Advertisment

Technology: ସପ୍ତାହକୁ ଥରେ ସ୍ମାର୍ଟଫୋନ୍ ବନ୍ଦ କରନ୍ତୁ, ପାଇବେ ୭ଟି ଫାଇଦା

ସପ୍ତାହରେ ଅତି କମ୍‌ରେ ଥରେ ସ୍ମାର୍ଟଫୋନ୍‌କୁ ବନ୍ଦ କରିବା ଉଚିତ। ଏହା ଅନେକ କାରଣରିଅ ଲାଭଦାୟକ ମଧ୍ୟ ହୋଇଥାଏ। ଆସନ୍ତୁ ଏ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Benefits of switching off the phone once a week

Benefits of switching off the phone once a week

ସ୍ମାର୍ଟଫୋନ୍ ଆଜି ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଛାଇ ପରି ଏହା ଆମ ସହିତ ୨୪ ଘଣ୍ଟା ରହିଥାଏ। ଲୋକମାନେ ବସିବା, ଶୋଇବା, ପଢିବା, ଖେଳିବା ବେଳେ ମଧ୍ୟ ସ୍ମାର୍ଟଫୋନ୍ ଛାଡୁ ନାହାନ୍ତି। ଏପରିକି ଲୋକମାନେ ସ୍ମାର୍ଟଫୋନକୁ ଶୌଚାଳୟକୁ ମଧ୍ୟ ନେଇକି ଯାଉଛନ୍ତି।

Advertisment

ଯଦି ଆପଣଙ୍କୁ ପଚରାଯାଏ ଯେ ଆପଣ ଶେଷ ଥର କେବେ ନିଜ ଫୋନ୍ ସୁଇଚ୍ ଅଫ୍ କରିଥିଲେ, ତେବେ ଆପଣ ହୁଏତ କିଛି କହିପାରିବ ନାହିଁ। କିନ୍ତୁ ସପ୍ତାହରେ ଅତି କମ୍‌ରେ ଥରେ ସ୍ମାର୍ଟଫୋନ୍‌କୁ ବନ୍ଦ କରିବା ଉଚିତ। ଏହା ଅନେକ କାରଣରିଅ ଲାଭଦାୟକ ମଧ୍ୟ ହୋଇଥାଏ। ଆସନ୍ତୁ ଏ ବିଷୟରେ ଜାଣିବା।

ବ୍ୟାଟେରୀ ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରେ:

ଯଦି ଏକ ସ୍ମାର୍ଟଫୋନ୍‌କୁ ନିୟମିତ ବନ୍ଦ କରାଯାଏ, ବ୍ୟାଟେରୀ ଲାଇଫ୍ ଏବଂ ଫୋନ୍ କାର୍ଯ୍ୟଦକ୍ଷତା ଉନ୍ନତ ହୁଏ। ଏହା ଫୋନ୍ ବ୍ୟାଟେରୀକୁ କିଛି ସମୟ ପାଇଁ ବିଶ୍ରାମ ଦେଇଥାଏ ଏବଂ ବ୍ୟାଟେରୀ ଲାଇଫ୍ ବଢିଥାଏ।

Advertisment

ମେମୋରୀ (RAM)ଫ୍ରେସ୍:

ଫୋନ୍ କ୍ରମାଗତ ଭାବରେ ଚାଲୁଥିବାରୁ ଅନେକ ଆପ୍ ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍ ପ୍ରୋସେସ୍ ଚାଲୁ ରହିଥାଏ, ଯାହା RAM ଉପରେ ଏକ ଭାରୀ ବୋଝ ପକାଏ। ମଝିରେ ମଝିରେ ଏହାକୁ ବନ୍ଦ କରିବା ଦ୍ୱାରା ସମସ୍ତ ଆପ୍ ଏବଂ ପ୍ରୋସେସ୍ ବନ୍ଦ ହୋଇଯାଏ, ଯାହା ଫୋନର RAM କୁ ଫ୍ରେସ୍ କରିଥାଏ ଏବଂ ଏହାକୁ ଅଧିକ ସ୍ମୁଥ୍ କରିଥାଏ।

ଅତ୍ୟଧିକ ହିଟିଂ ହ୍ରାସ କରେ:

