• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

କମ୍ପ୍ୟୁଟର ଯୁଗ ପରେ ଏବେ ଆସିଛି ରୋବୋଟିକ୍ ଯୁଗ । ଆଜିର ଛାତ୍ରଛାତ୍ରୀ ରୋବଟ୍ ସମ୍ପର୍କରେ ଶିକ୍ଷାଲାଭ କରିବାକୁ ଆଗ୍ରହୀ ହେଉଛନ୍ତି । ଏବେ ନିକଟରେ ଦିଲ୍ଲୀର ନୋଏଡାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ରୋବଟିକ୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଯାଜପୁରର ଛାତ୍ରଛାତ୍ରୀ । ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରସ୍କାର ଜିତି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି।

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ କିଡ୍ଡି କିଡସ୍ ପ୍ରିମିୟମ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗନେଇ ସଫଳତା ଅର୍ଜନ କରିଛନ୍ତି । All India Council Of Robotics and Automation ଏବଂ Ministry Of Electronics and IT ପକ୍ଷରୁ ଆୟୋଜିତ ଏହି ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ଭାରତ ସମେତ ଅନ୍ୟ ୫୦ଟି ଦେଶର ୫ ହଜାରରୁ ଉର୍ଦ୍ଧ୍ବ ଟିମ୍ ଅଂଶଗ୍ରହଣ କରିଥିଲେ । ତେବେ ପ୍ରତିଯୋଗୀତା ଶେଷରେ "ରୋବୋ ଓଡ଼ିଶା" ଟିମକୁ ମେଜ୍ ସଲଭର ବିଭାଗରେ ଓ୍ବିନର ଏବଂ ରୋବୋ ରେସରେ ଫାଷ୍ଟ ରନ‌ର୍ସଅପ୍ ଆଦି ୨ଟି ଆଓ୍ବାର୍ଡ ମିଳିଛି । ଯାହା କେବଳ ଯାଜପୁର ନୁହେଁ, ସାରା ଓଡିଶା ପାଇଁ ଗୌରବ ଆଣି ଦେଇଛି ।

ଓ୍ବାର୍ଲ୍ଡ ରୋବୋଟିକ୍ସ ଚାମ୍ପିଅନସିପର ୩ ମାସ ପୂର୍ବରୁ ଏମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ । ତେବେ ଏଭଳି ଏକ ଆନ୍ତର୍ଜାତୀୟ ରୋବୋଟିକ଼ସ ପ୍ରତିଯୋଗୀତାରେ ଓଡିଶା ତଥା ଯାଜପୁର ମାଟିର କୁନିକୁନି ଛାତ୍ରଛାତ୍ରୀଙ୍କୁ ମିଳିପାରିଛି ଏହି ସଫଳତା । ଯାହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ବ ରୋବଟିକ୍ ଚମ୍ପିୟନସିପରୁ ସଫଳତା ଅର୍ଜନ କରି ଫେରିବା ପରେ ଏହି କୃତି ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ଓ ପୁରଷ୍କୃତ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now