/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728369876.jpg)
Instagram Down
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମ ଡାଉନ୍ । ହଜାର ହଜାର ୟୁଜର୍ସ ଆଜି ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଛି।ଏଥିପାଇଁ ଅନେକ ସମସ୍ୟା ଭୋଗିଛନ୍ତି ୟୁଜର୍ସ। ଏନେଇ ଅନେକ ୟୁଜର୍ସ ସୋସିଆଲ୍ ମିଡିଆ ଏବଂ ୱେବସାଇଟ୍ ଆଦି ଟ୍ରାକ୍ କରାଯାଉଥିବା ଡାଉନ ଡିଟେକ୍ଟରରେ ରିପୋର୍ଟ କରିଛନ୍ତି।
ସକାଳ ପ୍ରାୟ ସାଢେ ୧୧ଟାରେ ଏହି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧ହଜାରରଉ ଅଧିକ ଲୋକ ଏନେଇ ରିପୋର୍ଟ କରିଛନ୍ତି। ସେମାନେ ଇନଷ୍ଟାଗ୍ରାମ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କିଛି ମିନିଟ ମଧ୍ୟରେ ଏହି ଅଭିଯୋଗ ସଂଖ୍ୟା ୨ ହଜାରରେ ପହଞ୍ଚିଛି। ଅନେକ ଲୋକ ଏହି ପ୍ଲାଟଫର୍ମ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି।
ଅଧିକ ପଢ଼ନ୍ତୁ: Instagram: ଇନଷ୍ଟାଗ୍ରାମ ଷ୍ଟୋରୀରେ ବଢୁ ନାହାନ୍ତି କି ଭିୟୁ; ଜାଣନ୍ତୁ ଏହି ୫ଟି ଉପାୟ
ଇନଷ୍ଟାଗ୍ରାମ ହେଉଛି ଏକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ । ଅନେକ ଲୋକ ଏଥିରେ ଫଟୋ ଏବଂ ଭିଡିଓ ଇତ୍ୟାଦି ସେୟାର କରନ୍ତି। ଏହି ପ୍ଲାଟଫର୍ମରେ ଇନଷ୍ଟାଗ୍ରାମ ରିଲ୍ସ ମଧ୍ୟ ବହୁତ ଲୋକପ୍ରିୟ। ଏହା ଯୁବପିଢିଙ୍କ ମଧ୍ୟରେ ଖୁବ ଲୋକପ୍ରିୟ | ଇନଷ୍ଟାଗ୍ରାମ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏପର୍ଯ୍ୟନ୍ତ ଏହି ଅଘଟଣ ସମ୍ପର୍କରେ କୌଣସି ଅଫିସିଆଲ୍ ନୋଟିଫିକେସନ ସେୟାର କରିନି।
ତେବେ ଏହି ବିଷୟରେ କିଛି ମେମ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ ପାଇଥିଲା।ଅନେକ ଲୋକ ମୋବାଇଲ୍ ସ୍କ୍ରିନସଟ୍ ସେୟାର୍ କରିଥିଲେ । ଏହା ବ୍ୟତୀତ ଅନେକ ଲୋକ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଏଠାରେ ଲୋକମାନେ ଦର୍ଶାଇଛନ୍ତି ଯେ ଇନଷ୍ଟାଗ୍ରାମ ଡାଉନ୍ ଅଛି, ଉପଭୋକ୍ତାମାନେ X ମୁହାଁ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)