝଡ଼ କାରଣରୁ ସର୍ଟୱେବ୍ ରେଡିଓରେ ବାଧା ସୃଷ୍ଟି ହୋଇଥିଲା।
ନୋଏଡାର ଏକ ସୋସାଇଟିରେ ଏସି ବ୍ଲାଷ୍ଟ ହୋଇ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁ କାରଣରୁ ଅନେକ ଫ୍ଲାଟରେ ନିଆଁ ଲାଗିଯାଇଥିଲା ।
ରକେଟ ଉତକ୍ଷେପଣ ପାଇଁ ୪ ଥର ପ୍ରୟାସ କରାଯାଇଥିଲେ ବି ବୈଷୟିକ ତ୍ରୁଟିକୁ ନେଇ ସ୍ଥଗିତ ରଖାଯାଇଥିଲା । ତେବେ ପଞ୍ଚମ ଥର ଉତକ୍ଷେପଣ ସଫଳ ହୋଇଥିବା ସଂପୃକ୍ତ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୂଳ କସମସ ପକ୍ଷରୁ ସୂଚନା ଦିଆଯାଇଛି ।
ସୁପରକାପାସିଟର ପରି ଅଧିକ ଦକ୍ଷ ଶକ୍ତି ସଂରକ୍ଷଣ ଉପକରଣର ବିକାଶ ହୋଇପାରେ ବୋଲି ଅଙ୍କୁର ଗୁପ୍ତା କହିଛନ୍ତି। ଫୋନ
ଦେଶର ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର। ୬ ଲକ୍ଷରୁ ଅଧିକ ମୋବାଇଲ୍ ନମ୍ବର ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଟେଲିକମ୍ ବିଭାଗ ଟେଲିକମ୍ କମ୍ପାନୀଗୁଡିକୁ ଏକ ତାଲିକା ଦେଇଛି ଏବଂ ଏଥିରେ ପ୍ରାୟ ୬ ଲକ୍ଷ ୮୦ ହଜାର ମୋବାଇଲ୍ ସଂଯୋଗକୁ ପୁନ-ଯାଞ୍ଚ କରିବାକୁ କହିଛି।
ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ କେବେ ଭାବିଛନ୍ତି କି, ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି ହେବ ।
ଆପଣ UPI ମାଧ୍ୟମରେ ୧ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ଏହା ଇଣ୍ଟରନେଟ୍ ଆବଶ୍ୟକ କରେ। କିନ୍ତୁ ଆପଣ ଜାଣନ୍ତି କି ଇଣ୍ଟରନେଟ୍ ବିନା ଆପଣ ମଧ୍ୟ UPI ପେମେଣ୍ଟ୍ କରିପାରିବେ। ତେବେ ଆସନ୍ତୁ ବିନା ଇଣ୍ଟରନେଟ୍ରେ କିପରି ଏହା ସମ୍ଭବ ହୋଇପାରିବ ସେ ପଦ୍ଧତିଗୁଡିକ ଜାଣିବା।
ସବୁବେଳେ ସୁନ୍ଦର ଓ ଯୁବକ ଦେଖାଯିବା ପାଇଁ କିଏ ବା ନଚାହେଁ । କିପରି ବାର୍ଦ୍ଧକ୍ୟ ନଆସିବ, ଏହା ବୈଜ୍ଞାନିକଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଏହାକୁ ନେଇ ନିକଟରେ ଏକ ଅଦ୍ଭୁତ ପ୍ରୟାସ କରାଯାଇଛି ।
ବାସ୍ତବରେ ଜିଓଫ୍ରେ ହିଣ୍ଟନ୍ କହିଛନ୍ତି ଯେ ବିଗତ କିଛି ଦିନ ହେବ ସେ ବହୁତ ଚିନ୍ତିତ ଅଛନ୍ତି କାରଣ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଅନେକ ଚାକିରି ଛଡାଇ ନେଇଛି ।
ଯଦି କୌଣସି କାରଣରୁ ମୋବାଇଲ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ଏହା ଏକ ବଡ ସମସ୍ୟା ହୋଇଯାଏ। ବ୍ୟକ୍ତି ଜଣକ ଚିନ୍ତାରେ ପଡିଯାଏ। ଏବେ IMEI ସହାୟତାରେ, ଏକ ଚୋରି ହୋଇଥିବା ଫୋନକୁ ମଧ୍ୟ ଖୋଜି ବାହାର କରାଯାଇପାରିବ ଏବଂ ଆପଣଙ୍କ ପାଖରେ ଥିବା ଫୋନଟି ଅସଲି କି ନକଲି ତାହା ମଧ୍ୟ ଜାଣିହେବ।