ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି ।
ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିରକୁ ବିଜେ କରିବେ।
ASI କଞ୍ଜରଭେସନ ଡାଇରେକ୍ଟର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।
ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିଲାଗି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।
୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ।
ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।
ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।
ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।
ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।
ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଜୁନ୍ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍ମିଟ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କଂପୁଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ତିନିବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ । ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼, ଠାକୁରଙ୍କ ଅତି ପ୍ରିୟ ଖିରି ଭୋଗ ପାଇ ଭକ୍ତ କୃତ୍ୟ କୃତ୍ୟ
ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।
ବାଟ ଛାଡ...ବାଟ ଛାଡ...ଯାଉଛି ଜଗା ପାଇଁ ବଉଳ କାଠ । ଦିନକ ପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଦଇତାଙ୍କ କାନ୍ଧରେ ଝୁଲିବେ...ଶ୍ରୀଅଙ୍ଗର ସୁରକ୍ଷା ଲାଗି ବଉଳକାଠ ହିଁ ଦରକାର।
ସ୍ନାନ ଓ ରଥଯାତ୍ରା ପାଇଁ ଚଢା ଦର କଷୁଛନ୍ତି ମାଲିକ । ଗତବର୍ଷ ଅପେକ୍ଷା ଏଥର ୪୦% ଅଧିକ । ଅଫଲାଇନ୍ ବୁକିଂକୁ ଟୁର ଅପରେଟରଙ୍କ ନାପସନ୍ଦ ।
ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର । ଅହେତୁକ ନୀତି ବିଳମ୍ବ ଯୋଗୁଁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ଲାଇନରେ ଡହଳବିକଳ ବୃଦ୍ଧ ଓ ଶିଶୁ
ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।
ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।
ଗଲା ସୋମବାର ବୃଷ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତର ସମସ୍ୟା।ସ୍ଥିତି ଏଭଳି ଯେ, ଠାକୁରଙ୍କ ମଧ୍ୟାହ୍ନ ଧୂପ ବା ମହାପ୍ରସାଦ ଉଠିଲାବେଳକୁ କେତେବେଳେ ସନ୍ଧ୍ୟା ହେଉଛି, ତ ସନ୍ଧ୍ୟା ଧୂପ ବେଳକୁ ରାତି ଅଧ
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସଂପାଦନ କରିବେ । ଶ୍ରୀଜିଉଙ୍କ ବନକ ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ।