Advertisment

ଝିଅ ମୁଣ୍ଡରେ CCTV ଲଗାଇଦେଲେ ବାପା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝିଅ ଉପରେ ନଜର ରଖିବାକୁ ଜଣେ ବାପାର ଅଜବ ଯୋଜନା । କୁଆଡ଼େ ଯାଉଛନ୍ତି, କଣ କରୁଛନ୍ତି ଟ୍ରାକ୍ କରିବାକୁ ମୁଣ୍ଡରେ ଲଗାଇଦେଲେ CCTV କ୍ୟାମେରା ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Man installs CCTV camera on daughter's head

Man installs CCTV camera on daughter's head

ନିଜ ସନ୍ତାନଙ୍କ ପ୍ରତି ପିତାମାତାଙ୍କ ସ୍ନେହ ସଂସାରର ସବୁଠୁ ଦାମୀ ସାମଗ୍ରୀ ଠାରୁ ଅଧିକ ଅମୂଲ୍ୟ । ସବୁ ପିତାମାତା ଚାହାନ୍ତି ତାଙ୍କର ଝିଅ କିମ୍ବା ପୁଅ ସୁରକ୍ଷିତ ରୁହନ୍ତୁ । ଘରୁ ଗୋଡ଼ କାଢ଼ି ଯୁଆଡ଼େ ବି ଯାଆନ୍ତୁ ସୁରକ୍ଷିତ ଘରକୁ ଫେରନ୍ତୁ । ସନ୍ତାନଙ୍କ ଚିନ୍ତା ସର୍ବଦା ପିତାମାତାଙ୍କର ରହିଥାଏ । ତେବେ ନିଜ ଝିଅର ସୁରକ୍ଷା ପାଇଁ ଜଣେ ପାକିସ୍ତାନୀ ପିତା ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

Advertisment

ଝିଅ ମୁଣ୍ଡରେ ସିସିଟିଭି ଲଗାଇଛନ୍ତି ଜଣେ ବାପା । ଜଣେ ଝିଅଙ୍କ ମୁଣ୍ଡରେ ସିସିଟିଭି ଲାଗିଛି ଓ ସେ ସାକ୍ଷାତକାର ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାକ୍ଷାତକାରରେ ଝିଅଟି ମଧ୍ୟ ସ୍ପଷ୍ଟ କରୁଛନ୍ତି ଯେ କାହିଁକି ତାଙ୍କର ମୁଣ୍ଡରେ ବାପା ସିସଟିଭା ଲଗାଇଛନ୍ତି । ତେବେ ଝିଅକୁ ଟ୍ରାକ୍ କରିବା ଓ ସୁରକ୍ଷିତ ରଖିବା ପାଇଁ ତାଙ୍କର ବାପା ଏମିତି ଯୋଜନା କରିଥିବା କୁହାଯାଉଛି ।  ଏହି ଭିଡିଓକୁ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି 'ନେକ୍ସଟ ଲେଭେଲ୍ ସିକ୍ୟୁରିଟି' ।

ସାକ୍ଷାତକାରରେ ମହିଳାଙ୍କ ବାବଦରେ କୌଣସି ସୂଚନା ନଥିବାବେଳେ ସେ କହିଛନ୍ତି ଯେ ତାଙ୍କର ବାପା ସେ କୁଆଡ଼େ ଯାଉଛନ୍ତି, କଣ କରୁଛନ୍ତି ସବୁ ନଜର ରଖିବାକୁ ଏପରି କରିଛନ୍ତି । ମୁଣ୍ଡରେ ସିସିଟିଭି ଲଗାଇବାକୁ ବାପାଙ୍କୁ ବିରୋଧ କରିଥିଲେ କି ପ୍ରଶ୍ନର ସେ ମନା କରିଛନ୍ତି ।
ତେବେ ନିକଟରେ କରାଚୀରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ  ମନେପକାଇ ମହିଳା ଜଣଙ୍କ କହିଛନ୍ତି ବାପା ତାଙ୍କର ସିକ୍ୟୁରିଟି ଗାର୍ଡ । କ୍ୟାମେରା ସାହାଯ୍ୟରେ ତାଙ୍କୁ ଟ୍ରାକ କରିବେ ବାପା । କେହି ବି ସୁରକ୍ଷିତ ନୁହଁନ୍ତି, କରାଚୀ ଭଳି ଘଟଣା ତାଙ୍କ ସହିତ ବି ଘଟିପାରେ କହିଛନ୍ତି ମହିଳାଜଣଙ୍କ । 

Advertisment

ତେବେ ସବୁଠୁ ମଜାଦାର କଥା ହେଉଛି, ଏହି ସାକ୍ଷାତକାର ଭିଡିଓକୁ ଅନେକ ୟୁଜର୍ସ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଓ ଖୁସି ବ୍ୟକ୍ତ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଏତେ ପରିମାଣର ଡିଜିଟାଲ ବି ହେବାର ନଥିଲା । ସେହିପରି ଅନ୍ୟଜଣେ ଲେଖିଛନ୍ତି 'SheCTV camera' । ଆଉଜଣେ ୟୁଜର୍ସ ମଜାଦାର କମେଣ୍ଟ ସହ ଲେଖିଛନ୍ତି, 'ପଛପଟୁ ଆକ୍ରମଣ କଲେ ଜାଣିବା କଷ୍ଟକର ହେବ' ।

CCTV Camera
Advertisment
Advertisment