Advertisment

Technology: ଆଣ୍ଟିଭାଇରସ୍ ବ୍ୟବହାର କରିବା ଜରୁରୀ କି… ଜାଣନ୍ତୁ ଏହା ଦରକାର କି ନାହିଁ

ଆଣ୍ଟିଭାଇରସ୍ ବ୍ୟବହାର କରିବା ଆବଶ୍ୟକ କି ନୁହେଁ ତାହା ଆପଣଙ୍କ କମ୍ପ୍ୟୁଟର କିମ୍ବା ଡିଭାଇସ୍‌ର ବ୍ୟବହାର ଉପରେ ନିର୍ଭର କରେ। କେତେକ ପରିସ୍ଥିତିରେ ଆଣ୍ଟିଭାଇରସ୍ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ଅନ୍ୟ କେତେକ କ୍ଷେତ୍ରରେ ଏହା ଆବଶ୍ୟକ ହୋଇ ନପାରେ।

author-image
Pramod Behera
ଅଦ୍ୟତନ ହୋଇଛି
Should we use antivirus or not is it really necessary know details

Should we use antivirus or not is it really necessary know details

ଆଜିକାଲି ସର୍ବାଧିକ ବ୍ୟବହୃତ ୱିଣ୍ଡୋଜ୍ ସିଷ୍ଟମ ଡିଫେଣ୍ଡର ସହିତ ଆସୁଥିବାରୁ ଆଣ୍ଟିଭାଇରସର ବ୍ୟବହାର ହ୍ରାସ ପାଇଛି। କାରଣ, ଏଥିପାଇଁ ଲୋକମାନେ ଅନ୍ୟ କୌଣସି ଆଣ୍ଟିଭାଇରସର ଆବଶ୍ୟକତା ଅନୁଭବ କରୁ ନାହାନ୍ତି। ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଆଣ୍ଟିଭାଇରସ୍ ବ୍ୟବହାର କରନ୍ତି। ତେବେ ଆସନ୍ତୁ ଆଣ୍ଟିଭାଇରସ୍ ବ୍ୟବହାର କରିବା କେତେ ଠିକ୍ ତାହା ବୁଝିବାକୁ ଚେଷ୍ଟା କରିବା...

Advertisment

ଆଣ୍ଟିଭାଇରସ୍ ବ୍ୟବହାର କରିବା ଆବଶ୍ୟକ କି ନୁହେଁ ତାହା ଆପଣଙ୍କ କମ୍ପ୍ୟୁଟର କିମ୍ବା ଡିଭାଇସ୍‌ର ବ୍ୟବହାର ଉପରେ ନିର୍ଭର କରେ। କେତେକ ପରିସ୍ଥିତିରେ ଆଣ୍ଟିଭାଇରସ୍ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ଅନ୍ୟ କେତେକ କ୍ଷେତ୍ରରେ ଏହା ଆବଶ୍ୟକ ହୋଇ ନପାରେ।

ଆଣ୍ଟିଭାଇରସ୍ ବ୍ୟବହାର କରିବାର ଲାଭ:

  • ମାଲ’ୱେର୍ ଏବଂ ଭାଇରସ୍ ସୁରକ୍ଷା - ଆଣ୍ଟିଭାଇରସ୍ ସଫ୍ଟୱେର୍ ଆପଣଙ୍କ ସିଷ୍ଟମ୍‌କୁ ଭାଇରସ୍, ଟ୍ରୋଜାନ୍, ରେସମ୍‌ୱେୟାର ଏବଂ ଅନ୍ୟାନ୍ୟ ମାଲୱେୟାରରୁ ସୁରକ୍ଷିତ ରଖେ।
  • ସାଇବର୍‌ ଆକ୍ରମଣରୁ ସୁରକ୍ଷା - ଏହା ଆପଣଙ୍କୁ ଫିସିଂ ଆକ୍ରମଣ, ସ୍ପାଏୱେୟାର ଏବଂ କିଲ୍‌ଗର୍ ଭଳି ସାଇବର୍‌ ଆକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ।
  • ରିଅଲ୍ ଟାଇମ୍ ପ୍ରୋଟେକ୍ସନ୍ - ଆଣ୍ଟିଭାଇରସ୍ ସଫ୍ଟୱେର୍ ଆପଣଙ୍କୁ ୱେବ୍ ବ୍ରାଉଜିଙ୍ଗ୍, ଇମେଲ୍ ଆଟାଚ୍‌ମେଣ୍ଟ୍ ଏବଂ ଡାଉନଲୋଡ୍ ଫାଇଲ୍ ସହିତ ଜଡିତ ବିପଦରୁ ଠିକ୍ ଟାଇମରେ ସୁରକ୍ଷା ଯୋଗାଇଥାଏ।
  • ଡାଟା ସୁରକ୍ଷା - ଯଦି ଆପଣ ବ୍ୟାଙ୍କିଙ୍ଗ୍ ବିବରଣୀ କିମ୍ବା ବ୍ୟକ୍ତିଗତ ତଥ୍ୟ ପରି ସମ୍ବେଦନଶୀଳ ସୂଚନା ବ୍ୟବହାର କରନ୍ତି, ତେବେ ଏକ ଆଣ୍ଟିଭାଇରସ୍ ଆପଣଙ୍କ ତଥ୍ୟକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିଥାଏ।
Advertisment

