Advertisment

‘୫ ବର୍ଷରେ ପ୍ରସ୍ତୁତ ହେବେ ୫ ହଜାର ସାଇବର କମାଣ୍ଡୋ, କରିବେ ଫ୍ରଡ୍‌ର ମୁକାବିଲା’

ସାଇବର ସୁରକ୍ଷା ବିନା କୌଣସି ଦେଶର ବିକାଶ ଅସମ୍ଭବ । ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସାଇବର୍ ଫ୍ରଡ୍‌କୁ ନେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Home Minister

Home Minister

ସାଇବର୍ ଫ୍ରଡ୍‌କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ । ସାଇବର ସୁରକ୍ଷା ବିନା କୌଣସି ଦେଶର ବିକାଶ ଅସମ୍ଭବ । ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।  ସାଇବର୍ ଫ୍ରଡ୍‌ର ମୁକାବିଲା କରିବେ ‘ସାଇବର୍ କମାଣ୍ଡୋ’ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ର ପ୍ରଥମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବା ସହିତ ସାଇବର ଅପରାଧ ରୋକିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏଭଳି କହିଛନ୍ତି । 

Advertisment

ଗୃହମନ୍ତ୍ରୀ ସାଇବର ଠକେଇ ପ୍ରଶମନ କେନ୍ଦ୍ର (ସିଏଫ୍ଏମସି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ସମନ୍ଵୟ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶାହ 'ସାଇବର କମାଣ୍ଡୋ' କାର୍ଯ୍ୟକ୍ରମ ଓ ସନ୍ଦିଗ୍ଧ ରେଜିଷ୍ଟ୍ରିକୁ ମଧ୍ୟ ଉଦଘାଟନ କରିଥିଲେ । 

ସେ କହିଥିଲେ ଯେ, ପ୍ରଯୁକ୍ତି ମାନବ ଜୀବନ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଥାଏ । ଆଜି ସମସ୍ତ ନୂତନ ପଦକ୍ଷେପରେ ଆଧୁନିକ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର କରାଯାଉଛି । ପ୍ରଯୁକ୍ତିର ଅତ୍ୟଧିକ ବ୍ୟବହାର ମଧ୍ୟ ଅନେକ ବିପଦ ସୃଷ୍ଟି କରୁଛି । ସେଥିପାଇଁ ସାଇବର ସୁରକ୍ଷା କେବଳ ଡିଜିଟାଲ ଦୁନିଆରେ ସୀମିତ ନାହିଁ ବରଂ ଜାତୀୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହେଉଛି । ଭାରତ ଭଳି ଏକ ବିଶାଳ ଦେଶରେ ପ୍ରତ୍ୟେକ ରାଜ୍ୟ ପାଇଁ ଏକ ପୃଥକ ସାଇବର ସନ୍ଦିଗ୍ଧ ରେଜିଷ୍ଟ୍ରି ରହିବା କୌଣସି ଉଦ୍ଦେଶ୍ୟ ପୂରଣ କରିବ ନାହିଁ, କାରଣ ରାଜ୍ୟମାନଙ୍କର ନିଜସ୍ୱ ସୀମା ଅଛି କିନ୍ତୁ ସାଇବର ଅପରାଧୀଙ୍କର କୌଣସି ସୀମା ନାହିଁ ।

Advertisment

ସେ କହିଛନ୍ତି ଯେ ଜାତୀୟ ସ୍ତରରେ ସନ୍ଦିଗ୍ଧ ରେଜିଷ୍ଟ୍ରି ଗଠନ କରିବା ଏବଂ ସାଇବର ଅପରାଧର ମୁକାବିଲା ପାଇଁ ଏକ ସାଧାରଣ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ରାଜ୍ୟଗୁଡ଼ିକୁ ଏହା ସହିତ ଯୋଡ଼ିବା ସମୟର ଆବଶ୍ୟକତା । ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାରେ ଆମକୁ ବହୁତ ସାହାଯ୍ୟ କରିବ । ଶାହ କହିଛନ୍ତି ଯେ ସାଇବର କମାଣ୍ଡୋ କାର୍ଯ୍ୟକ୍ରମ ଅଧୀନରେ ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।

'ସାଇବର କମାଣ୍ଡୋ' କାର୍ଯ୍ୟକ୍ରମ କଣ ? 

ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶରେ ସାଇବର ସୁରକ୍ଷା କ୍ଷେତ୍ରର ବିପଦର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପୋଲିସ ସଂଗଠନ (ସିପିଓ)ରେ ପ୍ରଶିକ୍ଷିତ ‘ସାଇବର କମାଣ୍ଡୋ’ଙ୍କ ଏକ ସ୍ୱତନ୍ତ୍ର ଶାଖା ପ୍ରତିଷ୍ଠା କରାଯିବ । ତାଲିମପ୍ରାପ୍ତ ସାଇବର କମାଣ୍ଡୋମାନେ ଡିଜିଟାଲ ସ୍ପେସ୍‌କୁ ସୁରକ୍ଷିତ କରିବାରେ ରାଜ୍ୟ , କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସାହାଯ୍ୟ କରିବେ ।

Amit Shah Cyber Crime Cybersecurity Cybersecurity In India
Advertisment
Advertisment