ଫୋନର କ୍ରମାଗତ ବ୍ୟବହାର ଏହାକୁ ହିଟ୍ କରେ। ଏହାକୁ ବନ୍ଦ କରିବା ଦ୍ୱାରା ଫୋନ ଥଣ୍ଡା ହୋଇଥାଏ ଏବଂ ଅତ୍ୟଧିକ ଗରମ ହେବାର ସମସ୍ୟାକୁ ହ୍ରାସ କରିଥାଏ।

ସିଷ୍ଟମ୍ ଅପଡେଟ୍ ଏବଂ ଇନ୍‌ଷ୍ଟଲେସନ୍‌ରେ ସାହାଯ୍ୟ କରେ:

ବେଳେବେଳେ ଫୋନ୍ ରି-ବୁଟ୍ କରିବା ଦ୍ୱାରା ସଫ୍ଟୱେର୍ ଅପଡେଟ୍‌ଗୁଡିକ ସଠିକ୍ ଭାବରେ ଇନଷ୍ଟଲ୍  ହୋଇଥାଏ। ଯେତେବେଳେ ଆମେ ଫୋନ୍ ବନ୍ଦ କରି ତା’ପରେ ଏହାକୁ ଟର୍ନ୍ ଅନ୍ କରୁ, ଏହା ସୁନିଶ୍ଚିତ କରେ ଯେ ସଫ୍ଟୱେର୍ ଏବଂ ଆପ୍ ସଠିକ୍ ଭାବରେ ଇନଷ୍ଟଲ୍ ଏବଂ ଅପଡେଟ୍ ହୋଇଛି।

ଫୋନ୍ ସ୍ପିଡ୍‌କୁ ଉନ୍ନତ କରେ:

ସମୟ ସହିତ ଫୋନର ସ୍ପିଡ୍‌ ମନ୍ଥର ହୋଇଯାଏ। ଥରେ ଆପଣ ଏହାକୁ ବନ୍ଦ କରିଦେଲେ, କ୍ୟାଚ୍ ମେମୋରୀ ସଫା ହୋଇଯାଏ, ଯାହା ଫୋନ୍‌କୁ ସ୍ପିଡ୍‌ କରିଥାଏ।

ଷ୍ଟ୍ରେସ୍ ଏବଂ ଡିଜିଟାଲ୍ ଡିଟକ୍ସ:

ଫୋନ୍ ବନ୍ଦ କରିବା ଆପଣଙ୍କୁ ଡିଜିଟାଲ୍ ଦୁନିଆରୁ କିଛି ସମୟ ଦୂରରେ ରହିବାକୁ ସୁଯୋଗ ଦେଇଥାଏ, ଯାହା ମାନସିକ ଚାପକୁ ହ୍ରାସ କରିଥାଏ। ଏହି ସମୟ ମଧ୍ୟରେ, ଆପଣ ଲୋକମାନଙ୍କ ଉପରେ ଧ୍ୟାନ ଦେଇପାରିବେ ଏବଂ ବାସ୍ତବ ଜୀବନରେ ଆପଣଙ୍କ ଚାରିପାଖରେ ଥିବା କାମ କରିପାରିବେ, ଯାହା ଏକ ପ୍ରକାର ଡିଜିଟାଲ୍ ଡିଟକ୍ସ।

ନୂଆ ସଂଯୋଗ ଏବଂ ନେଟ୍‌ୱର୍କ ସିଗ୍‌ନାଲ୍:

ଫୋନ୍‌କୁ ରି-ବୁଟ୍ କରିବା ଦ୍ୱାରା ନେଟ୍‌ୱର୍କ ଏବଂ ସିଗ୍‌ନାଲ୍ ମଧ୍ୟ ଉନ୍ନତ ହୋଇପାରେ। ବେଳେବେଳେ ଦୀର୍ଘ ସମୟ ଧରି ରହିବା କାରଣରୁ ନେଟ୍‌ୱର୍କ ଦୁର୍ବଳ ହୋଇଯାଏ, କିନ୍ତୁ ଏହାକୁ ବନ୍ଦ କରି ତା’ପରେ ଚାଲୁକଲେ ନେଟ୍‌ୱର୍କ ସିଗ୍‌ନାଲ ଶକ୍ତିଶାଳୀ ହୋଇଥାଏ।

Smartphones Tips And Trick
Advertisment
Advertisment