ଆଣ୍ଟିଭାଇରସ୍ କେତେବେଳେ ଆବଶ୍ୟକ ହୁଏ ନାହିଁ:

  • ଅପରେଟିଂ ସିଷ୍ଟମ୍ ସୁରକ୍ଷା - Windows 10/11, MacOS, ଏବଂ Linux ପରି ଆଧୁନିକ ଅପରେଟିଂ ସିଷ୍ଟମ୍‌ରେ ବିଲ୍ଟ-ଇନ୍ ସୁରକ୍ଷା ଫିଚର ଥାଏ, ଯାହା ଆପଣଙ୍କୁ ଆଣ୍ଟିଭାଇରସ୍ ବିନା ମଧ୍ୟ ସୁରକ୍ଷା ଦେଇପାରେ।
  • ସନ୍ଦେହଜନକ ସାଇଟ୍‌ - ଯଦି ଆପଣ ସୁରକ୍ଷିତ ୱେବ୍‌ସାଇଟ୍ ବ୍ୟବହାର କରନ୍ତି, ଅଜଣା ଇମେଲ ଆଟାଚ୍‌ମେଣ୍ଟ୍ ଖୋଲନ୍ତି ନାହିଁ ଏବଂ କେବଳ ବିଶ୍ୱସ୍ତ ଉତ୍ସରୁ ସଫ୍ଟୱେର୍ ଡାଉନ୍‌ଲୋଡ୍ କରନ୍ତି, ତେବେ ଆପଣଙ୍କୁ ଆଣ୍ଟିଭାଇରସ୍ ଦରକାର ନାହିଁ, କିନ୍ତୁ ଯଦି ଆପଣ ସନ୍ଦେହଜନକ ସାଇଟ୍‌ ପରିଦର୍ଶନ କରନ୍ତି, ତେବେ ଆପଣ ଏକ ଆଣ୍ଟିଭାଇରସ୍ ବ୍ୟବହାର କରିବା ଉଚିତ।
  • ସିଷ୍ଟମ୍ ରିସୋର୍ସେସ୍ - କିଛି ଆଣ୍ଟିଭାଇରସ୍ ସଫ୍ଟୱେର୍ ଭାରୀ ଏବଂ ଆପଣଙ୍କ ସିଷ୍ଟମ୍‌କୁ ସ୍ଲୋ କରିପାରେ। ଯଦି ଆପଣଙ୍କର ସିଷ୍ଟମ୍ ପୁରୁଣା କିମ୍ବା ସୀମିତ ହାର୍ଡୱେର୍ ବାଲା ତେବେ ଏହା ଏକ ସମସ୍ୟା ହୋଇପାରେ।

ଯଦି ଆପଣ ନିୟମିତ ଭାବେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ଅଜ୍ଞାତ ଫାଇଲ କିମ୍ବା ୱେବ୍‌ସାଇଟ୍‌ର ସମ୍ପର୍କରେ ଆସୁଛନ୍ତି କିମ୍ବା ସମ୍ବେଦନଶୀଳ ତଥ୍ୟ ରଖୁଛନ୍ତି ସେ କ୍ଷେତ୍ରରେ ଆଣ୍ଟିଭାଇରସ୍ ସଫ୍ଟୱେର୍ ଜରୁରୀ। ଯଦି ଆପଣ ଡିଭାଇସ୍‌କୁ ଯଥେଷ୍ଟ ଯତ୍ନର ସହିତ ବ୍ୟବହାର କରନ୍ତି ଏବଂ କେବଳ ବିଶ୍ୱସ୍ତ ଉତ୍ସ ଉପରେ ବିଶ୍ୱାସ କରନ୍ତି, ତେବେ ଆପଣ ଏସବୁ କମ୍ ଆବଶ୍ୟକ କରିପାରନ୍ତି।

Tips And Trick
Advertisment
Advertisment