Advertisment

Maruti Suzuki Alto 800 New Version Launched: ମଧ୍ୟବିତ୍ତଙ୍କ ପାଇଁ ଆସିଲା Alto 800ର ନୂଆ ମଡେଲ: ମାଇଲେଜ୍ ଜାଣିଲେ ଆଉ କିଣିବେନି ଦୁଇ ଚକିଆ

ନୂଆ ଅଲ୍ଟୋ-୮୦୦ କାର୍ ୩୫ କିଲୋମିଟର ମାଇଲେଜ ପ୍ରଦାନ କରିବା ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଦୀର୍ଘ ବର୍ଷରୁ ଅଲ୍ଟୋ-୮୦୦ ଭାରତୀୟ ଅଟୋମୋବାଇଲ ବଜାରରେ ଏକ ପ୍ରିୟ ନାମ ହୋଇ ରହିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
ବାଇକ୍‌ ଖର୍ଚ୍ଚରେ ଚାଲିବ କାର୍‌ !

ବାଇକ୍‌ ଖର୍ଚ୍ଚରେ ଚାଲିବ କାର୍‌ !

ନୂଆ ଅଲ୍ଟୋ-୮୦୦ ଲଞ୍ଚ ସହିତ ମାରୁତି ସୁଜୁକି ପୁଣି ଥରେ ବଜେଟ ଅନୁକୂଳ କାର ସେଗମେଣ୍ଟରେ ନିଜର ନେତୃତ୍ୱ ଜାହିର କରିଛି । ଏହି ନୂଆ ସଂସ୍କରଣ ଆଧୁନିକ ଟେକ୍ନୋଲୋଜି, ଉନ୍ନତ ଇନ୍ଧନ ଦକ୍ଷତା ଓ ଶସ୍ତା ମୂଲ୍ୟ ନିର୍ଦ୍ଧାରଣ ଯୋଗୁ ଏକ ଆଦର୍ଶ ବିକଳ୍ପରେ ପରିଣତ ହୋଇଛି । ଯାହା ମଧ୍ୟବିତ୍ତ ପରିବାର, ପ୍ରଥମ ଥର କାର କ୍ରୟ କରୁଥିବା ପରିବାର ଓ ବଜେଟ ପ୍ରତି ସଚେତନ ପରିବାର ନିମନ୍ତେ ଉପଯୁକ୍ତ ବୋଲି କୁହାଯାଇପାରେ ।

Advertisment

ତେବେ ନୂଆ ଅଲ୍ଟୋ-୮୦୦, ୩୫ କିଲୋମିଟର ମାଇଲେଜ ପ୍ରଦାନ କରିବା ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଦୀର୍ଘ ବର୍ଷରୁ ଅଲ୍ଟୋ-୮୦୦ ଭାରତୀୟ ଅଟମୋବାଇଲ ବଜାରରେ ଏକ ପ୍ରିୟ ନାମ ହୋଇ ରହିଛି । ନୂଆ ଅପଡେଟ ସହିତ ଛୋଟ କାର ସେଗମେଣ୍ଟରେ ମାଇଲ ଖୁଣ୍ଟ ସ୍ଥାପନ କରିବା ଲକ୍ଷ୍ୟ ରଖିଛି ମାରୁତି ସୁଜୁକି । ତେବେ ଆସନ୍ତୁ ଜାଣିବା ଏହି କାରରେ କ'ଣ ବିଶେଷତା ରହିଛି...

ମଧ୍ୟବିତ୍ତ ପରିବାରର ସ୍ବପ୍ନ ପୂରଣ କରିବ : ଅଲ୍ଟୋ-୮୦୦ ନିଜର ବିଶ୍ୱସନୀୟତା, ସାମର୍ଥ୍ୟ ଓ କମ ରକ୍ଷଣାବେକ୍ଷଣ କାରଣରୁ ଭାରତୀୟ ଘରମାନଙ୍କରେ ଦୀର୍ଘ ସମୟରୁ ଲୋକପ୍ରିୟ । ନୂଆ ସଂସ୍କରଣରେ ମାରୁତି ସୁଜୁକି ଆଧୁନିକ ଫିଚର୍ସ, ଆକର୍ଷଣୀୟ ଡିଜାଇନ ଓ ଉନ୍ନତ ଇଞ୍ଜିନ ସଂଯୁକ୍ତ କରିଛି ।

Advertisment

ଯାହା ଛୋଟ କାର ସେଗମେଣ୍ଟରେ ନିଜକୁ ଏକ ଦାବିଦାର କରିପାରିଛି । ନୂଆ ମାରୁତି ଅଲ୍ଟୋ ଦାମ ଏବଂ ସୁବିଧା ପାଇଁ ଏହା ମଧ୍ୟବିତ୍ତ ପରିବାର ପାଇଁ ବେଶ୍ ଉପଯୋଗୀ ହେବ ।

ଶକ୍ତିଶାଳୀ ଇଞ୍ଜିନ୍ : ନୂତନ Alto 800ର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ମଧ୍ୟରୁ ଗୋଟିଏ ହେଉଛି ଏହାର ଶକ୍ତିଶାଳୀ ଏବଂ ଦକ୍ଷ ଇଞ୍ଜିନ । ଅପଗ୍ରେଡ୍ ହୋଇଥିବା 796cc ପେଟ୍ରୋଲ ଇଞ୍ଜିନ୍ କମ୍ ରକ୍ଷଣାବେକ୍ଷଣ ଏବଂ ସ୍ଥିର କାର୍ଯ୍ୟଦକ୍ଷତା ଭଳି ବୈଶିଷ୍ଟ୍ୟ ରହିଛି । ଏହା ବ୍ୟତୀତ ଏହି କାରଟି ସହରର ଟ୍ରାଫିକ୍ ଏବଂ ରାଜପଥରେ ଏକ ସୁଗମ ଡ୍ରାଇଭିଂ ଅଭିଜ୍ଞତା ପ୍ରଦାନ କରିବା ନେଇ କମ୍ପାନୀ ଦାବୀ କରିଛି ।

୩୫ କିଲୋମିଟର ମାଇଲେଜ : ଏହା ଏକ କିଲୋ ସିଏନଜିରେ ୩୫ କିଲୋମିଟର ଯାତ୍ରା କରିପାରିବ । ଏହାର ପେଟ୍ରୋଲ ସଂସ୍କରଣ ମଧ୍ୟ ଲିଟର ପ୍ରତି ୨୨ କିଲୋମିଟରରୁ ଅଧିକ ମାଇଲେଜ ପ୍ରଦାନ କରିବ ।

ଅଧିକ ପଢ଼ନ୍ତୁ: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା

Business News Maruti Suzuki
Advertisment
Advertisment