ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ରହିଛି । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ । ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ । ପଞ୍ଚୁକ ୫ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏ ବ୍ୟାରିକେଡ୍ ବଢ଼ାଯିବ ।
ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରକିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ । ପଞ୍ଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ କରାଯିବ ।
ପ୍ରବଳ ଭିଡ଼ ହେଉଥିବାରୁ ନଆସିବାକୁ ଅନୁରୋଧ କଲେ...ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ...ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ...
ଉପରୁ ନିର୍ଦ୍ଦେଶ ଆସିବା କ୍ଷଣି ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ବୃଦ୍ଧାଙ୍କୁ ବ୍ୟାରିକେଡରୁ ମୁକ୍ତ କରି ମନ୍ଦିରକୁ ଜଗାଦର୍ଶନ ପାଇଁ ନେଇଥିଲେ । ତେବେ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ଏଇଠି ସରିନି, ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ଯୁବତୀ ଅଣନିଃଶ୍ୱାସୀ ହୋଇ ବେହୋସ୍ ହୋଇଗଲେ ।
ଶ୍ରୀମନ୍ଦିରର ୩ ଦ୍ୱାର ଖୋଲନ୍ତୁ ସରକାର । କାହିଁକି ନା ଖରା ବର୍ଷାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ଛତିଶଗଡ଼ ରାଜ୍ୟପାଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଖବରକାଗଜରେ ସ୍ତମ୍ଭ ଲେଖି ପ୍ରଶାସନ ଏବଂ ସରକାରଙ୍କୁ କରିଛନ୍ତି ଟାର୍ଗେଟ ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ଏତେ ଭିଡ଼ ଯେ, ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି ।
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତ କଲବଲ ହେବା ପ୍ରସଙ୍ଗ ଉଠାଇଲେ...ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗ ଉଠାଇଲେ ... ଭକ୍ତଙ୍କ ମୌଳିକ ସମସ୍ୟା କଥା ଉଠାଉଛନ୍ତି ଛତିଶଗଡ଼ ରାଜ୍ୟପାଳ ...
ଗରୁଡ଼ ସ୍ତମ୍ଭ ପାଖରେ ଲୁହା ଭାରା ବନ୍ଧାଯିବ....ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ ଚାଲିବ....ମରାମତି ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ...
ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ ।
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ ଆଜିଠୁ ଆରମ୍ଭ ହେବ ।
ମନ୍ଦିରରେ ବି ଥୁ ଥୁ କରୁଥିଲେ । କିନ୍ତୁ ଆସନ୍ତାବର୍ଷରୁ ଆଉ କରି ପାରିବେନି । ବ୍ୟାନ ହୋଇଗଲା ପାନ ଓ ଗୁଟଖା ।
ମଙ୍ଗଳ ଆଳତି ସମୟରେ ଠେଲାପେଲା ହେବା ଦ୍ୱାରା ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।
କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର ? କେବେ ଜଗାର ଜନ୍ମବେଦୀର ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ?
କାମ କେତେ ଦୂର ଆଗେଇଛି, କାମ କେତେ ସରିଛି ଓ କେତେ ବାକି ଅଛି ତାର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ।
ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି ।
ଧର୍ମ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତ୍ରାହି ତ୍ରାହି ଡାକିଲେଣି ଭକ୍ତ। ଶ୍ରୀମନ୍ଦିର ସେବାୟତ ବି ସରକାରଙ୍କ ଉପରେ ଝାଡ଼ିଲେଣି ଖୋଲା ଖୋଲି ଅସନ୍ତୋଷ। ଏହାରି ଭିତରେ ଚାରିଦ୍ୱାର ଖୋଲିବାକୁ ଦାବି ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଲାଣି ।
ଆଗାମୀ ନୂଆ ବର୍ଷରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍ଜିତ ପୋଷାକ ପରିଧାନକୁ ବାଧ୍ୟତାମୂଳକ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ସେଥିପାଇଁ ପ୍ରତିଦିନ ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ରରେ ମାଇକ ଦ୍ୱାରା ସୂଚନା ଦିଆଯିବା ସହ ସମସ୍ତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଅବଗତ କରାଯାଇଛି ।
ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ । ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ମହାଳୟା ଅମାବାସ୍ୟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିତୃପୁରୁଷଙ୍କୁ ସପତ୍ନୀକ ଶ୍ରାଦ୍ଧ ଦେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । କାରଣ ବିଶ୍ୱାସ ରହିଛି ଅଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇଥିବା ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ଅମାବାସ୍ୟାରେ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀରେ ତିଳତର୍ପଣ ସହ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ଶାନ୍ତିମିଳେ ।
ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ପିନ୍ଧିବେ...ମହିଳା ପିନ୍ଧିବେ ଶାଢ଼ୀ, ଶାଲୱାର କମିଜ୍ ଭଳି ଶାଳୀନତା ପୂର୍ଣ୍ଣ ପୋଷାକ
ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୂଖ ଶୃଙ୍ଗାର କରିବେ ।
୨ ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।
ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ବିବାବଦର ଅନ୍ତ ପରେ ଅଗଷ୍ଟ ୨୩ରେ ନୀତିକାନ୍ତି ହୋଇଥିଲା। ଏହା ମଧ୍ୟରେ ମାସେ ବିତିଯାଇ ଥିବାବେଳେ ଶ୍ରୀମୁଖ ଶୃଙ୍ଖାର କରାଯାଇନି।