Advertisment

Knowledge: ଜିନ୍ସ ପ୍ୟାଣ୍ଟ୍‌ରେ କାହିଁକି ଥାଏ ଅଧିକ ପକେଟ୍‌, କାହିଁକି ଲାଗିଥାଏ ତମ୍ବା ରିପିଟ୍

ଆଜିକାଲି ଜିନ୍ସ ଏକ ବହୁତ ଲୋକପ୍ରିୟ ପୋଷାକ, ଯାହା ଉଭୟ ପୁଅ ଏବଂ ଝିଅ, ଯୁବକ ଏବଂ ବୃଦ୍ଧ ଲୋକମାନେ ପିନ୍ଧନ୍ତି। ଏ ସମସ୍ତ ଜିନ୍ସରେ ଗୋଟିଏ ଜିନିଷ ସାଧାରଣ ଥାଏ। ଏହାର ପକେଟ୍‌ରେ ତମ୍ବା ବଟନ୍ ଥାଏ। ଆପଣ ଜାଣନ୍ତି କି ଏହି ବଟନ୍‌ଗୁଡ଼ିକ ସେଠାରେ କାହିଁକି ଥାଏ? ଆସନ୍ତୁ ଜାଣିବା…

author-image
Pramod Behera
why jeans have many pockets and copper rivets

why jeans have many pockets and copper rivets

ଆଜିକାଲି ଜିନ୍ସ ପିନ୍ଧିବା ଏକ ସାଧାରଣ କଥା ହୋଇଗଲାଣି। ପୁଅ-ଝିଅଙ୍କ ଠାରୁ ଆରମ୍ଭ କରି ଛୋଟପିଲା, ଯୁବକ ଏବଂ ଏପରିକି ବୃଦ୍ଧମାନେ ମଧ୍ୟ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଜିନ୍ସର ବିଭିନ୍ନ ଡିଜାଇନ୍ ବର୍ତ୍ତମାନ ବଜାରରେ ମିଳୁଛି। ବେଲବଟମ୍‌, ନ୍ୟାରୋ, ଷ୍ଟ୍ରେଟ୍, ରିପ୍ଡ, ଫେଡେଡ୍ ଇତ୍ୟାଦି ଜିନ୍ସର ବହୁତ ଚାହିଦା ରହିଛି।

Advertisment

ଏହି ସମସ୍ତ ପ୍ରକାର ଜିନ୍ସରେ କିଛି ଗୋଟିଏ ଜିନିଷ ସାଧାରଣ ଥାଏ। ଏହା ହେଉଛି ସବୁ ଜିନ୍ସ ପକେଟରେ ତମ୍ବା ବଟନ୍ ଲାଗିଥାଏ। ତେବେ ଆପଣ ଜାଣନ୍ତି କି ଏହି ତମ୍ବା ବଟନଗୁଡ଼ିକ ସେଠାରେ କାହିଁକି ଲାଗିଥାଏ? ଏହାର ସଠିକ୍ ଉତ୍ତର ବୋଧହୁଏ କାହାକୁ ଜଣା ନ ଥିବ?

କାହିଁକି ବାହାରିଲା ଜିନ୍ସ:

ତେବେ ପ୍ରଥମ ଥର ପାଇଁ ଜିନ୍ସ ତିଆରି କରିବାର ଶ୍ରେୟ ଜେକବ୍ ଡେଭିସଙ୍କ ନିକଟକୁ ଯାଇଥାଏ। ଊନବିଂଶ ଶତାବ୍ଦୀରେ ଡେଭିସ୍ କୃଷି ଶ୍ରମିକମାନଙ୍କ ପାଇଁ ଜିନ୍ସ ତିଆରି କରିଥିଲେ। ବାସ୍ତବରେ, କୃଷି କ୍ଷତ୍ରରେ ଶ୍ରମିକ ଭାବରେ କାମ କରୁଥିବା ଲୋକଙ୍କ କାର୍ଯ୍ୟ ଏତେ କଷ୍ଟସାଧ୍ୟ ଥିଲା ଯେ କାମ କରିବା ସମୟରେ ସେମାନଙ୍କ ପୋଷାକ ପ୍ରାୟତଃ ଚିରି ଯାଉଥିଲା। ଏହାକୁ ଏଡାଇବା ପାଇଁ ସେ ଏପରି କପଡ଼ାରୁ ଜିନ୍ସ ତିଆରି କରିଥିଲେ ଯାହା ସହଜରେ ଚିରୁ ନଥିଲା। ଏହା ଡେନିମ୍‌ରେ ତିଆରି ଏକ କପଡା ଥିଲା।

Advertisment
why jeans have copper rivetsତମ୍ବା ରିପିଟ୍ ପଛର କାରଣ

କାହିଁକି ଅଧିକ ପକେଟ୍:

ସେ ଏହି ପ୍ୟାଣ୍ଟ୍‌ରେ ଅଧିକ ପକେଟ୍ ତିଆରି କରିବାକୁ ଚିନ୍ତା କଲେ। ପ୍ୟାଣ୍ଟ ଉପରେ ଅଧିକ୍ ଜୋର ଚାପ ପଡିଲେ ତାହା ଛିଣ୍ଡାଯାଉଥିଲା, ତେଣୁ ସେ ପକେଟ୍‌ଗୁଡିକୁ ସେହିସବୁ ସ୍ଥାନରେ ରଖିଲେ ଯେଉଁଠାରେ ଅଧିକ ଚାପ ପଡୁଥିଲା। ​​ଏବଂ ସେହି ପକେଟ୍‌ଗୁଡିକୁ ଧରି ରଖିବା ପାଇଁ ସେ ସେଠାରେ ତମ୍ବାର ରିପିଟ୍ ବା ବଟନ୍ ଲଗାଇଥିଲେ।

ତମ୍ବା ରିପିଟ୍ ପଛର କାରଣ:

ତମ୍ବା ରିପିଟ୍ ବ୍ୟବହାର ପଛରେ ମଧ୍ୟ ଅନେକ କାରଣ ଥିଲା। ପ୍ରଥମ କାରଣ ଥିଲା ଏହାର ସ୍ଥିରତା। ତମ୍ବା ଏକ ଶକ୍ତିଶାଳୀ ଧାତୁ। ଏହି କାରଣରୁ, ତମ୍ବା ରିପିଟ୍ ବାଲା ଜିନ୍ସ ଅଧିକ ସ୍ଥାୟୀ।

ଏଥିସହ, କପଡ଼ାର ବିଭିନ୍ନ ଅଂଶକୁ ମଜବୁତ କରିବା ପାଇଁ ରିପିଟ୍ ବ୍ୟବହାର କରାଯାଉଥିଲା। ଏହି କାରଣରୁ ପୋଷାକ ସହଜରେ ଚିରୁ ନଥିଲା। ତମ୍ବା ରିପିଟ୍ କେବଳ ପୋଷାକକୁ ଶକ୍ତିଶାଳୀ କରୁ ନଥିଲା ବରଂ ଏଗୁଡିକୁ ଏକ ଆକର୍ଷଣୀୟ ଲୁକ୍ ମଧ୍ୟ ଦେଉଥିଲା। ଏହି ରିପିଟ୍ସ ଜିନ୍ସକୁ ଏକ ଇଣ୍ଡଷ୍ଟ୍ରିଆଲ୍ ଏବଂ ରଗ୍ ଲୁକ୍ ମଧ୍ୟ ଦେଇଥିଲା।

Ajab Gajab Knowledge
Advertisment
Advertisment